ଗୁଡ୍ଡୁ ମୁସଲିମ୍ କେଉଁଠି ? ଖୋଜୁଛି ୟୁପି ପୋଲିସ

ଗୁଡ୍ଡୁ ମୁସଲିମ୍ କିଏ ? । ଉତ୍ତରପ୍ରଦେଶ ପୋଲିସ ଏବେ ଗୁଡ୍ଡୁ ମୁସଲିମକୁ ଖୋଜୁଛି । ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଥିଲା । ଆତିକ ଓ ତାର ଭାଇକୁ ହତ୍ୟା ପରେ ଫେରାର୍ ଅଛି ମୁଖ୍ୟ ସହଯୋଗୀ ଗୁଡ୍ଡୁ । ଏବେ ୟୁପି ପୋଲିସ ଟାର୍ଗେଟରେ ଏହି କୁଖ୍ୟାତ ଅପରାଧୀ ।

ଗ୍ୟାଙ୍ଗଷ୍ଟରର ଓଡ଼ିଶା ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ୟୁପି ଏସଟିଏଫ୍ ଟିମ୍ ବରଗଡ ଭଟଲିରେ ଜଣଙ୍କୁ ପଚରାଉଚୁରା କରିଛି । ଗ୍ୟାଙ୍ଗଷ୍ଟର ଗୁଡ୍ଡୁଙ୍କ ଡ୍ରାଇଭର ସହ ସେହି ବ୍ୟକ୍ତିର ସମ୍ପର୍କ ଥିବା କହିଛି ଟିମ୍ । STFର ୫ ଜଣିଆ ଟିମ୍ ଆସିଥିବା ନେଇ ବରଗଡ଼ ଏସପି ପ୍ରହ୍ଲାଦ ସାହି ମୀନା ନିଶ୍ଚିତ କରିଛନ୍ତି । ଜିଲ୍ଲା ପୋଲିସ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବା ନେଇ ସେ କହିଛନ୍ତି ।

ଏହି ଗ୍ୟାଙ୍ଗଷ୍ଟର ପୁରୀ ଜିଲ୍ଲାରେ ଆଶ୍ରୟ ନେଇଥିବା ପୂର୍ବରୁ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା । ତେବେ ପୋଲିସ ଏଯାଏ କୌଣସି ନିଶ୍ଚିତ କରିନାହିଁ । ମହାରାଷ୍ଟ୍ରର ନାସିକରେ ଗୁଡ୍ଡୁଙ୍କୁ ଗିରଫ କରାଯିବା ନେଇ ରିପୋର୍ଟ ଆସିବା ପରେ ୟୁପି ଟିମ୍ ମଧ୍ୟ ଯାଇଥିଲା । ହେଲେ ଗୁଡ୍ଡୁ ନୁହେଁ ହୋଟେଲ ୱେଟରକୁ ଗିରଫ କରାଯାଇଥିବା କହିଥିଲା ମହାରାଷ୍ଟ୍ର ପୋଲିସ ।

ଉମେଶ ପାଲ ହତ୍ୟା ମାମଲାରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଅଛି ଗୁଡ୍ଡୁ ମୁସଲିମ୍ । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ଘଟିଛି । ଫେରାର୍ ଥିବା ୪ ଅଭିଯୁକ୍ତଙ୍କ ମଧ୍ୟରେ ଗୁଡ୍ଡୁର ନାଁ ରହିଛି । ମୃତ୍ୟୁ ପୂର୍ବରୁ ଅସରଫ, ଗୁଡ୍ଡୁ ମୁସଲିମଙ୍କ ନାଁ ନେଇଥିଲା । ଉମେଶ ପାଲ ହତ୍ୟା ମାମଲାରେ ସେ ସଂପୃକ୍ତ କିନ୍ତୁ ଏପର୍ଯ୍ୟନ୍ତ ତାକୁ ଅଭିଯୁକ୍ତ ତାଲିକାରେ ନାମିତ କରାଯାଇନଥିଲା । ସେ ‘ବୋମା ବିଶେଷଜ୍ଞ’ ଭାବେ ବେଶ୍ ଜଣାଶୁଣା । ଯିଏ ଲୋକଙ୍କୁ ଗୁଳିମାଡ଼ କରିବା ବଦଳରେ ସେମାନଙ୍କ ଉପରକୁ ବୋମା ଫିଙ୍ଗିବାକୁ ବେଶ୍ ପସନ୍ଦ କରୁଥିଲା ।

Leave a Reply

Your email address will not be published. Required fields are marked *