Author: suchanatv24x7

  • କଟକ : ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଜ୍ରାଘାତରେ ଜଣେ ମୃତ

    କଟକ : ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଜ୍ରାଘାତରେ ଜଣେ ମୃତ

    କଟକ ନିଶ୍ଚିନ୍ତକୋଇଲି ବରପଡା ବ୍ରିଜ ଉପରେ ଅଘଟଣ । କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଘଡ଼ଘଡ଼ି ବେଳେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ସୁଜେନ୍ଦୁ ଶେଖର ସାହୁ । ସେ ତାଙ୍କ ଘର ନେମାଳ କଣ୍ଟାପାରିରୁ ସାଇକେଲରେ ନିଶ୍ଚିନ୍ତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ଆସୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ସୁଜେନ୍ଦୁ ଗୁରୁତର ହୋଇ ଅଚେତ ହୋଇପଡ଼ିଥିଲେ । ତାଙ୍କୁ 108 ଗାଡ଼ିରେ ନିଶ୍ଚିନ୍ତକୋଇଲି ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ନିଶ୍ଚିନ୍ତକୋଇଲି ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛି ।

  • ରମଜାନ ମାସର ଶେଷ ଶୁକ୍ରବାର ପାଇଁ ମସଜିଦରେ ଭିଡ

    ରମଜାନ ମାସର ଶେଷ ଶୁକ୍ରବାର ପାଇଁ ମସଜିଦରେ ଭିଡ

    ରମଜାନ ମାସର ଆଜି ହେଉଛି ଶେଷ ଶୁକ୍ରବାର। ଏହି ଅବସରରେ ଦେଶର ବିଭିନ୍ନ ମସଜିଦରେ ଦେଖିବାକୁ ମିଳିଛି ପ୍ରବଳ ଭିଡ। ହଜାର ହଜାର ସଂଖ୍ୟାରେ ମୁସଲମାନ ମସଜିଦ ଯାଇ ନମାଜ ଅଦା କରିଛନ୍ତି। ରମଜାନ ହେଉଛି ମୁସଲମାନଙ୍କ 10ମ ଇସଲାମିକ ମାସ। ଇଦ ଉଲ ଫିତର ବା ଇଦ ଅଲ ଫିତର ଅବସରରେ ମୁସଲମାନ ଅଲ୍ଲାହଙ୍କୁ ପବିତ୍ର କୋରାନ ଗ୍ରନ୍ଥ ସର୍ଜନା କରିଥିବାରୁ ଧନ୍ୟବାଦ ଜଣାଇଥାନ୍ତି।

    ଅନୁମାନ କରାଯାଉଛି କି ଚଳିତ ବର୍ଷ ଏପ୍ରିଲ 21 ବା 22 ତାରିଖରେ ଇଦ ପଡୁଛି। ଏହା ମୁଖ୍ୟତଃ ଚନ୍ଦ୍ର ଦର୍ଶନ ଉପରେ ନିର୍ଭର କରୁଛି। ଯଦି ଟନ୍ଦ୍ର ଦର୍ଶନ ନ ହୁଏ ତେବେ ଏହାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯିବ।   ରମଜାନ ମାସର ଶେଷ ଶୁକ୍ରବାର ହୋଇଥିବାକରୁ ନମାଜ ଅଦାକାରୀଙ୍କ ଭିଡକୁ ଦେଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

