କଟକ : ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଜ୍ରାଘାତରେ ଜଣେ ମୃତ

କଟକ ନିଶ୍ଚିନ୍ତକୋଇଲି ବରପଡା ବ୍ରିଜ ଉପରେ ଅଘଟଣ । କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଘଡ଼ଘଡ଼ି ବେଳେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ସୁଜେନ୍ଦୁ ଶେଖର ସାହୁ । ସେ ତାଙ୍କ ଘର ନେମାଳ କଣ୍ଟାପାରିରୁ ସାଇକେଲରେ ନିଶ୍ଚିନ୍ତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ଆସୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ସୁଜେନ୍ଦୁ ଗୁରୁତର ହୋଇ ଅଚେତ ହୋଇପଡ଼ିଥିଲେ । ତାଙ୍କୁ 108 ଗାଡ଼ିରେ ନିଶ୍ଚିନ୍ତକୋଇଲି ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ନିଶ୍ଚିନ୍ତକୋଇଲି ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛି ।

Leave a Reply

Your email address will not be published. Required fields are marked *