୨ କିଡନୀ ନଷ୍ଟ, ସହାୟତା ଅପେକ୍ଷାରେ ଯୁଧିଷ୍ଠିରଙ୍କ ପରିବାର

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ମହୁଲିଆ ଗାଁରେ ରହୁଛନ୍ତି ଏମିତି ଜଣେ ବ୍ୟକ୍ତି ଯାହାଙ୍କ ଦୁଃଖ ଆପଣଙ୍କ ଆଖି ଓଦା କରିଦେବ । ୧୦ ବର୍ଷ ତଳେ ଯୁଧିଷ୍ଠିରଙ୍କ ବାପା ଓ ମା’ଙ୍କ ଦେହାନ୍ତ ହୋଇଥିଲା । ଆଉ ଯୁଧିଷ୍ଠିର ଦୀର୍ଘ ୧୮ ବର୍ଷ ଧରି ଏଠିସେଠି କାମ କରି ନିଜ ପରିବାର ଚଳାଇ ଆସୁଥିଲେ । ଘରେ ସ୍ତ୍ରୀ ରୀନାରାଣୀଙ୍କ ସହ ପୁଅ ଜ୍ୟୋତିରଞ୍ଜନ ଓ ଝିଅ ଜ୍ୟୋତ୍ସାରାଣୀ ଅଛନ୍ତି ।

ଦୁଇ ବର୍ଷ ତଳେ ଯୁଧିଷ୍ଠିର ହଠାତ୍ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଯାଜପୁର ଓ ପରେ କଟକ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଯାହା କହିଥିଲେ ତାଙ୍କ ପରିବାରର ହୋସ୍ ଉଡ଼ିଯାଇଥିଲା । ଯୁଧିଷ୍ଠିରଙ୍କ ଦୁଇଟି କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ । ଏହାପରେ ପରିବାରରେ ଭାଳେଣୀ ପଡ଼ିଥିଲା କାହିଁକି ନା ପରିବାରର ଏକମାତ୍ର ରୋଜଗାରିଆ ଲୋକ ଥିଲେ ଯୁଧିଷ୍ଠିର ।

ଏବେ ଯୁଧିଷ୍ଠିର ଅପାରଗ ହୋଇଯିବାରୁ ପୂରା ପରିବାର ଦୁଖରେ ଭାଙ୍ଗି ପଡ଼ିଛନ୍ତି । ଦୁଇ ମାସ କାମ ନକରି ସମ୍ପୂର୍ଣ୍ଣ ଶଯ୍ୟାସାୟୀ ହୋଇପଡ଼ିଛନ୍ତି ଯୁଧିଷ୍ଠିର । ତେଣୁ ତାଙ୍କୁ ସହାୟତା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ତଥା ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଯୁଧିଷ୍ଠିରଙ୍କ ପରିବାର ।

Leave a Reply

Your email address will not be published. Required fields are marked *