  • ଜନସଂଖ୍ୟାକୁ ନେଇ ଭାରତକୁ ପାଠ ପଢାଇଲା ଚୀନ

    ଜନସଂଖ୍ୟାକୁ ନେଇ ଭାରତକୁ ପାଠ ପଢାଇଲା ଚୀନ

    ଭାରତ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇଛି । ଜନସଂଖ୍ୟାରେ ଚୀନକୁ ପଛରେ ପକାଇ ଦେଇଛି ଭାରତ।  ଭାରତ ପାଇଁ ଚିନ୍ତା ବଢାଇଥିବା ଜନସଂଖ୍ୟାକୁ ନେଇ କଟାକ୍ଷ କରିଛି ଚୀନ। ସତେ ଯେମିତି ତାର 1 ନମ୍ବର ଭାରତ ନେଇ ଯିବାରୁ ଅସହିଷ୍ଣୁ ହୋଇ ଉଠିଛି ଚୀନ। ତେଣୁ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟିରେ  ଆମେ ବିଶ୍ୱାସ କରୁ ବୋଲି କହିଛନ୍ତି ଚୀନ ବିଦେଶ ମନ୍ତ୍ରଣାଳୟ।

    ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତର ନାଁ ନିଆ ନ ଯାଇ କୁହାଯାଇଛି କି, କେବଳ ଜନସଂଖ୍ୟା ବଢ଼ିଗଲେ ଫାଇଦା ନାହିଁ, ଜନସଂଖ୍ୟାରେ ଗୁଣବତ୍ତା ବି ଥିବା ଦରକାର। ଆମେ କେବଳ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟିରେ ବି ବିଶ୍ୱାସ କରୁ। ତେଣୁ ଆମ ଜନସଂଖ୍ୟାର ୯୦ କୋଟି ୱାର୍କଫୋର୍ସ ପାଲଟି ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରୁଛନ୍ତି। ଚୀନ୍‌ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଆହୁରୁ କହିଛନ୍ତି କି, ଜନସଂଖ୍ୟାର କ୍ଷମତା ଥିଲେ ପ୍ରତ୍ୟକ ଦେଶ ପାଇଁ ଏହା ସବୁଠୁ ବଡ଼ ସମ୍ପଦ। ଦକ୍ଷ କର୍ମଠ ଜନତାଙ୍କ ପାଇଁ ବୟସ୍କଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ଦେଶ ତାର ସାମ୍ନା କରିଛି ।

    ନିକଟରେ ୟୁଏନ ପକ୍ଷରୁ ଜାରି ବିଶ୍ୱ ଜନସଂଖ୍ୟା ତାଲିକାରେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷରେ ପହଞ୍ଚିଛିଥିବା ବେଳେ ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ସହ ଦ୍ୱିତୀୟ ସ୍ଥାନରେ ରହିଛି।

  • ନ୍ୟାୟ ଦିଅ, ପ୍ରେମିକଙ୍କ ଘରେ ଆଗରେ ପ୍ରେମିକାଙ୍କ ଧାରଣା

    ନ୍ୟାୟ ଦିଅ, ପ୍ରେମିକଙ୍କ ଘରେ ଆଗରେ ପ୍ରେମିକାଙ୍କ ଧାରଣା

    ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ପ୍ରେମିକାଙ୍କ ଧାରଣା । ପ୍ରେମିକ ବିକ୍ରମ ସରକାରଙ୍କ ଘରେ ଆଗରେ ଧାରଣା ଦେଇଛନ୍ତି ମହିଳା । ନ୍ୟାୟ ମିଳିବା ଯାଏ ସେ ଧାରଣା ଜାରି ରଖିବେ ବୋଲି କହିଛନ୍ତି ।

    ସିମୁଳିଆ ଥାନା ଅଞ୍ଚଳରେ ଜଣେ ମହିଳା ବିକ୍ରମ ସରକାର ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ୫ ବର୍ଷ ହେଲା ଉଭୟ ପ୍ରେମିକ ଓ ପ୍ରେମିକା ଶାରୀରିକ ସମ୍ପର୍କ ବି ରଖିଥିଲେ । ତେବେ ୩ ମାସ ପୂର୍ବେ ପ୍ରେମିକା ବିବାହ ପାଇଁ ଜିଦ୍ ଧରିଥିଲେ । ଏହାକୁ କିନ୍ତୁ ସିଧାସଳଖ ମନା କରିଥିଲେ ରସିକିଆ ପ୍ରେମିକ ବିକ୍ରମ ।

