ପାଣ୍ଡିଆନଙ୍କ ପ୍ରଚାର ପରେ ବିଜେଡି ପ୍ରାର୍ଥୀ ଓ କର୍ମକର୍ତ୍ତା ଉତ୍ସାହିତ

ଯାଜପୁରରେ ବିଜୁ ଜନତା ଦଳର ମାରାଥନ ପ୍ରଚାର। ପ୍ରଚାରର ମଙ୍ଗ ଧରିଲେ ଭି କେ ପାଣ୍ଡିଆନ। ଗୋଟିଏ ଦିନରେ ଯାଜପୁର ଲୋକସଭା କ୍ଷେତ୍ରର ୬ଟି ନିର୍ବାଚନ ମଣ୍ଡଳୀ ଗସ୍ତକରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ। ଯାଜପୁର ନିର୍ବାଚନ ମଣ୍ଡଳୀର କୁସୁମା ପଡିଆରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେଇ ବିଧାୟିକା ପ୍ରାର୍ଥୀ ସୁଜାତା ସାହୁ ଏବଂ ସାଂସଦ ପ୍ରାର୍ଥୀ ସର୍ମିଷ୍ଠା ସେଠୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଯାଜପୁର ବିଧାୟନସଭା ମଣ୍ଡଳୀ ଅଧୀନ ସଭାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶଙ୍କୁ ଦଳର ସେନାପତି କହିବା ସହ ପ୍ରାର୍ଥୀ ସୁଜାତା ସାହୁ ଓ ଶର୍ମିଷ୍ଠାଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ କରିଥିଲେ ନିବେଦନ। ସେହିଭଳି ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଯଜ୍ଞ ପଡିଆରେ ଆୟୋଜିତ ଦଳୀୟ ସମାବେଶରେ ବିଧାୟିକା ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଏବଂ ସାଂସଦ ପ୍ରାର୍ଥୀ ସର୍ମିଷ୍ଠା ସେଠୀଙ୍କୁ ବିଜୟୀ କରିବାକୁ ନିବେଦନ କରିବା ସହ ବିରୋଧିଙ୍କ ଉପରେ ଗର୍ଜିଥିଲେ ପାଣ୍ଡିଆନ । ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ବିଜୟ କରି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହ ଉଭୟ ଙ୍କୁ ଲକ୍ଷେ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ। ପରେ ବରୀ ନିର୍ବାଚନ ମଣ୍ଡଳୀ ଅଟିରା ପଞ୍ଚାୟତ ସଂସ୍ଥନ ମଠରେ ଆୟୋଜିତ ସମାବେଶରେ ଯୋଗ ଦେଇ ବରୀ ବିଧାୟକ ପ୍ରାର୍ଥୀ ବିଶ୍ଵ ରଞ୍ଜନ ମଲ୍ଲିକଙ୍କୁ ୫୦ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ପାଣ୍ଡିଆନଙ୍କ ଉପସ୍ଥିତି ପରେ ପ୍ରାର୍ଥୀଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ।

ଯାଜପୁରରେ ପାଣ୍ଡିଆନଙ୍କ ୭ଟି ମାରାଥନ ସଭାକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ବିଜେଡି କର୍ମକର୍ତ୍ତା। ସବୁ ସଭାରେ ଦେଖିବାକୁ ମିଳିଥିଲା ବିରାଟ ଜନ ସମାବେଶ। ଭୋଟରଙ୍କ ସହ ପ୍ରଶ୍ନ ମାଧ୍ୟମରେ ସମ୍ପର୍କସ୍ଥାପନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ପାଣ୍ଡିଆନ। ଏହି ଜନସମାବେଶକୁ ଦେଖି ପୁଣି ଯାଜପୁରର ସବୁ ଆସନ ଯେ ବିଜେଡି ହାତେଇବ ତାକୁ ନେଇ ଚର୍ଚ୍ଚା।

Leave a Reply

Your email address will not be published. Required fields are marked *