‘କେନ୍ଦ୍ରାପଡାରେ ବିଜେପିର ସତ୍ତା ନାହିଁ ‘

ଦିନେ ଭାରତୀୟ ଜନତା ପାର୍ଟି ପାଇଁ ସଂଗଠନ ସଜାଡୁଥିଲେ, ସାଙ୍ଗଠନିକ କାର୍ଯ୍ୟକ୍ରମ କରି ଲୋକପ୍ରିୟତା ହାସଲ କରିଥିଲେ, କିନ୍ତୁ ଏବେ ବିଜେପିକୁ ଗୁଡ ବାୟ କରି ମିଶିଛନ୍ତି ବିଜେଡିରେ। ଦଳ ଦ୍ବାରା ଉପେକ୍ଷିତ ହେବା ପରେ ନିରାଶ ହୋଇ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି ବିଜେଡିରେ ଯୋଗଦେଇଥିବା କେନ୍ଦ୍ରାପଡାର ପୂର୍ବତନ ବରିଷ୍ଠ ନେତା ବିଜୟ ସେଠୀ। ବିଜୟ ଦୀର୍ଘ ବର୍ଷ ଧରି ବିଜେପିକୁ ସାଜାଡି ଆସୁଥିଲେ। ଚଳିତ ନିର୍ବାଚନରେ ସେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଆଶା ଦେଇ ଗୀତାଞ୍ଜଳିଙ୍କୁ ଟିକେଟ ଦେଲା। ତେଣୁ ଭଗ୍ନ ହୃଦୟ ନେଇ ନିଜ ସମର୍ଥକଙ୍କ ସହ ବିଜେଡିକୁ ଆପଣେଇ ନେଇଛନ୍ତି ବିଜୟ। ଦଳ ଛାଡିବା ପରେ ବର୍ଷିଛନ୍ତି ବିଜେପି ଉପରେ। କେନ୍ଦ୍ରାପଡାର ଲୋକସଭା ଆସନରୁ ଆରମ୍ଭ କରି ସବୁ ବିଧାନସଭା ଆସନ ବିଜେଡି ଜିତିବ କହିବା ସହ ଏଠି ଲଢେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ହେଉଛି। ବିଜେପିର ସତ୍ତା ନାହିଁ କହିଛନ୍ତି ବିଜୟ

ବିଜୟଙ୍କ ବିଜେଡିକୁ ଚାଲିଯିବା କାରଣରୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ହେବ। ସେ ବୈଜୟନ୍ତୀଙ୍କ ପରାଜୟ ପଛର କାରଣ ହେବେ ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *