Category: ଜିଲ୍ଲା

  • ‘କେନ୍ଦ୍ରାପଡାରେ ବିଜେପିର ସତ୍ତା ନାହିଁ ‘

    ‘କେନ୍ଦ୍ରାପଡାରେ ବିଜେପିର ସତ୍ତା ନାହିଁ ‘

    ଦିନେ ଭାରତୀୟ ଜନତା ପାର୍ଟି ପାଇଁ ସଂଗଠନ ସଜାଡୁଥିଲେ, ସାଙ୍ଗଠନିକ କାର୍ଯ୍ୟକ୍ରମ କରି ଲୋକପ୍ରିୟତା ହାସଲ କରିଥିଲେ, କିନ୍ତୁ ଏବେ ବିଜେପିକୁ ଗୁଡ ବାୟ କରି ମିଶିଛନ୍ତି ବିଜେଡିରେ। ଦଳ ଦ୍ବାରା ଉପେକ୍ଷିତ ହେବା ପରେ ନିରାଶ ହୋଇ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି ବିଜେଡିରେ ଯୋଗଦେଇଥିବା କେନ୍ଦ୍ରାପଡାର ପୂର୍ବତନ ବରିଷ୍ଠ ନେତା ବିଜୟ ସେଠୀ। ବିଜୟ ଦୀର୍ଘ ବର୍ଷ ଧରି ବିଜେପିକୁ ସାଜାଡି ଆସୁଥିଲେ। ଚଳିତ ନିର୍ବାଚନରେ ସେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଆଶା ଦେଇ ଗୀତାଞ୍ଜଳିଙ୍କୁ ଟିକେଟ ଦେଲା। ତେଣୁ ଭଗ୍ନ ହୃଦୟ ନେଇ ନିଜ ସମର୍ଥକଙ୍କ ସହ ବିଜେଡିକୁ ଆପଣେଇ ନେଇଛନ୍ତି ବିଜୟ। ଦଳ ଛାଡିବା ପରେ ବର୍ଷିଛନ୍ତି ବିଜେପି ଉପରେ। କେନ୍ଦ୍ରାପଡାର ଲୋକସଭା ଆସନରୁ ଆରମ୍ଭ କରି ସବୁ ବିଧାନସଭା ଆସନ ବିଜେଡି ଜିତିବ କହିବା ସହ ଏଠି ଲଢେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ହେଉଛି। ବିଜେପିର ସତ୍ତା ନାହିଁ କହିଛନ୍ତି ବିଜୟ

    ବିଜୟଙ୍କ ବିଜେଡିକୁ ଚାଲିଯିବା କାରଣରୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ହେବ। ସେ ବୈଜୟନ୍ତୀଙ୍କ ପରାଜୟ ପଛର କାରଣ ହେବେ ବୋଲି ଲୋକେ କହୁଛନ୍ତି।

