Category: ଅପରାଧ

  • ନାଇଟ୍ ପାଟ୍ରୋଲିଂ ବେଳେ ଧରାପଡିଲା ଅପରାଧୀ

    ନାଇଟ୍ ପାଟ୍ରୋଲିଂ ବେଳେ ଧରାପଡିଲା ଅପରାଧୀ

    ଅପରାଧ ଯୋଜନାକୁ ପଣ୍ଡ କରିଦେଲା ପୋଲିସ୍ । ନାଇଟ୍ ପାଟ୍ରୋଲିଂ ବେଳେ ଧରିନେଲା ଅପରାଧୀ ଘଟାଉ ଥିବା ଯୁବକକୁ । ଗଞ୍ଜାମ ଭଞ୍ଜନଗର ଥାନା ପୋଲିସ୍ ଗତ କାଲି ରାତିରେ ଏସ୍.ଆଇ ଯୋଷ୍ଣମୟୀ ସାହୁ ଏବଂ ଥାନାର ଅନ୍ୟ ଷ୍ଟାଫ ମାନେ ନିକଟରେ ଥିବା ଏକ ବରଙ୍ଗ ନାଳ ପାଖରେ ନାକା ଡିଉଟି କରୁଥିବା ବେଳେ ଜଣେ ଯୁବକ ବେଲଗୁଣ୍ଠାରୁ ପଲ୍ସର୍ ଗାଡ଼ିରେ ଆସୁଥିବା ବେଳେ ପୋଲିସ କୁ ଦେଖି ପଳାଉଥିବା ବେଳେ, ସନ୍ଦେହ କରି ପୋଲିସ୍ କାବୁ କରି ନେଇଥିଲା । ଯୁବକଙ୍କ ଠାରୁ ବୁଲେଟ, ଖଣ୍ଡା ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।ଅପରାଧିକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ପୂର୍ବରୁ ଯୁବକଙ୍କ ନାମରେ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଟି କେସ୍ ରହିଥିବା ମଧ୍ୟ ଜଣାପଡିଛି ।

  • ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ବିଭିନ୍ନ ମହଲରୁ ନିନ୍ଦା

    ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ବିଭିନ୍ନ ମହଲରୁ ନିନ୍ଦା

    ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀରେ ହଙ୍ଗାମା। ଗିରଫଦାରୀକୁ ବିରୋଧକରି ଆମ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ବିରୋଧ। ବିଭିନ୍ନ ସ୍ଥାନରେ ଜାରି ରହିଛି ଆପ ନେତାଙ୍କ ବିରୋଧ ପ୍ରଦର୍ଶନ। ଗର୍ଜୁଛନ୍ତି କେଜରିୱାଲଙ୍କ ସମର୍ଥକ। ସେପଟେ ସୁପ୍ରିମ କୋର୍ଟରେ ଇଡି ଗିରଫଦାରୀ ବିରୋଧରେ କେଜରିୱାଲ କରିଥିବା ଆବେଦନକୁ ଫେରାଇ ନେଇଛନ୍ତି। ଏହାକୁ ସେ ନିମ୍ନ ଅଦାଲତରେ ଆବେଦନ କରିବେ ବୋଲି କହିଛନ୍ତି ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭି। ଗତକାଲି ଦିଲ୍ଲୀ ହାଇକୋର୍ଟ କେଜରିୱାଲଙ୍କ ଦ୍ବାରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ବର୍ତ୍ତିବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇ ତଦନ୍ତରେ ସାମିଲ ହେବାକୁ ତାଗିଦ କରିଥିଲେ। ଏହାପରେ ଇଡି ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଜେରା କରିବା ପରେ ଗିରଫ କରିନେଇଥିଲା। କେଜରିୱାଲଙ୍କ ଗିରଫଦାରୀ ଖବର ପ୍ରଚାର ହେବା ପରେ ଆପ ପକ୍ଷରୁ ଏହାକୁ ଅବୈଧ, ଅନୈତିକ ବୋଲି କୁହାଯାଇଛି। କିଛି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଥିଲେ ଦଳର ନେତା। ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିସି ଗିରଫଦାରୀକୁ ନିନ୍ଦା କରିବା ସହ ମୋଦି କେବଳ କେଜରିୱାଲଙ୍କୁ ଭୟ କରୁଥିବାରୁ ଏପରି କରିଥିବା ଅଭିଯୋଗ ଆଣିଛନ୍ତି। ଏଥିସହ କେଜରିୱାଲ ଯେଉଁଠି ରହିଲେ ବି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିବେ ଓ ଜେଲରୁ ସରକାର ଚଳାଇବେ ବୋଲି କହିଛନ୍ତି ଅତିସି। ଆଜି ସୂର୍ଯ୍ୟୋଦୟ ହେଉ ହେଉ ଆପ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଇଛି। କେଜରିୱାଲ ଜିନ୍ଦାବାଦ, ମୁଁ ବି କେଜରିୱାଲର ପ୍ଲା କାର୍ଡ ଧରି ନାନା ନାରାବାଜି ଦିଆଯାଇଛି। ସ୍ଥିତି ଏମିତି ହୋଇଛି କି ଚଣ୍ଡିଗଡ ସମେତ କିଛି ସ୍ଥାନରେ ପୋଲିସକୁ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ପାଣି ମାଡ କରିବାକୁ ପଡିଛି। ଦିଲ୍ଲୀ ମନ୍ତ୍ରୀ ଅତିସି ଓ ସୌରଭ ଭରଦ୍ବାଜଙ୍କ ନେତୃତ୍ବରେ ଦିଲ୍ଲୀରେ ହୋଇଥିବା ମେଗା ବିରୋଧକୁ ନେଇ ପୋଲିସ ଉଭୟ ନେତାଙ୍କ ସହ ବହୁ ଆପ ନେତାଙ୍କୁ ଅଟକ ରଖିଛି। ଚଣ୍ଡିଗଡ, ଲକ୍ଷ୍ନୌ, ପରି ବହୁ ରାଜ୍ୟର ରାଜଧାନୀରେ ଆପ ପକ୍ଷରୁ ବିରୋଧ କରାଯାଇଛି। ଅନ୍ୟପଟେ ଏହି ଗିରଫଦାରୀକୁ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଛି। କିନ୍ତୁ ଏକଦା କେଜରିୱାଲଙ୍କ ଗୁରୁ ବୋଲାଉଥିବା ସମାଜସେବୀ ଆନ୍ନ ହଜାରେ କହିଛନ୍ତି, ଏହା ହେବାର ଥିଲା। ଦିନେ ମୋ ସହ ମଦ ବିରୋଧରେ ଆନ୍ଦୋଳନ କରିଥିବା କେଜରିୱାଲ ଆଜି ଅର୍ଥ ପାଇଁ ମଦ ନୀତିକୁ କାର୍ଯ୍ୟକ୍ଷମ କରିଲେ। ତେବେ ଯାହା କିଛି ହେବ, ନିୟମ ଅନୁଯାୟୀ ହେବ। ଅନ୍ୟପଟେ ଇଡି କେଜରିୱାଲଙ୍କୁ ରିମାଣ୍ଡରେ ନେବାକୁ ପିଏମଏଲଏ କୋର୍ଟରେ ଦସ୍ତାବିଜ ସହ ଦାବି ରଖିଛି। ତେବେ କୌଣସି ଦୁର୍ନୀତି ମାମଲାରେ ଏହା ଦେଶର ପ୍ରଥମ ଘଟଣା, ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏବେ ଦେଖିବାକୁ ରହିଲା ଏହି ଘଟଣା କେଉଁ ମୋଡ ନେଉଛି।

  • ବନବିଭାଗ ଓ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ

    ବନବିଭାଗ ଓ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ

    ବାଲେଶ୍ଵର ଜିଲ୍ଲା କୁଲଡିହା ଅଭୟାରଣ୍ୟ ରେ ଶିକାରୀ ଗୁଳି ରେ ଦୁଇ ସବୁଜ ବାହିନୀ କର୍ମଚାରୀ ଶୀକାର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବନ କର୍ମଚାରୀ ଆହତ ହେବାପରେ ବନବିଭାଗ ଓ ପୋଲିସ ର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ କରିବାସହ ଚାରି ବନ୍ଧୁକ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।ମାତ୍ର ପୁଣି ନୀଳଗିରି ଥାନା ଅନ୍ତର୍ଗତ ଶିଆଡ଼ିମାଳ ପଞ୍ଚାୟତର ଡେମୁଚଖାଲ ଗ୍ରାମରେ ଚଢ଼ାଉ କରି ଚାରି ଜଣଙ୍କ ଘରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ସେମାନଙ୍କୁ ଡାକ୍ତର ମାଇନା ପରେ କୋଟ୍ ଚାଲାଣ କରିଛି ନୀଳଗିରି ପୋଲିସ । ବେଆଇନ୍ ଭାବେ ଘରେ ବନ୍ଧୁକ ରଖିଥିବାରୁ ପୋଲିସ ମୋକଦ୍ଦମା ରୁଜୁ କରି କୋର୍ଟଚାଲାଣ କରିଛି । ଏହା ମଧ୍ଯରେ ଦଶ ଗୋଟି ବନ୍ଧୁକ ଜବତ କରାଯାଇ ଥିବାବେଳେ ଛ ଶିକାରୀ ସମେତ ବନ୍ଧୁକ ତିଆରି କାରିଗରକୁ ମଧ୍ଯ ଗିରଫ କରି କୋର୍ଟଚାଲାଣ କରାଯାଇଥିବା କୁଲଡିହା ରେଞ୍ଜର ପ୍ରବୀର କୁମାର ମୁର୍ମୁ ପ୍ରକାଶ କରିଛନ୍ତି ।

  • ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ବାଲେଶ୍ଵର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଲାହାପାଳ ଗ୍ରାମରେ ଗତକାଲି ଦ୍ଵିପ୍ରହରରେ ଦୁଇ ଭାଇ କୌଣସି କାରଣରୁ ମାରପିଟ୍ ହୋଇଥିଲେ । ଘଟଣା ପରିବାର କାନକୁ ଆସିଥିଲା । ସନ୍ଧ୍ୟାବେଳେ ସମାଧାନ କରିବା ପାଇଁ ସଂଯୁଲତା ପଣ୍ଡା ଦେଢଶୂର ସନ୍ତୋଷ ପଣ୍ଡା ଘରକୁ ଯାଇଥିଲେ । ସଞ୍ଜୁଲତା କଥାବାର୍ତ୍ତା କରି ଫେରିବା ବାଟରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତ ପଣ୍ଡା ସଂଯୁଲତା ପଣ୍ଡାଙ୍କୁ ଏକ ପଥରରେ ମୁଣ୍ଡକୁ ବାଡ଼େଇ ଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

    ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ତୁରନ୍ତ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଛନ୍ତି । ଅପରପକ୍ଷେ ସନ୍ତୋଷ ପଣ୍ଡା ଓ ତାର ପୁଅ ଅମିତ୍ ପଣ୍ଡା ଆହତ ହୋଇ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

  • ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

    ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

    ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା , ମାମୁଁ ଘର ଗାଁରେ ଘଟାଇଲା ଉନ୍ମତ କାଣ୍ଡ । ଗାଁ ଦାଣ୍ଡରେ ହାତରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ତାହା କୁ ହାଣିଲା । ଯୁବକର ଟାଙ୍ଗିଆ ଚୋଟରେ ଖେରଙ୍ଗ ପଞ୍ଚାୟତର ପଳାଶପୁର ଗ୍ରାମର ଦୁଇ ଜଣ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବକୁ ଯାଇଥିବା ପୋଲିସକୁ ଘଟଣା ସ୍ଥଳରେ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା । ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ମଧ୍ୟ ଟାଙ୍ଗିଆରେ ବାରମ୍ବାର ଚଟୋ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଭାଙ୍ଗି ଚୁନା କରିଦେଇଥିବା ଦେଖିବାକୁ ମିଳିଛି ।

