ଜମ୍ମୁକାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା, ୫ ସହିଦ

କିଛି ଦିନର ନୀରବତା ପରେ ପୁଣି ଥରେ ସକ୍ରିୟ ହୋଇଛନ୍ତି ଆତଙ୍କବାଦୀ । ଜମ୍ମୁକାଶ୍ମୀରରେ ପୁଣି ହିଂସା ଘଟାଇଛନ୍ତି ଯାହାକୁ ନେଇ ଟେନସନ୍ ବଢ଼ିଛି । ସମସ୍ତେ ଭାବୁଥିଲେ କି ପାଗରେ ପରିବର୍ତ୍ତନ ହୋଇଛି ସେଥିପାଇଁ ହୁଏତ ଏଭଳି କିଛି ଘଟଣା ଘଟିଗଲା କିନ୍ତୁ ବାସ୍ତବରେ ସତ କିଛି ଅଲଗା ଥିଲା ।

ଗୁରୁବାର ସେନା ଗାଡ଼ିରେ କିପରି ନିଆଁ ଲାଗିଲା । ସେନା ଗାଡ଼ି ଯାଉଥିବା ବେଳେ ନିଆଁ ଲାଗି ୫ ଯବାନ ସହିଦ ହୋଇଛନ୍ତି । ଜଣେ ଗୁରୁତର ବି ଅଛନ୍ତି । ଘଟଣା କଣ ଥିଲା, କାହିଁକି ଏପରି ହେଲା, କାହାର ଅବହେଳା ସେ ନେଇ ଅନେକ ପ୍ରଶ୍ନ ।

ତେବେ, ଘଟଣା ସମ୍ପର୍କରେ ସେନା ବିଭାଗ ସ୍ପଷ୍ଟୀକରଣ ରଖିଛି । ଏହା ଥିଲା ଆତଙ୍କବାଦୀ ହମଲା । ସେମାନଙ୍କ ହିଂସା ଯୋଗୁଁ ୫ ଯବାନଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର କିଛି ଯବାନ, ଗାଡ଼ି ନେଇ ଜମ୍ମୁକାଶ୍ମୀର ରାଜୌରୀ ସେକ୍ଟର ଅଞ୍ଚଳ ଯାଉଥିଲେ । ପାଗ ମେଘୁଆ ଥିବାବେଳେ ରାସ୍ତାରେ ଯାଆସ କରିବା କଷ୍ଟକର ଥିଲା । ଏହାର ସୁଯୋଗ ନେଇ ଗାଡ଼ି ଉପରେ ଆଟାକ୍ କରିଥିଲେ ଆତଙ୍କବାଦୀ । ଏଥିସହ ଗ୍ରେନେଡ୍ ମାଡ଼ ବି କରିଥିଲେ । ଗାଡ଼ିରେ ନିଆଁ ଲାଗିବା ପରେ ଗୁଳିମାଡ଼ କରିଥିଲେ । ଯେଉଁଥିରେ ୫ ସେନା ସହିଦ ହୋଇଛନ୍ତି । ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ଅଛି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ।

ସେପଟେ ଆତଙ୍କବାଦୀମାନେ ପାକିସ୍ତାନର ଥିବା ନେଇ ପୋଲିସ କହିଛି । NIA,ଫରେନସିକ୍ ଟିମ୍, ପୋଲିସ ସହ ସେନା ପକ୍ଷରୁ ଆକ୍ରମଣ ଘଟଣାର ତଦନ୍ତ ଜାରି ରହିଛି । ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ସହିଦ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ହେବନି ବୋଲି ରାଜନାଥ କହିଛନ୍ତି । ଅନ୍ୟପଟେ ରାଜନେତା, ଅଭିନେତା, ବରିଷ୍ଠ ବ୍ୟକ୍ତିମାନେ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି …।

ଦୀର୍ଘଦିନ ପରେ ପୁଣି ଥରେ ସେହି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଛନ୍ତି । ୩ ମାସ ପୂର୍ବେ ହିନ୍ଦୁ ଫ୍ୟାମିଲିଙ୍କୁ ଟାର୍ଗେଟ୍ କରିଥିଲେ । ଘଟଣାରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଆହତ ହୋଇଥିଲେ ପ୍ରାଏ ଏକ ଡଜନ । ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ହେବାକୁ ଅଛି । ଏଭଳି ଘଟଣା ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇପାରେ । ତେଣୁ ଦେଶରେ ସୁରକ୍ଷା ପ୍ରତି ପ୍ରଶ୍ନ ଆସିପାରେ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇଛି ।

Leave a Reply

Your email address will not be published. Required fields are marked *