  • ପାଣ୍ଡିଆନଙ୍କ ପ୍ରଚାର ପରେ ବିଜେଡି ପ୍ରାର୍ଥୀ ଓ କର୍ମକର୍ତ୍ତା ଉତ୍ସାହିତ

    ପାଣ୍ଡିଆନଙ୍କ ପ୍ରଚାର ପରେ ବିଜେଡି ପ୍ରାର୍ଥୀ ଓ କର୍ମକର୍ତ୍ତା ଉତ୍ସାହିତ

    ଯାଜପୁରରେ ବିଜୁ ଜନତା ଦଳର ମାରାଥନ ପ୍ରଚାର। ପ୍ରଚାରର ମଙ୍ଗ ଧରିଲେ ଭି କେ ପାଣ୍ଡିଆନ। ଗୋଟିଏ ଦିନରେ ଯାଜପୁର ଲୋକସଭା କ୍ଷେତ୍ରର ୬ଟି ନିର୍ବାଚନ ମଣ୍ଡଳୀ ଗସ୍ତକରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ। ଯାଜପୁର ନିର୍ବାଚନ ମଣ୍ଡଳୀର କୁସୁମା ପଡିଆରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେଇ ବିଧାୟିକା ପ୍ରାର୍ଥୀ ସୁଜାତା ସାହୁ ଏବଂ ସାଂସଦ ପ୍ରାର୍ଥୀ ସର୍ମିଷ୍ଠା ସେଠୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଯାଜପୁର ବିଧାୟନସଭା ମଣ୍ଡଳୀ ଅଧୀନ ସଭାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶଙ୍କୁ ଦଳର ସେନାପତି କହିବା ସହ ପ୍ରାର୍ଥୀ ସୁଜାତା ସାହୁ ଓ ଶର୍ମିଷ୍ଠାଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ କରିଥିଲେ ନିବେଦନ। ସେହିଭଳି ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଯଜ୍ଞ ପଡିଆରେ ଆୟୋଜିତ ଦଳୀୟ ସମାବେଶରେ ବିଧାୟିକା ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଏବଂ ସାଂସଦ ପ୍ରାର୍ଥୀ ସର୍ମିଷ୍ଠା ସେଠୀଙ୍କୁ ବିଜୟୀ କରିବାକୁ ନିବେଦନ କରିବା ସହ ବିରୋଧିଙ୍କ ଉପରେ ଗର୍ଜିଥିଲେ ପାଣ୍ଡିଆନ । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ବିଜୟ କରି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହ ଉଭୟ ଙ୍କୁ ଲକ୍ଷେ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ। ପରେ ବରୀ ନିର୍ବାଚନ ମଣ୍ଡଳୀ ଅଟିରା ପଞ୍ଚାୟତ ସଂସ୍ଥନ ମଠରେ ଆୟୋଜିତ ସମାବେଶରେ ଯୋଗ ଦେଇ ବରୀ ବିଧାୟକ ପ୍ରାର୍ଥୀ ବିଶ୍ଵ ରଞ୍ଜନ ମଲ୍ଲିକଙ୍କୁ ୫୦ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ପାଣ୍ଡିଆନଙ୍କ ଉପସ୍ଥିତି ପରେ ପ୍ରାର୍ଥୀଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ।

    ଯାଜପୁରରେ ପାଣ୍ଡିଆନଙ୍କ ୭ଟି ମାରାଥନ ସଭାକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ବିଜେଡି କର୍ମକର୍ତ୍ତା। ସବୁ ସଭାରେ ଦେଖିବାକୁ ମିଳିଥିଲା ବିରାଟ ଜନ ସମାବେଶ। ଭୋଟରଙ୍କ ସହ ପ୍ରଶ୍ନ ମାଧ୍ୟମରେ ସମ୍ପର୍କସ୍ଥାପନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ପାଣ୍ଡିଆନ। ଏହି ଜନସମାବେଶକୁ ଦେଖି ପୁଣି ଯାଜପୁରର ସବୁ ଆସନ ଯେ ବିଜେଡି ହାତେଇବ ତାକୁ ନେଇ ଚର୍ଚ୍ଚା।

  • ଅନ୍ତସତ୍ତ୍ୱାଙ୍କୁ ନ୍ୟାୟ ଦେବାରେ ନେମାଳ ପୋଲିସ ବିଫଳ, ଧାରଣାରେ ପୀଡିତାଙ୍କ ପରିବାର

    ଅନ୍ତସତ୍ତ୍ୱାଙ୍କୁ ନ୍ୟାୟ ଦେବାରେ ନେମାଳ ପୋଲିସ ବିଫଳ, ଧାରଣାରେ ପୀଡିତାଙ୍କ ପରିବାର

    ଗଣେଶ ପୂଜା ଦିନ ହୋଇଥିଲେ ଦୁଷ୍କର୍ମର ଶିକାର। ଘଟଣାକୁ ଏଥିମଧ୍ୟରେ ବିତିଗଲାଣି ସାତ ମାସ। ପୀଡିତା ଦୁଷ୍କର୍ମକାରୀର ସନ୍ତାନକୁ ଧାରଣ କରିଛି ଗର୍ଭରେ। ସାତ ମାସର ଗର୍ଭବତୀ ଦୁଷ୍କର୍ମ ପୀଡିତାକୁ କିନ୍ତୁ ମିଳୁନି ନ୍ୟାୟ। ସେପଟେ ଅଭିଯୁକ୍ତ ବୁଲୁଛି ଖୋଲାରେ।