    ପ୍ରେମିକା ଛୋଟ ଜାତିର ଥିବାରୁ ପରିବାର ଲୋକେ ବିବାହକୁ ଗ୍ରହଣ କରିବେ ନାହିଁ । ତେଣୁ ଏଭଳି ସ୍ୱପ୍ନ ନ ଦେଖିବାକୁ ପ୍ରେମିକାଙ୍କୁ ରୋକଠୋକ୍ ବାଣୀ ଶୁଣାଇଥିଲେ । ଶେଷରେ ନିରାଶ ହୋଇ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତା । କିନ୍ତୁ କୌଣସି ପଦକ୍ଷେପ ନନେବାରୁ ଏବେ ଶେଷ ଲଢ଼େଇ ଜାରି ରଖିଛନ୍ତି । ନ୍ୟାୟ ପାଇଁ ସେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ସେପଟେ, ପ୍ରେମିକ ଫେରାର୍ ରହିଛି ।

  • ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବା ପାଇଁ ଗଣେଶ’ଙ୍କ ସଂଘର୍ଷ

    ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବା ପାଇଁ ଗଣେଶ’ଙ୍କ ସଂଘର୍ଷ

    ଜୀବନ ଆଉ ଯନ୍ତ୍ରଣା । ଏହାରି ଭିତରେ ସଂଘର୍ଷ କରିବା ନିହାତି ସତ୍ୟ । ସତରେ ଜୀବନ କେତେବେଳେ କାହାର କେଉଁ ପରୀକ୍ଷା କରିବ ତାହାର ଆକଳନ କରିବା କଷ୍ଟକର । ଏମିତି ଏକ ପରିବାର ମୟୂରଭଞ୍ଜ ଉଦଳା ବ୍ଲକ୍ ଉପାନ୍ତ ଅଞ୍ଚଳରେ ଥିବା ଟଣକାସାହିରେ ବାସ କରନ୍ତି । ସେହି ଗାଁରେ ବାସ କରନ୍ତି ବୈଦନାଥ ସୋରେନଙ୍କ ପରିବାର । ବୈଦନାଥ ସୋରେନଙ୍କ ପୁଅ ଗଣେଶ ଓ ତାଙ୍କ ସ୍ତ୍ରୀ ଦୁଲାରୀ ଏବଂ ଦୁଇ ନାବାଳକ ଅଦି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଦୁଃଖ ସେମାନଙ୍କ ପାଇଁ ଏକ ସାଧାରଣ କଥା ପାଲଟିଯାଇଛି ।

    ଗଣେଶଙ୍କ ବାପା ବୈଦନାଥ ବଞ୍ଚିଥିବା ବେଳେ ବାଉଁଶରେ ପାଛିଆ, ଟୋକେଇ ଆଦି ତିଆରି କରି ପରିବାର ଚଳାଉଥିଲେ । ହେଲେ,କିଛି ବର୍ଷ ତଳେ ବୈଦନାଥଙ୍କ ମୃତ୍ୟୁ ହୋଇଗଲା ପରେ ସେତେ ଯେମିତି ଏହି ପରିବାରଟି ବେସାହାରା ହୋଇଗଲା । ବଞ୍ଚିଥିବା ବେଳେ ବାପା ବୈଦନାଥ କରିଥିବା ଘରଟି ବି ବାତ୍ୟାରେ ଭାଙ୍ଗିଗଲା । ଘରେ ଥିବା ଜିନିଷପତ୍ର ପବନରେ ଉଡ଼ିଗଲା । ସେବେଠାରୁ ଆବାସ ଯୋଜନାରେ ପକ୍କା ଘରଟିଏ ପାଇଁ ଦୌଡ଼ି ଦୌଡ଼ି ହୋଇଗଲେଣି । ଲିଷ୍ଟରେ ତାଙ୍କ ନାଁ ଆସିଥିବା ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରିଲାନି ପକ୍କା ଘରଟିଏ ।

