ନୋ ଗେଷ୍ଟ, ନୋ ପାର୍ଟି, ସରିଲା ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ !

ଦ୍ୱିତୀୟ ବିବାହ କଲେ ଅନୁ ଚୌଧୁରୀ ! ଓଲିଉଡ୍ ଅଭିନେତ୍ରୀ ପୁଣି ବିବାହ କରିଛନ୍ତି । ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ମ୍ୟାଡମ୍ କେତେ ଥର ବିବାହ କରିବେ । ଫ୍ୟାନ୍ସମାନଙ୍କୁ ଚକିତ କରିଛନ୍ତି ଅନୁ ।

ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ । ୧୯୯୮ରୁ ଓଲିଉଡରେ ପାଦ ରଖିଥିଲେ । ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ ଚାଲିଲେ । ଶାଶୂ ଘରକୁ ଚାଲିଯିବି, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ,ଧଉଳି ଏକ୍ସପ୍ରେସ, ହରି ଭାଇ ହାରେନା, ପୁଅ ମୋର ଜଗତ ଜିତା ଭଳି ଅନେକ ହିଟ୍ ମୁଭିରେ ସେ ଦମଦାର ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ଯାଦୁରେ ଦର୍ଶକ ଭାରି ମତୁଆଲା । ଏତେ ବର୍ଷ ପରେ ଏବେ ପୁଣି ଥରେ ବିବାହ ଖବର ଆସିଥିବାରୁ ଫ୍ୟାନ୍ସମାନେ କନଫ୍ୟୁଜ୍ ହୋଇଛନ୍ତି ।

ବୟସ ବଢ଼ିଲାଣି କିନ୍ତୁ ଅନୁ ଚୌଧୁରୀ ବର୍ତ୍ତମାନ ବି ୟଙ୍ଗ୍ । ସେ ସୌନ୍ଦର୍ଯ୍ୟର ଭାରି ଯତ୍ନ ନିଅନ୍ତି । ସେଥିପାଇଁ ତ ୪୪ ବର୍ଷରେ ବି ସେ ୧୪ ବର୍ଷୀୟା ଲାଗନ୍ତି । ଏହି ବୟସରେ ପୁଣି ଥରେ ବିବାହ ନିଶ୍ଚିତ ଭାବେ ଦର୍ଶକ ଏବଂ ପ୍ରଶଂସକମାନଙ୍କୁ ଟିକେ ଖୁସ୍ କରିଛି । କିନ୍ତୁ ଏହାର ରହସ୍ୟ ଟିକେ ଅଲଗା ।

ଆଗକୁ ଅନୁ ଚୌଧୁରୀଙ୍କ ଗୋଟିଏ ମୁଭି ଆସୁଛି । ଏଥିପାଇଁ ସୁଟିଂ ଜୋରଦାର ଚାଲିଛି । ସୁଟିଂ ସେଟରେ ଅନୁଙ୍କ ବିବାହ ସରିଛି ମାନେ ଏକ ସିନରେ ଅନୁ ବିବାହ କରିଛନ୍ତି ଯାହାର ଫଟୋ ସେୟାର ହୋଇଛି । ସେ ଏଥିରେ ଦମଦାର ଅଭିନୟ କରିଛନ୍ତି । ଏହି ମୁଭି ସୁପରଡୁପର ହିଟ୍ ହେବାର ଅଛି । ତାଙ୍କ ବିବାହ ରିୟଲ ନୁହଁ ରିଲ୍ ମାନେ ଏକ ଚରିତ୍ରରେ ସେ ବୋହୂ ବେଶରେ ସଜେଇ ହୋଇଛନ୍ତି । ୨୦୦୬ରେ ବିବାହ କରିଥିଲେ ଅନୁ ଚୌଧୁରୀ । ହେଲେ ଅଭିନୟ ପାଇଁ ଅନୁମତି ନ ମିଳିବାରୁ ତାଙ୍କ ବିବାହ ବିଛେଦ ହୋଇଥିଲା ।

Leave a Reply

Your email address will not be published. Required fields are marked *