    ଯାହାକୁ ବିରୋଧ କରି ଶେଷରେ ଥାନାକୁ ଧାଇଁ ଧାଇଁ ନୟାନ୍ତ ପୀଡିତାଙ୍କ ପରିବାର ଥାନା ଆଗରେ ବସିଛନ୍ତି ଧାରଣାରେ। ଅଭିଯୁକ୍ତକୁ ଗିରଫ କରା ନ ଗଲେ ଏମିତି ବସିବାକୁ ଦେଇଛନ୍ତି ଧମକ। ଏଭଳି ଅଭାବନୀୟ ଘଟଣା କୌଣସି ଉପାନ୍ତ ଇଲାକାର ନୁହେଁ। ପୁରୁଣା ରାଜଧାନୀ କଟକ ଜିଲ୍ଲାର। କଟକ ନିଶ୍ଚିନ୍ତକୋଇଲି ବ୍ଲକର। ଗତ ସେପ୍ଟେମ୍ବର 19 ତାରିଖରେ ଗଣେଶ ପୂଜା ଥିବାରୁ ପୀଡିତା ସନ୍ଧ୍ୟାରେ ଘର ପାଖରେ ହେଉଥିବା ଗଣେଶ ପୂଜା ଦେଖିବା ପାଇଁ ଯାଇଥିଲେ। ଅଭିଯୁକ୍ତ ଯୁବତୀଙ୍କୁ ଏକୁଟିଆ ଦେଖି ତାକୁ ଟଣି ଓଟରି ଏକ ନିଛାଟିଆ ଯାଗାକୁ ନେଇଯାଇ ସେଠାରେ ଦୁଷ୍କର୍ମ କରିଥିଲା। ଯୁବତୀ କାଳେ ଥାନାରେ ଅଭିଯୋଗ କରିବ, ସେଥିପାଇଁ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲା। ହେଲେ ଆଉ ଧରାଛୁଆଁ ଦେଇନଥିଲା ଯୁବତୀଙ୍କୁ। ଯୁବତୀ ସରୋଜର ସନ୍ତାନକୁ ଗର୍ଭରେ ଧାରଣ କରିବା ପରେ ପୀଡିତାଙ୍କ ପରିବାର ଓ ସାହି ପଡିଶା ଏହି ଘଟଣାର ଆପୋସ ବୁଝାମଣା କରିବା ନିମନ୍ତେ ଉଦ୍ୟମ କରିଥିଲେ। ହେଲେ କିଛି ସମ୍ଭବ ହେଲା ନାହିଁ। ଶେଷରେ ଗତ ଫେବ୍ରୁଆରି 19 ତାରିଖ ରେ ଯୁବତୀ ଓ ତାଙ୍କ ବାପା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ହାତ ବାନ୍ଧି ଚୁପ ହୋଇ ବସିଛି। ପୋଲିସ ରାଜନୈତିକ ଚାପ ଓ ଲାଞ୍ଚ ନେଇ ଚୁପ ବସିଥିବା ଅଭିଯୋଗ କରି ଶେଷରେ ଯୁବତୀଙ୍କ ପରିବାର ପକ୍ଷରୁ ନେମାଳ ଥାନା ଆଗରେ ଧାରଣାରେ ବସିଛନ୍ତି।