    ବୈଦନାଥଙ୍କ ଦେହାନ୍ତ ପରେ ପରିବାର ସମସ୍ତ ବୋଝ ଗଣେଶଙ୍କ ମୁଣ୍ଡ ଉପରେ ପଡ଼ିଲା । ଆଉ ଏହା ସମ୍ଭାଳିବା ତାଙ୍କ ପକ୍ଷେ ଅସମ୍ଭବ ହେଲା । ଶେଷରେ ସେ ଘର ଚଳାଇବା ପାଇଁ ରାଜଧାନୀ ଭୁବନେଶ୍ୱରକୁ ଚାଲି ଆସିଲେ । ଆଉ ସେଠାରେ ଯାହା ରୋଜଗାର କରି ଘରକୁ ପଠାଇଲେ ସେଥିରେ ବହୁତ କଷ୍ଟରେ ଚଳିବା ସହ ଦୁଇ ଛୁଆକୁ ଧରି ଦୁଲାରୀ ପାଲ ତଳେ ଜୀବନ ବିତାଉଛନ୍ତି । ଦିନ ବେଳା ନିଜ ପାଲ ଟଙ୍ଗା ଘରେ ରୋଷେଇ କରିବା ସହିତ ରାତି ହେଲେ ଦୁଇ ଛୁଆଙ୍କୁ ଧରି ପର ଘର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ।

  • ୨ କିଡନୀ ନଷ୍ଟ, ସହାୟତା ଅପେକ୍ଷାରେ ଯୁଧିଷ୍ଠିରଙ୍କ ପରିବାର

    ୨ କିଡନୀ ନଷ୍ଟ, ସହାୟତା ଅପେକ୍ଷାରେ ଯୁଧିଷ୍ଠିରଙ୍କ ପରିବାର

    ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ମହୁଲିଆ ଗାଁରେ ରହୁଛନ୍ତି ଏମିତି ଜଣେ ବ୍ୟକ୍ତି ଯାହାଙ୍କ ଦୁଃଖ ଆପଣଙ୍କ ଆଖି ଓଦା କରିଦେବ । ୧୦ ବର୍ଷ ତଳେ ଯୁଧିଷ୍ଠିରଙ୍କ ବାପା ଓ ମା’ଙ୍କ ଦେହାନ୍ତ ହୋଇଥିଲା । ଆଉ ଯୁଧିଷ୍ଠିର ଦୀର୍ଘ ୧୮ ବର୍ଷ ଧରି ଏଠିସେଠି କାମ କରି ନିଜ ପରିବାର ଚଳାଇ ଆସୁଥିଲେ । ଘରେ ସ୍ତ୍ରୀ ରୀନାରାଣୀଙ୍କ ସହ ପୁଅ ଜ୍ୟୋତିରଞ୍ଜନ ଓ ଝିଅ ଜ୍ୟୋତ୍ସାରାଣୀ ଅଛନ୍ତି ।

    ଦୁଇ ବର୍ଷ ତଳେ ଯୁଧିଷ୍ଠିର ହଠାତ୍ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଯାଜପୁର ଓ ପରେ କଟକ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଯାହା କହିଥିଲେ ତାଙ୍କ ପରିବାରର ହୋସ୍ ଉଡ଼ିଯାଇଥିଲା । ଯୁଧିଷ୍ଠିରଙ୍କ ଦୁଇଟି କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ । ଏହାପରେ ପରିବାରରେ ଭାଳେଣୀ ପଡ଼ିଥିଲା କାହିଁକି ନା ପରିବାରର ଏକମାତ୍ର ରୋଜଗାରିଆ ଲୋକ ଥିଲେ ଯୁଧିଷ୍ଠିର ।

