ପାକିସ୍ଥାନକୁ ଚୀନର ନାଲି ଆଖି

ପାକିସ୍ଥାନ ସବୁ ସମୟରେ ଚୀନକୁ ନିଜର ପ୍ରକୃତ ବନ୍ଧୁ ମାନି ଆସିଛି। ଚୀନର ସଂରକ୍ଷଣ ଓ ସହଯୋଗରୁ ଭାରତକୁ ଆତଙ୍କବାଦୀଙ୍କ ଦ୍ୱାରା ହଇରାଣ କରୁଛି। ହେଲେ ଯେଉଁ ବନ୍ଧୁକୁ ନେଇ ଏତେ ଦମ୍ଭ ଦେଖାଉଥିଲା ପାକିସ୍ଥାନ , ଏବେ ସେହିଁ ନାଲି ଆଖି ଦେଖାଇବାକୁ ପଛାଇନି। ପାକିସ୍ଥନ ବର୍ତ୍ତମାନ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛି। ଲୋକଙ୍କୁ ମିଳୁ ନାହିଁ ଖାଦ୍ୟ ସାମଗ୍ରୀ। ଲୋକଙ୍କ ସମସ୍ୟା ଦୂର କରିବାରେ ବିଫଳ ହୋଇଛି ସରକାର। ଏପରି ସମୟରେ ଚୀନ କହୁଛି, ତାର ବାକି ୬୦ ମିଲିୟନ ଡଲାର ଫେରାଇଦେବାକୁ କରିଛି ତାଗିଦ। ତୁରନ୍ତ ଟଙ୍କା ନ ଫେରାଇଲେ ଉନ୍ନୟନ କାମରେ ତାଲା ପକାଇବାକୁ କରିଛି ତାଗିଦ।

ଯଦି 60 ମିଲିୟନ ଶୀଘ୍ର ପଇଠ କରା ନ ଯାଏ ତେବେ ପାକିସ୍ଥାନ ଅନ୍ଧାରରେ ଘୋଟିଯିବ। କାରଣ ଚୀନ ଯେଉଁ ଟଙ୍କା ମାଗୁଛି ତାହା ପାକିସ୍ଥାନରେ କୋଇଲା ଖନନ କରି ବିଜୁଳି ଉତ୍ପାଦନ କରିବାରେ ନିୟୋଜିତ ଚୀନ୍‌ର ବହୁ କମ୍ପାନୀଙ୍କ ବକେୟା। ତେବେ ପାକିସ୍ଥାନ ଯେତେବେଳେ ଦେବାଲିଆ ସ୍ଥିତିରେ ରହିଛି, ସେପରି ସମୟରେ ଟଙ୍କା ମାଗିବା କେତେ ଦୂର ଠିକ୍। ଚୀନ ଯଦି କାମ ବନ୍ଦ କି ଦିଏ ତେବେ କୋଇଲା ଖନନ ବନ୍ଦ ହୋଇଯିବ ଓ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବ। ଫଳରେ ସାରା ଦେଖ ପୁଣି ଅନ୍ଧାରରେ ଛାଇଯିବ।

ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ବେଳେ ବିଦ୍ୟୁତ କାଟ ଲୋକଙ୍କ ଜୀବନ ଯାତ୍ରାକୁ ବ୍ୟାପକ ଭାବେ ପ୍ରଭାବିତ କରିବ। ଗରମରେ ଲୋକେ କେମିତି ଚଳିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ, ପ୍ରାୟ ବର୍ଷେ ହେବ ପାକିସ୍ଥାନ ଚୀନ କମ୍ପାନୀଗୁ଼ଡିକୁ ଟଙ୍କା ପଇଠ କରିନାହିଁ।  

Leave a Reply

Your email address will not be published. Required fields are marked *