ନ୍ୟାୟ ଦିଅ, ପ୍ରେମିକଙ୍କ ଘରେ ଆଗରେ ପ୍ରେମିକାଙ୍କ ଧାରଣା

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ପ୍ରେମିକାଙ୍କ ଧାରଣା । ପ୍ରେମିକ ବିକ୍ରମ ସରକାରଙ୍କ ଘରେ ଆଗରେ ଧାରଣା ଦେଇଛନ୍ତି ମହିଳା । ନ୍ୟାୟ ମିଳିବା ଯାଏ ସେ ଧାରଣା ଜାରି ରଖିବେ ବୋଲି କହିଛନ୍ତି ।

ସିମୁଳିଆ ଥାନା ଅଞ୍ଚଳରେ ଜଣେ ମହିଳା ବିକ୍ରମ ସରକାର ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ୫ ବର୍ଷ ହେଲା ଉଭୟ ପ୍ରେମିକ ଓ ପ୍ରେମିକା ଶାରୀରିକ ସମ୍ପର୍କ ବି ରଖିଥିଲେ । ତେବେ ୩ ମାସ ପୂର୍ବେ ପ୍ରେମିକା ବିବାହ ପାଇଁ ଜିଦ୍ ଧରିଥିଲେ । ଏହାକୁ କିନ୍ତୁ ସିଧାସଳଖ ମନା କରିଥିଲେ ରସିକିଆ ପ୍ରେମିକ ବିକ୍ରମ ।

ପ୍ରେମିକା ଛୋଟ ଜାତିର ଥିବାରୁ ପରିବାର ଲୋକେ ବିବାହକୁ ଗ୍ରହଣ କରିବେ ନାହିଁ । ତେଣୁ ଏଭଳି ସ୍ୱପ୍ନ ନ ଦେଖିବାକୁ ପ୍ରେମିକାଙ୍କୁ ରୋକଠୋକ୍ ବାଣୀ ଶୁଣାଇଥିଲେ । ଶେଷରେ ନିରାଶ ହୋଇ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତା । କିନ୍ତୁ କୌଣସି ପଦକ୍ଷେପ ନନେବାରୁ ଏବେ ଶେଷ ଲଢ଼େଇ ଜାରି ରଖିଛନ୍ତି । ନ୍ୟାୟ ପାଇଁ ସେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ସେପଟେ, ପ୍ରେମିକ ଫେରାର୍ ରହିଛି ।

Leave a Reply

Your email address will not be published. Required fields are marked *