    ଏବେ ଯୁଧିଷ୍ଠିର ଅପାରଗ ହୋଇଯିବାରୁ ପୂରା ପରିବାର ଦୁଖରେ ଭାଙ୍ଗି ପଡ଼ିଛନ୍ତି । ଦୁଇ ମାସ କାମ ନକରି ସମ୍ପୂର୍ଣ୍ଣ ଶଯ୍ୟାସାୟୀ ହୋଇପଡ଼ିଛନ୍ତି ଯୁଧିଷ୍ଠିର । ତେଣୁ ତାଙ୍କୁ ସହାୟତା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ତଥା ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଯୁଧିଷ୍ଠିରଙ୍କ ପରିବାର ।

  • Dafabet හි සියලුම නිති අසන ප්‍රශ්න යාවත්කාලීන 2023 ජනවාරි

    තෝරා ගන්නා ලද මුදල් ආපසු ගැනීමේ මාධ්‍යයන් අනුව නවතම සැකසුම් කාලය වෙනස් විය හැක. මුදල් ආපසු ගැනීම් නිෂ්පාදනය කළ හැක්කේ ඔබට ක්‍රෙඩිට් කාඩ්පතක් සහ/නොඑසේ නම්, ඔබගේ Dafabet ගිණුම ල https://sportdrama.co.in/si/ ෙස පුද්ගලික දත්ත අනිවාර්යයෙන්ම ගැළපෙන පරිදි වයස්ගත පසුම්බියක් ලබා ගත හැක. Dafabet යනු විනෝදජනක තත්‍ය කාලීන ප්‍රවාහ තේරීම් ඇති අපූරු ඔට්ටු ඇල්ලීමේ අඩවියක් වන අතර ඔබට ඉහළ ජංගම හැඟීමක් ලැබෙනු ඇත. (more…)

  • ହାତୀଦାନ୍ତ କାଢ଼ିନେବା ଘଟଣା, ଜଣେ ଗିରଫ, ଅନ୍ୟମାନେ ଚମ୍ପଟ

    ହାତୀଦାନ୍ତ କାଢ଼ିନେବା ଘଟଣା, ଜଣେ ଗିରଫ, ଅନ୍ୟମାନେ ଚମ୍ପଟ

    ମୟୂରଭଞ୍ଜ ଜିଲ୍ଲାରେ ହାତୀଦାନ୍ତ ନେବା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତର ନାଁ ରଙ୍ଗୁନାଥ ପିଙ୍ଗୁଆ । ସେ ସିମିଳିପାଳ ବାଗଡେଗା ଅଞ୍ଚଳର ବାସିନ୍ଦା । ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛି ବନ ବିଭାଗ ।

    ସୂଚନା ଅନୁସାରେ ୨୦୨୨ ଏବଂ ୨୦୨୩ରେ ୨ଟି ଘଟଣା ଘଟିଥିଲା ଯେଉଁଥିଲେ ଦୁର୍ବୃତ୍ତମାନେ ହାତୀଦାନ୍ତ କାଟି ନେଇଯାଇଥିଲେ । ୨୦୨୨ରେ ଜେନାବିଲର ଗୁରୁଣ୍ଡିଆ ଏବଂ ୨୦୨୩ରେ ପିଟାବାଟା ଦକ୍ଷିଣ ରେଞ୍ଜର ବାଲିକଲ ପୋଚିଂ ଘଟଣାରେ ତଦନ୍ତ ଜାରି ରଖିଥିଲା ବନ ଟିମ୍ । ଏବେ ଦକ୍ଷିଣ ଏବଂ ଉତ୍ତର ୱାଇଲ୍ଡଲାଇଫ୍ ଡିଭିଜନ୍ ଏବଂ ବାରିପଦା ଡିଭିଜନ୍ ମିଳିତ ଭାବେ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଧରିଥିଲେ । ଅନ୍ୟ ୩ ଜଣ ଚମ୍ପଟ ମାରିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି ।