ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସୁଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ (ଏଲ -୧) ଧନ୍ଦାମୂଳକ ଶିକ୍ଷା ଆଇ.ଟି/ଆଇ.ଟି. ଇ. ଏସ ପକ୍ଷରୁ ହିଞ୍ଜିଳିକାଟୁ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଦର୍ଶନ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ଓ. ସେ. ପା ଏବଂ ଲେବରନେଟ୍ ସରଭିସେଶ୍ ପ୍ରାଇଭେଟ୍ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି l

ଏହି ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ବାସ୍ତବିକ ଜ୍ଞାନ ବିକାଶରେ ସହାୟକ ହୋଇଛି l ପୁସ୍ତକ ରେ ପଢୁଥିବା ପାଠ ସହିତ ଏହାର ବାସ୍ତବ ଚିତ୍ର ଛାତ୍ର ଛାତ୍ରୀ ଙ୍କୁ ଖୁବ୍ ଉତ୍ସାହିତ କରିବା ସହ ସେମାନଙ୍କ ସୁଚନା ଓ ପ୍ରଯୁକ୍ତି ଜ୍ଞାନର ବିକାଶ କରିଛି l ବିଦ୍ୟାଳୟ ର ଆଇ. ଟି/ଆଇ. ଟି. ଇ. ଏସ ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ହିଞ୍ଜିଳିକାଟୁ ସ୍ଥିତ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଭ୍ରମଣ ପାଇଁ ନେଇଥିଲେ l

ସେଠାରେ କାର୍ଯ୍ୟାଳୟ ର ମୁଖ୍ୟ ପୋଷ୍ଟ ମାଷ୍ଟର ଶ୍ରୀ ସଦାନନ୍ଦ ଶୂଆର ଏବଂ ଅନ୍ୟ କର୍ମଚାରୀ ଛାତ୍ର ଛାତ୍ରୀ ଙ୍କୁ ସୁଚନା ଓ ପ୍ରଯୁକ୍ତି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ୍ ଯନ୍ତ୍ର ସାହାର୍ଯ୍ୟ ରେ ଗ୍ରାହକ ମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦିଆଯାଏ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ଏହି ପରିଭ୍ରମଣ ରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ଓ ପୁଷ୍ପାଞ୍ଜଳି ସେଠୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *