ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ଯାଜପୁର ଥାନା ଅନ୍ତର୍ଗତ ଗୋଖନା ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନରସିଂହପୁର ପଂଚାୟତ ହରିପୁର ଅଂଚଳର ମାନସ ବେହେରା । ସୂଚନା ମୁତାବକ ମାନସ ଯାଜପୁର ରୁ ଘରକୁ ଫେରୁଥିବା ସମୟରେ ଗୋଖନା ଛକ ନିକଟରେ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏଠାରେ ହୋଇଥିବା ହମ୍ପ୍ସ ଯୋଗୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଯାଜପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନା କୁ ପଠାଇଛି।

Leave a Reply

Your email address will not be published. Required fields are marked *