ଖେମେଶରାରେ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଶୋଭାଯାତ୍ରା

ବରଗଡ ଜିଲ୍ଲା ବରପାଲି ବ୍ଲକ ଖେମେଶରା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ। ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଗାଁରେ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି ଉତ୍ସବର ମାହୋଲ । ପ୍ରଥମ ଦିନରେ କଳସ ଶୋଭାଯାତ୍ରାରେ ଘଣ୍ଟ ବାଦ୍ୟ ବଜାଇ ଗ୍ରାମ ପରିକ୍ରମା କରିଥିଲେ ଗ୍ରାମର ସମସ୍ତ ବୃଦ୍ଧ, ବନିତା । ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଗ୍ରାମର ଫିରୋଜ କୁମାର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ବୀଣାପାଣି ପ୍ରଧାନ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ତାଙ୍କ ସହ ଉଜାଗର ସାହୁ , ପ୍ରମୋଦ ବିଶି, ଆଲୋକ ବିଶି, ରାତ୍ର ପ୍ରଧାନ ପ୍ରମୁଖ ସପତ୍ନିକ ମଧ୍ୟ ସାମିଲ ହୋଇଥିଲେ। ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ପୁରୋହିତ ଓ ଅନ୍ୟ ପୁରୋହିତଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ସାରା ଅଞ୍ଚଳ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆଖ ପାଖ ଅଞ୍ଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସମସ୍ତଙ୍କ ପାଇଁ ହୋଇଥିଲା ପ୍ରସାଦର ବ୍ୟବସ୍ଥା

Leave a Reply

Your email address will not be published. Required fields are marked *