    ଶେଷରେ ବହୁ କଷ୍ଟରେ ମତୋ ଫାଣ୍ଡି ପୋଲିସ ଓ ୧୧୨ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ଥାନାକୁ ଆଣିଛି । ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି ।ଯୁବକଙ୍କ ଘର ବାସୁଦେବପୁର ଅଞ୍ଚଳର । ତାଙ୍କ ନାମ ଭିମସେନ ନାୟକ, ସେ ମାମୁଁ ଘରକୁ ବୁଲିବାକୁ ଆସି ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

  • ଦୀର୍ଘ ଦିନରୁ ଚାଲିଥିଲା ଗୋଟିଏ ଘରେ ଦେହ ବ୍ୟବସାୟ, ଶେଷରେ କାବୁକଲେ ଗ୍ରାମବାସୀ

    ଦୀର୍ଘ ଦିନରୁ ଚାଲିଥିଲା ଗୋଟିଏ ଘରେ ଦେହ ବ୍ୟବସାୟ, ଶେଷରେ କାବୁକଲେ ଗ୍ରାମବାସୀ

    ବାଲେଶ୍ଵର ଜିଲା ନୀଳଗିରିର ମିତ୍ରପୁର ଅଞ୍ଚଳରେ ସେକ୍ସ ରାକେଟ ଠାବ। ପୋଲିସ ପାଞ୍ଚ ଜଣଙ୍କୁ କାବୁ କରିବା ସହ ଦୁଇଟି ବାଇକ ଓ ଗୋଟିଏ କାର ଜବଦ କରିଛି। ସୂଚନା ମୁତାବକ, ମିତ୍ରପୁରର ମଖାପଦା ଗ୍ରାମରେ ଦୁଇ ଅଚିହ୍ନା ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଘୁରିବୁଲୁଥିବା ଦେଖି, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପରେ ଘଟଣା ଲୋକଲୋଚନକୁ ଆସିଛି। ଗ୍ରାମବାସୀମାନେ ଉଭୟଙ୍କୁ ଅଟକ ରଖିବା ସହିତ ମାଡ ମାରିଥିଲେ ।

    ଖବରପାଇ ନୀଳଗିରି ପୋଲିସ ମଖାପଦା ଗ୍ରାମରେ ପହଞ୍ଚି ରାଣୀ ମହୁମାଛି ସମେତ ଦୁଇ ଯୁବତୀ ଓ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲା। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଘଟଣାର ସତ୍ୟତା ଜଣାପଡ଼ିଥିଲା। ପୋଲିସ ଜାଣିବାକୁ ପାଇଛି ଦୀର୍ଘଦିନ ଧରି ଏଠାରେ ସେକ୍ସ ରକେଟ ଚାଲୁଥିଲା। ଘର ମାଲିକ ମାଲିକାଣୀଙ୍କ ସହାୟତାରେ ମିତ୍ରପୁରରୁ ରାଜଧାନୀକୁ ଚେର ଲମ୍ବିଛି। ଧରା ପଡିଥିବା ଦୁଇ ଯୁବତୀଙ୍କ ମଧ୍ଯରୁ ଜଣଙ୍କ ଘର ମୟୁରଭଞ୍ଜ ଉଦଳାରେ ହୋଇଥିବା ବେଳେ ଅନ୍ୟ ଯୁବତୀ ଭୁବନେଶ୍ବରର ବୋଲି ଜଣାପଡିଛି।

    ସେହିପରି ଯୁବକ ମଧ୍ଯରୁ ଜଣଙ୍କ ଘର ଉଦଳା ଓ ଅନ୍ୟ ଯୁବକ ବାଲେଶ୍ଵର ଜିଲ୍ଲାର। ପୋଲିସ ପଚାର ଉଚରା ପରେ ରାଣୀ ମହୁମାଛି ସମେତ ଦୁଇ ଗରାଖଙ୍କୁ କୋର୍ଟ ଚାଲାଣ କରିଛି ଓ ଦୁଇ ଯୁବତୀଙ୍କୁ ସୁଧାର ଗୃହକୁ ପଠାଇଦେଇଛି ।

  • ଅରଡ ମସଜିଦ ନିକଟରୁ ବ୍ରାଉନସୁଗାର ଜବତ, ଦୁଇ ଗିରଫ

    ଅରଡ ମସଜିଦ ନିକଟରୁ ବ୍ରାଉନସୁଗାର ଜବତ, ଦୁଇ ଗିରଫ

    ବାଲେଶ୍ବର ଜିଲ୍ଲା ପାଲଟିଛି ଯେମିତି ବ୍ରାଉନସୁଗାରର ଆଡ୍ଡା। ପୋଲିସ ପ୍ରଶାସନର ଲଗାତର ରେଡ ଓ ଧଳା ଜହର ଜବତ ସତ୍ତ୍ବେ ନିଶା କାରବାରୀଙ୍କ ମଧ୍ୟରେ ନାହିଁ ଭୟ। ପୁଣି ଅରଡ ବଜାର ମସଜିଦ ଗଳିରୁ ୭୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

    ସୋମବାର ଅପରାହ୍ନରେ ଅରଡ ବଜାର ନିକଟରେ ବ୍ରାଉନସୁଗାର କାରବାର ସମ୍ପର୍କରେ ଖବର ପାଇଥିଲା ସହଦେବଖୁଣ୍ଟା ପୋଲିସ। ଏହା ପରେ ପୋଲିସ ଅରଡ ବଜାର ମସଜିଦଗଳିରେ ଚଢ଼ାଉ କରିବା ବେଳେ ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କ ଠାରୁ ୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା।

    ଜବତ ବ୍ରାଉନସୁଗାରର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ତେବେ ଏହି ବ୍ରାଉନସୁଗାର କାରବାରରେ ସଂପୃକ୍ତ ଭଦ୍ରକ ଜିଲ୍ଲା ଧମାନଗର ଥାନା କଲ୍ୟାଣୀ ଅଞ୍ଚଳର ୪୦ ବର୍ଷ ବୟସ ଜଣେ ଯୁବକଙ୍କୁ ମଧ୍ଯ ପୋଲିସ ଗିରଫ କରିଛି।ମହିଳାଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

  • ପିଟି ପିଟି ମାରିଦେଲା ପୁଅକୁ

    ପିଟି ପିଟି ମାରିଦେଲା ପୁଅକୁ

    ବରଗଡ ଜିଲ୍ଲା ବରପାଲି ଥାନା ଅଧୀନ କୁଶନପୁରୀ ହରିଜନ ବସ୍ତିରେ ଅଭାବନୀୟ ଘଟଣା। ପୁଅକୁ କାଠ ଫାଳିଆରେ ପିଟି ପିଟି ବାପା ମାରିଦେଇଥିବା ଅଭିଯୋଗ । ସୂଚନା ମୁତାବକ, ଗୁରୁବାର ରାତିରେ ରାଜେନ୍ଦ୍ର ନାଗଙ୍କ ୩୮ ବର୍ଷୀୟ ମଝିଆଁ ପୁଅ ଯୋଗେଶ୍ଵର ନାଗ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିବା ପରେ ତାଙ୍କୁ ବାହା କରାଯାଉନଥିବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ରାଜେନ୍ଦ୍ର, ତାଙ୍କ ବଡପୁଅ ଜଗଦୀଶ ନାଗ, ସାନପୁଅ ବୃନ୍ଦାବନ ନାଗ ଓ ମା ସୀତା ନାଗଙ୍କ ମଧ୍ୟରେ ବଚସା ହୋଇଥିଲା।