    ଅନ୍ୟପଟେ ଯୁବତୀ ସାତ ମାସର ଗର୍ଭବତୀ। ସାହି ଭାଇଙ୍କ କେତେ ଟାହି ଟାପରା ଶୁଣିବାକୁ ମିଳୁଛି। ଯାହା ଏହି ଗରିବ ପରିବାରର ଦୁର୍ଦ୍ଦାଶାକୁ ଆହୁରି ବଢାଇ ଦେଇଛି। ତେଣୁ ଅଭିଯୋଗକୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏମିତି ଧାରଣାରେ ବସିରହିବାକୁ ନିଷ୍ପତ୍ତି ନେଇଛନ୍ତି ପରିବାରବର୍ଗ।

  • ବିବେକାନନ୍ଦ ଶିକ୍ଷା ନିକେତନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

    ବିବେକାନନ୍ଦ ଶିକ୍ଷା ନିକେତନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

    ଯାଜପୁର ଜିଲ୍ଲା ବାରବାଟୀ ଓଡଙ୍ଗ ସ୍ଥିତ ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ଶିକ୍ଷା ନିକେତନ ର ଦ୍ଵାଦଶ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାଆଡମ୍ଭରରେ ପାଳନ ହୋଇଯାଉଛି I

    ଏହି କ୍ରମରେ ବିବେକାନନ୍ଦ ଶିକ୍ଷା ନିକେତନ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିବା ସହ ବହୁ ସଂଖ୍ୟାରେ ଅଭିଭାବକ ମାନେ ମଧ୍ୟ ଯୋଗଦାନ କରିଥିଲେ,ଉକ୍ତ ଉତ୍ସବରେ ସଭାପତି ତଥା ଶିକ୍ଷ୍ୟା ନିକେତନ ର ମୂଖ୍ୟ ସ୍ରିଯୁକ୍ତ ନାରାୟଣ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଧର୍ମଶାଳା ମହାବିଦ୍ୟାଳୟ ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଦାମ ଚରଣ ରାଉତ, ସଭା ପରିଚାଳନା ରେ ଶ୍ରୀ ନିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ । ପ୍ରଥମେ ବିବେକାନନ୍ଦଙ୍କ ଫଟୋରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେଣୁଧର ନାୟକ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ଵୀପ ପ୍ରଜ୍ବଳନ କରିଥିଲେ, ପରେ ସଭା କାର୍ଯ୍ୟ ଜାରୀରଖି ସମସ୍ତ ବକ୍ତା ମାନେ ଉଚ୍ଚକୋଟୀର ଅଭିଭାଷଣ ପ୍ରଦାନ କରି ଶିକ୍ଷ୍ୟା କୁ ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେବାସହ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

    ବିବେକାନନ୍ଦ ଶିକ୍ଷା ନିକେତନ ର କୁନିକୁନି ପିଲାମାନଙ୍କୁ ନେଇ ଉକ୍ତ ଉତ୍ସବ ରେ ମନଲୋଭା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।

  • ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ

    ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ

    ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲ ଠାରେ ୧୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାରିଛି। ବିଗତ କରୋନା କଟକଣା ପରେ ଚଳିତ ବର୍ଷ ଏହି ୧୦ତମ ବାର୍ଷିକ ଉତ୍ସବରେ ଚେୟାରମେନ ଶ୍ରୀ କାମରାଜୁ ସାବତ ଙ୍କ ପରାମର୍ଶ କ୍ରମେ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ ଶ୍ରୀ ନୀଳମାଧବ ସାବତ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ରିଟାର୍ଡ ବି. ଇ. ଓ. ହରେ କୃଷ୍ଣ ପଣ୍ଡା , ମୁଖ୍ୟ ବକ୍ତା ଭାବେ ଅରୁଣ କୁମାର ପଟେଲ ଏବଂ ସମ୍ମାନୀୟ ଅତିଥି ଭାବେ ଶ୍ରୀ କାହ୍ନୁ ଚରଣ ଗନ୍ତାୟତ ,ଶ୍ରୀ ବିଜୟ କୁମାର ଶତପଥୀ ,ଶ୍ରୀ ସୁନୀଲ କୁମାର ଗନ୍ତାୟତ ,ଶ୍ରୀ ଅଖିଳ କୁମାର ସାବତ,ଶ୍ରୀ ସୁରେଶ କୁମାର ଦାସ ଯୋଗ ଦେଇ ଜଗନ୍ନାଥ ଙ୍କ ପାଖ ରେ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

    ଅନେକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା କୁନି କୁନି ଶିଶୁ ମାନଙ୍କୁ ସମ୍ମାନ ପତ୍ର ସହ ଟ୍ରଫି ଦେଇ ମନୋବଳ କୁ ଦୃଢ଼ କରି ଆହୁରି ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା।ଛାତ୍ର,ଛାତ୍ରୀ ମାନଙ୍କ ନାଚ,ଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆସର ରେ ଦୁଲୁକିଥିଲା ମଞ୍ଚ।ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସଂଞ୍ଜିତ ଶତପଥୀ ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀ କେ. କିରଣ କୁମାର ମଞ୍ଚ କୁ ପରିଚାଳନା କରିଥିଲେ।

    ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଭାବେ ମନୋଜ କୁମାର ପଟ୍ଟନାୟକ, ପ୍ରିୟଙ୍କା ଜେନା ଗାୟତ୍ରୀ ଚୌଧୁରୀ, ଅଙ୍କିତା ଗୌଡ଼, ଅଭିନ୍ନସି ସାହୁ, ରୋଜା ରାଉତ , ସରିତା ପରିଡ଼ା , ରିଶିମା ରାଉତ , ସ୍ମିତା ଚୌଧୁରୀଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ ଉତ୍ସବ ଶେଷରେ ସ୍କୁଲ ତରଫରୁ ବିରାଟ ଭୋଜିର ଆୟୋଜନ କରାଯାଇଥିବାରୁ ସମସ୍ତ ପିଲାମାନେ ଏବଂ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ଭୋଜି ଖାଇ ଆନନ୍ଦରେ ନିଜ ନିଜ ଘରକୁ ଫେରିଥିଲେ!

  • ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସୁଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ (ଏଲ -୧) ଧନ୍ଦାମୂଳକ ଶିକ୍ଷା ଆଇ.ଟି/ଆଇ.ଟି. ଇ. ଏସ ପକ୍ଷରୁ ହିଞ୍ଜିଳିକାଟୁ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଦର୍ଶନ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ଓ. ସେ. ପା ଏବଂ ଲେବରନେଟ୍ ସରଭିସେଶ୍ ପ୍ରାଇଭେଟ୍ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି l

    ଏହି ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ବାସ୍ତବିକ ଜ୍ଞାନ ବିକାଶରେ ସହାୟକ ହୋଇଛି l ପୁସ୍ତକ ରେ ପଢୁଥିବା ପାଠ ସହିତ ଏହାର ବାସ୍ତବ ଚିତ୍ର ଛାତ୍ର ଛାତ୍ରୀ ଙ୍କୁ ଖୁବ୍ ଉତ୍ସାହିତ କରିବା ସହ ସେମାନଙ୍କ ସୁଚନା ଓ ପ୍ରଯୁକ୍ତି ଜ୍ଞାନର ବିକାଶ କରିଛି l ବିଦ୍ୟାଳୟ ର ଆଇ. ଟି/ଆଇ. ଟି. ଇ. ଏସ ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ହିଞ୍ଜିଳିକାଟୁ ସ୍ଥିତ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଭ୍ରମଣ ପାଇଁ ନେଇଥିଲେ l

