ହାତୀଦାନ୍ତ କାଢ଼ିନେବା ଘଟଣା, ଜଣେ ଗିରଫ, ଅନ୍ୟମାନେ ଚମ୍ପଟ

ମୟୂରଭଞ୍ଜ ଜିଲ୍ଲାରେ ହାତୀଦାନ୍ତ ନେବା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତର ନାଁ ରଙ୍ଗୁନାଥ ପିଙ୍ଗୁଆ । ସେ ସିମିଳିପାଳ ବାଗଡେଗା ଅଞ୍ଚଳର ବାସିନ୍ଦା । ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛି ବନ ବିଭାଗ ।

ସୂଚନା ଅନୁସାରେ ୨୦୨୨ ଏବଂ ୨୦୨୩ରେ ୨ଟି ଘଟଣା ଘଟିଥିଲା ଯେଉଁଥିଲେ ଦୁର୍ବୃତ୍ତମାନେ ହାତୀଦାନ୍ତ କାଟି ନେଇଯାଇଥିଲେ । ୨୦୨୨ରେ ଜେନାବିଲର ଗୁରୁଣ୍ଡିଆ ଏବଂ ୨୦୨୩ରେ ପିଟାବାଟା ଦକ୍ଷିଣ ରେଞ୍ଜର ବାଲିକଲ ପୋଚିଂ ଘଟଣାରେ ତଦନ୍ତ ଜାରି ରଖିଥିଲା ବନ ଟିମ୍ । ଏବେ ଦକ୍ଷିଣ ଏବଂ ଉତ୍ତର ୱାଇଲ୍ଡଲାଇଫ୍ ଡିଭିଜନ୍ ଏବଂ ବାରିପଦା ଡିଭିଜନ୍ ମିଳିତ ଭାବେ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଧରିଥିଲେ । ଅନ୍ୟ ୩ ଜଣ ଚମ୍ପଟ ମାରିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *