ଶେଷ ଥର ପାଇଁ ଝିଅର ଏକୋଇଶିଆରେ ଗାଁକୁ ଆସିଥିଲା ଦେବାଶିଷ, ହେଲେ ଆଉ ଆସିବନି

ମୋ ସାହିତ୍ୟ ଆଉ ଫେରିବନି । ମୋ ସାହିତ୍ୟ ସବୁଦିନ ପାଇଁ ଆଖି ବୁଜିଦେଲା । ଶେଷ ଥର ପାଇଁ ମୋ ନାତୁଣୀର ଏକୋଇସିଆକୁ ସେ ଆସିଥିଲା, ହେଲେ ସେ ଆଉ କେବେ ଆସିବନି । ତୁ କେମିତି ଛାଡି ଚାଲିଯାଇ ପାରିଲୁ ସାହିତ୍ୟ । ଜଣେ ବୀର ସୈନିକର ବାପା, ନିଜ ଛାତିରେ ଛାତିଏ କୋହକୁ ଜାବୁଡି ଧରି ଲୋତକ ଭରା ନୟନରେ ବଖାଣୁଥିଲେ ନିଜର ବେଦନା । ସେ ଆଜି ହତବାକ ହୋଇଯାଇଛନ୍ତି । କାହିଁକ ନା ତାଙ୍କର ୟଙ୍ଗ ପୁଅ ଆଜି ଦେଶ ପାଇଁ ସହୀଦ ହୋଇଯାଇଛନ୍ତି । ଏ କାହାଣୀ ହେଉଛି ଜମ୍ମୁର ପୁଞ୍ଛ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡିଆ ଯବାନ ଦେବାଶିଷ ବିଶ୍ବାଳଙ୍କର ।

ଦେବାଶିଷ ଗତ ବର୍ଷ ମେ 4 ତରିଖରେ ବିବାହ କରିଥିଲେ । ଗାଁରେ ଅତି ଗେହ୍ଲାରେ ଲୋକେ ତାଙ୍କୁ ସାହିତ୍ୟ ଡାକନ୍ତି । ଚଳିତ ବର୍ଷ ଜାନୁଆରୀରେ ସେ ବାପା ହେବାର ସୌଭାଗ୍ୟ ପାଇଥିଲେ । ଆଉ ଏହା ପରେ ସେ ଖୁସୀରେ ଉତଫୁଲିତ ହୋଇପଡିଥିଲେ । ନିଜ ଝିଅର ଏକୋଇଶିଆକୁ ସତ୍ୟବାଦୀରେ ଥିବା ନିଜ ଗାଁ ଖଣ୍ଡାୟତ ସାହିକୁ ଆସିଥିବା ବେଳେ ଗାଁରେ ଏକ ଭୋଜି ମଧ୍ୟ ଦେଇଥିଲେ । ଆଗ ମାସରେ ସେ ଘରକୁ ଆସିବା ବୋଲି କହିଥିଲେ, କିନ୍ତୁ ଆଉ ଆସିପାରିବେନି । ଦେବାଶିଷଙ୍କ ବାପା ପ୍ରତାପ ବିଶ୍ବାଳ କୋହଭରା କଣ୍ଠରେ କହିଛନ୍ତି ଯେ, ମତେ ଏବେ ବି ବିଶ୍ବାସ ହେଉନାହିଁ, ମୋ ସାହିତ୍ୟ ଆଉ ନାହିଁ । ପ୍ରତାପ ନିଜେ ଦେବାଶିଷଙ୍କୁ ସାହିତ୍ୟ ଆଉ ସାନ ପୁଅ ଦେବପ୍ରସାଦଙ୍କୁ ଯତ୍ନରେ ବିଜ୍ଞାନ ବୋଲି ଡାକୁଥିଲେ ।

ଦେବାଶିଷ ପିଲାବେଳୁ ସେନାରେ ଯିବାକୁ ସ୍ବପ୍ନ ଦେଖୁଥିଲେ । କାହିଁକି ନା ସେ ମାତୃଭୂମିକୁ ବହୁତ ଭଲପାଉଥିଲେ । ତାଙ୍କ ବାପା ଜଣେ ଗରିବ କୃଷକ ହୋଇଥିବାରୁ ଦେବାଶିଷଙ୍କୁ କୋଚିଂ ସେଣ୍ଟରରେ ପଢାଇବାକୁ ସକ୍ଷମ ନଥିଲେ । ସେଥିପାଇଁ ବାପା ପ୍ରତାପ ଦେବାଶିଷଙ୍କ ସ୍ବପ୍ନ ପୂରଣ ହେବା ପାଇଁ ଭଗବାନ ଲୋକନାଥଙ୍କ ପାଖରେ ଗୁହାରୀ କରିଆସୁଥଲେ ।

ଦେବାଶିଷ ଶେଷ ଥର ପାଇଁ ନିଜ ସ୍ତ୍ରୀ ସୁଶ୍ରୀ ସଂଗୀତାଙ୍କ ସହିତ ଗୁରୁବାର ସକାଳ 10ଟା 38 ମିନିଟରେ କଥା ହୋଇଥିଲେ । ନିଜ ଝିଅର ହାଲଚାଲ ବୁଝିଥିଲେ । ସ୍ତ୍ରୀ ସୁଶ୍ରୀ ପୁରୀ ଠାରେ ସରାରୀ ଆଇଟିଆଇରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଦେବାଶିଷ 2013ରେ ରାଷ୍ଟ୍ରୀୟ ରାଇଫଲ୍ସରେ ଜଣେ ଜିଡି ସୈନିକ ଭାବେ ଚାକିରି ଆରମ୍ଭ କରିଥିଲେ । ଆଉ ସେ ଥିଲେ ତାଙ୍କ ପରିବାରର ପ୍ରଥମ ସରକାରୀ ଚାକିରିଆ । ପ୍ରତ୍ୟକ ଦିନ ସେ ତାଙ୍କ ବାପା ମାଙ୍କ ସହିତ ଫୋନେର କଥା ହୁଅନ୍ତି ।

ଯେତେବେଳେ ଜମ୍ମୁ-କାଶ୍ମୀରରେ ତଙ୍କର ପୋଷ୍ଟିଂ ହେଲା ପରିବାର ଲୋକ ଚିନ୍ତିତ ହୋଇପଡିଥିଲେ । ସେତେବେଳେ ପରିବାର ଲୋକଙ୍କୁ ଚିନ୍ତା କରିବାକୁ ସେ ମନା କରିଥିଲେ । ଦେବାଶିଷ କହୁଥିଲେ, ଜମ୍ମୁରେ ଓଡିଶା ଭଳି ସାମାନ୍ୟ ସ୍ଥିତି ରହିଛି । କାଶ୍ମୀର ହେଉଛି ଅଶାନ୍ତ ଅଞ୍ଚଳ, ଜମ୍ମୁ ନୁହେଁ । ଦେବାଶିଷ ଖେଳକୁଦରେ ପ୍ରଥମ ଥଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଗାଁର ସାମାଜିକ କାର୍ଯ୍ୟକ୍ରମରେ ସେ ସର୍ବଦା ନେତୃତ୍ବ ନେଉଥିଲେ । ଏଥିସହିତ ଗାଁରେ ବନ୍ୟ ସ୍ଥିତି ସମୟରେ ଅନ୍ୟକୁ ସହାୟତା କରିବା ପାଇଁ ସାଙ୍ଗ ମାନଙ୍କୁ ପ୍ରେରିତ କରୁଥିଲେ ।

Leave a Reply

Your email address will not be published. Required fields are marked *