    ସେଠାରେ କାର୍ଯ୍ୟାଳୟ ର ମୁଖ୍ୟ ପୋଷ୍ଟ ମାଷ୍ଟର ଶ୍ରୀ ସଦାନନ୍ଦ ଶୂଆର ଏବଂ ଅନ୍ୟ କର୍ମଚାରୀ ଛାତ୍ର ଛାତ୍ରୀ ଙ୍କୁ ସୁଚନା ଓ ପ୍ରଯୁକ୍ତି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ୍ ଯନ୍ତ୍ର ସାହାର୍ଯ୍ୟ ରେ ଗ୍ରାହକ ମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦିଆଯାଏ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ଏହି ପରିଭ୍ରମଣ ରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ଓ ପୁଷ୍ପାଞ୍ଜଳି ସେଠୀ ସହଯୋଗ କରିଥିଲେ l

  • ବାବା ତାରକ ଚନ୍ଦ୍ର ପୀଠରେ ମହିମା ଅଲେଖ ମେଳା

    ବାବା ତାରକ ଚନ୍ଦ୍ର ପୀଠରେ ମହିମା ଅଲେଖ ମେଳା

    ଡେରାବିଶ ବ୍ଲକ ଖାନ ନଗର ସ୍ଥିତ ବାବା ତାରକ ଚନ୍ଦ୍ର ପୀଠ ରେ ସିଧ ମନୋହର ବାବା ଙ୍କ ଜୟନ୍ତି ଅବସରରେ ମହିମା ଅଲେଖ ନାମ ସଂକୀର୍ତନ ଆରମ୍ଭ ହୋଇଛି. ଫଗୁଣ ମାସ ଦୋଳ ଦଶମୀ ଠାରୁ ପୀଠ ରେ ମହିମା ଧର୍ମଅବଲମ୍ବୀ ମାନେ ଏକତ୍ରିତ ହୋଇ ଅଖଣ୍ଡ ଧୂନି ଜଳାଇ ମହିମା ଧର୍ମ ର ଧର୍ମ ଗୁରୁ ମାନଙ୍କୁ ସ୍ମରଣ କରି ନାମ ସଂକୀର୍ତନ ମେଳା ଆୟୋଜନ କରିଥିଲେ. କିମ୍ବଦନ୍ତୀ ଅନୁଯାୟୀ ସିଧ ମନୋହର ବାବା ଲୁଣା କରାଣ୍ଡିଆ ଦ୍ବିପାଞ୍ଚଳ ସଲାର ଗ୍ରାମ ର କରଣ ସାହି ରୁ ଗୋପୀନାଥ ଓ ଲକ୍ଷ୍ମୀ ଦେବି ଙ୍କ ତୃତୀraୟ ସନ୍ତାନ ତାରକଚନ୍ଦ୍ରଙ୍କୁ ବାଲ୍ୟ ଅବସ୍ଥା ରୁ ନିଜ ଶିଷ୍ୟ କରି ଆଣିଥିଲେ. ପାପାନ୍ଧ ସମାଜ ରେ ଧର୍ମ ପ୍ରଚାରକ ରୂପେ ଗୁରୁ ମନୋହର ଓ ଶିଷ୍ୟ ତାରକଚନ୍ଦ୍ର ଅଲେଖ ମହିମା ପ୍ରଚାର କରି ସତପଥ ଅନୁଗାମୀ ହେବାକୁ ବାର୍ତା ଦେଉଥିଲେ. କାଳ କ୍ରମେ ୧୯୧୪ ମସିହା ଠାରୁ ସିଧ ମନୋହର ବାବା ଓ ଶିଷ୍ୟ ତାରକଚନ୍ଦ୍ର ଲୁଣା ନଦୀ ତଟ ର ଜଅଂରା ବାରିମୂଳ ର ଖାନ ନଗର ଗ୍ରାମ ରେ ଆଶ୍ରମ ପ୍ରତିଷ୍ଠା କରି ଫଗୁ ଦଶମୀ ରେ ମହିମା ଧର୍ମ ଓ ଧାର୍ମିକ ପୀଠ ସ୍ଥାପନ କରି ସଂସାର ର ମଙ୍ଗଳ ପାଇଁ ନାମ ସଂକୀର୍ତନ ଓ ଧର୍ମ ପ୍ରଚାର କରି ଆସୁଥିଲେ. ଗୁରୁ ଓ ଶିଷ୍ୟ ଙ୍କ ଇହ ଲୀଳା ପରିତ୍ୟାଗ ପରେ ଅଲେଖ ଧର୍ମଅବଲମ୍ବି ମାନେ ଫଗୁ ଦଶମୀ ସମୟରେ ଏହି ଆଶ୍ରମ ରେ ଅଖଣ୍ଡ ଧୂନି ପ୍ରଜ୍ବଳନ କରି ଅଲେଖ ମହିମା ନାମ ସଂକୀର୍ତନ ଆୟୋଜନ କରି ଆସୁଛନ୍ତି. ଦୀର୍ଘ ବର୍ଷ ହେବ ଏହି ପରମ୍ପରା ଜାରି ରହିଛି.ବିଶ୍ୱ ବାସି ଙ୍କ ମଙ୍ଗଳ ପାଇଁ ଅଖଣ୍ଡ ଧ୍ୱନି ପ୍ରଜ୍ବଳନ କରିଥାନ୍ତି. ହଜାର ହଜାର ଶ୍ରଧାଳୁ ଙ୍କ ଭିଡ଼ ମଧ୍ୟ ଆଶ୍ରମ ରେ ହୋଇଥାଏ. ସମସ୍ତେ ପ୍ରସାଦ ସେବନ କରିଥାନ୍ତି

  • ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

    ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

    ଯାଜପୁର ଥାନା ଅନ୍ତର୍ଗତ ଗୋଖନା ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନରସିଂହପୁର ପଂଚାୟତ ହରିପୁର ଅଂଚଳର ମାନସ ବେହେରା । ସୂଚନା ମୁତାବକ ମାନସ ଯାଜପୁର ରୁ ଘରକୁ ଫେରୁଥିବା ସମୟରେ ଗୋଖନା ଛକ ନିକଟରେ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏଠାରେ ହୋଇଥିବା ହମ୍ପ୍ସ ଯୋଗୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଯାଜପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନା କୁ ପଠାଇଛି।

  • ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

    ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

    ବଲାଙ୍ଗୀର ଜିଲ୍ଲା ଚୁଡାପାଲି ଠାରେ ଆଜି ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ସଂଘର ନବନିର୍ବାଚିତ ସଭାପତି ଅଶ୍ବିନୀ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭରେ ସଭାପତି ଆସନ୍ତା ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ କାର୍ଯ୍ୟକାରୀ ସଭାପତି ଭାବେ ସନ୍ଦୀପ କୁମାର କୁଅଁର, ଉପ ସଭାପତି ଭାବେ ଅଶୋକ ନାରାୟଣ ଭୋଇ, ସୁଧାକର ଦାସ, ସୁଶାନ୍ତ ବାରିକ, ସାଧାରଣ ସମ୍ପାଦକ ଭାବେ ଶ୍ୟାମ ସୁନ୍ଦର ମେହେର, ସଂଗଠନ ସମ୍ପାଦକ ଭାବେ ହୁଲେଶ୍ୱର ହଂସ,ସହ ସମ୍ପାଦକ ଭାବେ ବିରଞ୍ଚି ନାଏକ, ଦେବରାଜ ନାହାକ, ଗୁରୁଦୟାଲ ହଂସ, ସୁଦାମ ଚରଣ ବଘାର,କୋଷାଧ୍ୟକ୍ଷ ଭାବେ ବିମଳେନ୍ଦୁ ସାହୁ,ଉପଦେଷ୍ଟା କମିଟି ରେ ଆନନ୍ଦ ଚନ୍ଦ୍ର ସାହୁ, ବାଳକୃଷ୍ଣ ମିଶ୍ର, ସୁଶୀଲ କୁମାର ମିଶ୍ର,କାର୍ଯ୍ୟକାରୀ କମିଟି ସଦସ୍ଯ ଭାବେ ଅନ୍ତିମ ପାଣିଗ୍ରାହୀ, ଅଜିତ କୁମାର ପୁରୋହିତ, ଅନ୍ତର୍ଯ୍ୟାମୀ ସାହୁ, ଅଶୋକ କୁମାର ସାହୁ,, ବିରାଜନନ୍ଦ ପାଢ଼ୀ,ବ୍ୟାସଦେବ ଥନାପତି,ଦୀପକ ଖମାରୀ, ଜୀବନାନନ୍ଦ ମହାନ୍ତି, ଶାନ୍ତିଶୃଙ୍ଖଳା କମିଟି ରେ ଚିନ୍ତାମଣି ରାଉତ, ଶ୍ୟାମପ୍ରସାଦ ଗୁରୁ, ସୁବାଷ ଚନ୍ଦ୍ର ମିଶ୍ର ଙ୍କ ନାମ ଘୋଷଣା କରାଯାଇଥିଲା ।

    ଅନ୍ୟ ମାନଙ୍କ ମଧ୍ଯରେ ସାମ୍ବାଦିକ ବିଜୟାନନ୍ଦ ଦାସ, ବିମଲ ଦାସ, କୈଳାସ ସଗରିଆ,ଲଳିତ ମଲ୍ଲିକ,ତ୍ରିନାଥ ସାହୁ, ରାଧେଶ୍ୟାମ ମେହେର,ଅଜିତ ମିଶ୍ର, ମହେଶ କର ପ୍ରମୁଖ ଏହି ସାଧାରଣ ପରିଷଦ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଘ ତରଫରୁ ସାଂଗଠନିକ ବୈଠକ ଜିଲ୍ଲାର ବିଭିନ୍ନ ଅଂଚଳରେ ଆୟୋଜନ କରାଯିବାକୁ ତଥା ସଂଘର ସଦସ୍ଯ ମାନଙ୍କ ସାମୁହିକ ସ୍ବାର୍ଥକୁ ନେଇ ପ୍ରଶାସନ ସ୍ତରରେ ଚାପ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଆଲୋଚନାରେ ମତପ୍ରକାଶ ପାଇଥିଲା ।

  • ଖେମେଶରାରେ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଶୋଭାଯାତ୍ରା

    ଖେମେଶରାରେ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଶୋଭାଯାତ୍ରା

    ବରଗଡ ଜିଲ୍ଲା ବରପାଲି ବ୍ଲକ ଖେମେଶରା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ। ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଗାଁରେ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି ଉତ୍ସବର ମାହୋଲ । ପ୍ରଥମ ଦିନରେ କଳସ ଶୋଭାଯାତ୍ରାରେ ଘଣ୍ଟ ବାଦ୍ୟ ବଜାଇ ଗ୍ରାମ ପରିକ୍ରମା କରିଥିଲେ ଗ୍ରାମର ସମସ୍ତ ବୃଦ୍ଧ, ବନିତା । ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଗ୍ରାମର ଫିରୋଜ କୁମାର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ବୀଣାପାଣି ପ୍ରଧାନ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ତାଙ୍କ ସହ ଉଜାଗର ସାହୁ , ପ୍ରମୋଦ ବିଶି, ଆଲୋକ ବିଶି, ରାତ୍ର ପ୍ରଧାନ ପ୍ରମୁଖ ସପତ୍ନିକ ମଧ୍ୟ ସାମିଲ ହୋଇଥିଲେ। ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ପୁରୋହିତ ଓ ଅନ୍ୟ ପୁରୋହିତଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ସାରା ଅଞ୍ଚଳ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆଖ ପାଖ ଅଞ୍ଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସମସ୍ତଙ୍କ ପାଇଁ ହୋଇଥିଲା ପ୍ରସାଦର ବ୍ୟବସ୍ଥା