ଗେମିଂ ଜୋନରେ ଭୀଷଣ ଅଗ୍ନିକାଣ୍ଡ, ଚାହୁଁ ଚାହୁଁ ଚାଲିଗଲା ୨୭ ଜୀବନ

ଶନିବାର ଅପରାହ୍ନରେ ଗୁଜୁରାଟର ରାଜକୋଟ ସହରର ଏକ ଗେମିଂ ଜୋନରେ ଭିଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଯେଉଁଥିରେ ୨୭ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ସାମିଲ ଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଏସଆଇଟିକୁ ହସ୍ତାନ୍ତର କରାଯାଇଛି ।

ଅପରାହ୍ନ 4.30 ସମୟରେ ରାଜକୋଟରେ ଏକ ଲୋକପ୍ରିୟ ଗେମିଂ ଜୋନରେ ଅଗ୍ନିକାଣ୍ଡ ଖବର ଆସିବା ପରେ ସାରା ସହରରେ ବିଷାଦର ଛାୟା ଖେଳିଯାଇଥିଲା । ଘଟଣା ଘଟିବାର ତୁରନ୍ତ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ କସରତ ପରେ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ, ସେତେବେଳକୁ ୨୭ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

ତେବେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ଏବଂ ଗ୍ରୀଷ୍ମ ଛୁଟିଦିନ ହେତୁ ବହୁ ସଂଖ୍ୟାରେ ପିଲା ସେମାନଙ୍କ ପିତାମାତାଙ୍କ ସହିତ ଗେମିଂର ମଜା ଉଠାଇବାକୁ ଆସିଥିଲେ । ହେଲେ ସେମାନେ କେ ଭାବିନଥିଲେ ଯେ ଏହା ସେମାନଙ୍କୁ ଜୀବନର ଶେଷ ଖୁସି ହେବ ବୋଲି । ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଜେନେରେଟରରେ ରଖାଯାଇଥିବା ଡିଜେଲ ଓ ଗୋ କାର ପାଇଁ ରଖାଯାଇଥିବା ପେଟ୍ରୋଲ୍ ଡବା କାରଣରୁ ନିଆଁ ଅଧିକ ବ୍ୟାପି ଯାଇଥିଲା । ଆଉ ଶେଷରେ ଟଳିପଡିଲା ୨୭ ଜୀବନ ।

Leave a Reply

Your email address will not be published. Required fields are marked *