    ପରେ ମାଆ ସୀତା ଓ ସାନପୁଅ ବୃନ୍ଦାବନ ଶୋଇବାକୁ ଚାଲିଯାଇଥିଲେ ଅନ୍ୟଏକ କୋଠରୀକୁ। ହେଲେ ପୁଅର ବ୍ୟବହାରରେ ଉତ୍କ୍ଷିପ୍ତ ହୋଇଯାଇଥିଲେ ରାଜେନ୍ଦ୍ର। ତାଙ୍କୁ ନିଦ ହୋଇନଥିଲା। ସେ ଯୋଗେଶ୍ବର ଶୋଇଥିବା ଘରେ ପହଞ୍ଚି ଏକ କାଠଫାଳିଆରେ ଯୋଗେଶ୍ବରକୁ ପିଟିଚାଲିଥିଲେ। ଏଥିରେ ବଡ ପୁଅ ଜଗଦୀଶ ମଧ୍ୟ ସାମିଲ ହୋଇଥିଲା।

    ଉଭୟ ଯୋଗେଶ୍ବରଙ୍କୁ ନିଶାସକ୍ତ ଅବସ୍ଥାରେ ପିଟି ପିଟି ମାରିଦେଇଥିଲେ। ଏହା ପରେ ବାପା, ପୁଅ ମିଶି ଯୋଗେଶ୍ୱରଙ୍କ ମୃତଦେହକୁ ଘର ବାହାରେ ପକାଇଦେଇଥିଲେ ଓ ପ୍ରମାଣ ନଷ୍ଟ କରିବାକୁ ଘରେ ପଡିଥିବା ରକ୍ତ ଛିଟା ପୋଛାପୋଛି କରିଦେଇଥିଲେ। ସକାଳୁ ମା ଓ ସାନଭାଇ ଉଠି ଦେଖିଲା ବେଳକୁ ଯୋଗେଶ୍ଵରଙ୍କ ମୃତଦେହ ଘର ବାହାରେ ପଡିଥିଲା।

    ଘଟଣା ପ୍ରଘଟ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ବାପା ଓ ଦୁଇ ପୁଅଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏଠାରେ କହି ରଖୁଛୁ କି ରାଜେନ୍ଦ୍ର ଗ୍ରାମରଖୀ ଭାବେ କାମ କରୁଛନ୍ତି।

  • ଚୋରା କାଠ ବୋଝେଇ ଗାଡି ଜବତ

    ଚୋରା କାଠ ବୋଝେଇ ଗାଡି ଜବତ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନ ବିଭାଗ ଆଜି ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ପଟା ବୋଝେଇ ଟାଟା ମେଜିକ୍ ଗାଡ଼ି ଜବତ କରିଛି। ଝାଡ଼ଖଣ୍ଡର ରାମତୀର୍ଥ ଅଞ୍ଚଳରୁ କାଠ ପଟା ନେଇ ଚମ୍ପୁଆ ଅଞ୍ଚଳକୁ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରୀୟାଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ସଦଳବଳେ ଚମ୍ପୁଆ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚଢାଉ କରିଥିଲେ । ଚଢାଉ ବେଳେ ଜବତ ହୋଇଥିବା ଟାଟା ଏସି ଗାଡ଼ିରୁ ୫୧ ଖଣ୍ଡ କାଠ ପଟା ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ କୌଣସି ପ୍ରକାରେ ସୁଯୋଗ ଦେଖି ଗାଡ଼ି ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବନ ବିଭାଗ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଗାଡ଼ିରୁ ଜବତ ପଟା ଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

  • ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ

    ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ

    ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତି ଟାଟା ସୁମୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ଏକ ଗଞ୍ଜେଇ ଭର୍ତି ଗାଡି ଦ୍ରୁତ ଗତି ରେ ଆସି ଏକ ଘର ଉପରେ ମାଡି ଯାଇଥିଲା ଯାହା ଫଳରେ ଘରଟି ଅଧା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ମାତ୍ର ଘର ଭିତରେ ଶୋଇଥିବା ଲୋକ ମାନେ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗାଡି ଚାଳକକୁ ଗୁରୁତର ଅବସ୍ଥାରେ ମେଡିକାଳ ରେ ଭର୍ତ୍ତି କରାଯାଇଛି ।ତେବେ ଲାଠୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।