Author: suchanatv24x7

  • ରାଜସ୍ଥାନର ଏକ ଡାକ୍ତରଖାନାରେ ଲାଗିଲା ଭିଷଣ ନିଆଁ

    ରାଜସ୍ଥାନର ଏକ ଡାକ୍ତରଖାନାରେ ଲାଗିଲା ଭିଷଣ ନିଆଁ

    ଗତକାଲି ବିଳିମ୍ବିତ ରାତିରେ ରାଜସ୍ଥାନର ଏକ ମେଡିକାଲ କଲେଜରେ ଭିଷଣ ଭାବେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ପରେ 12 ଜଣ ଶିଶୁଙ୍କୁ ନିରାପଦରେ ସେଠାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

    ସୂଚନା ଅନିଯାୟୀ, ରାଜସ୍ଥାନ ଡୁଙ୍ଗରପୁର ମେଡିକାଲ୍‌ କଲେଜ୍‌ର ଏନ୍‌ଆଇସିୟୁ ବାଭାଗରେ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।

    ଏହାପରେ ମେଡିକାଲ୍‌ କଲେଜର ଅଧିକ୍ଷକ ଗଣମାଧ୍ୟମକୁ କହିଛନ୍ତି, ଗୁଙ୍ଗରପୁର ମେଡିକାଲ୍‌ କଲେଜର ‘ଏନ୍‌ଆଇସିୟୁ’ ୱାର୍ଡରେ ନିଆଁ ଲାଗିଥିବା ବେଳେ ଏହାକୁ ଦମକଳ ବାହିନୀ ସାହାଯ୍ୟରେ ଆୟତ୍ତ କରାଯାଇଛି । ଏଥିସହିତ ୧୨ ଜଣ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

    ଘଟଣା ସ୍ଥଳରେ 3ଟି ଦମକଳ ଟିମ ପହଞ୍ଚିଥିବା ବେଳେ ଏକ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇଥିଲା ।

  • କଲେଜିୟମ ସିଷ୍ଟମ ଏକ ମାଇଣ୍ଡ ଗେମ: କିରଣ ରିଜିଜୁ

    କଲେଜିୟମ ସିଷ୍ଟମ ଏକ ମାଇଣ୍ଡ ଗେମ: କିରଣ ରିଜିଜୁ

    ପୁଣି ସୁପ୍ରିମକୋର୍ଟଙ୍କ କଲେଜିୟମ ସିଷ୍ଟମ ଉପରେ ଆଇନ ମନ୍ତ୍ରୀଙ୍କ ଟିକ୍କା ଟିପ୍ପଣୀ। କଲେଜିୟମ ମୁଦ୍ଦାକୁ ଖାଲି ଏକ ମାଇଣ୍ଡ ଗେମ କହିଛନ୍ତି ଆଇନମନ୍ତ୍ରୀ। ବିଚାରପତି ନିଯୁକ୍ତିକୁ ନେଇ ସେପର୍ଯ୍ୟନ୍ତ ବିବାଦ ରହିବ, ଯେପର୍ଯ୍ୟନ୍ତ କଲେଜିୟମ ସିଷ୍ଟମ ରହିବ।  ରିଜିଜୁ ଆହୁରି କହିଛନ୍ତିକି, ଯେବେଠାରୁ କଲେଜିୟମ ଆସିଛି, ହାଇକୋର୍ଟର ତିନି ବରିଷ୍ଠ ବିଚାରପତି ସ୍ଥିରକରୁଛନ୍ତି ପରବର୍ତ୍ତୀ ବିଚାରପତି।

    କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମ କୋର୍ଟର କଲେଜିୟମ ସିଷ୍ଟମକୁ  ଟାର୍ଗେଟ କରିବାରେ ରେକର୍ଡ କରିଛନ୍ତି। ପୁଣି ଥରେ ନିଜ ସଦ୍ୟତମ ବୟାନରେ କଲେଜିୟମ ସିଷ୍ଟମକୁ ଏକ ମାଇଣ୍ଡ ଗେମ କହିବା ସହ ଆଉ ଏହା ଉପରେ କିଛି କହିବେ ନାହିଁ ବୋଲି କହିଛନ୍ତି। ଅରୁଣାଚଳପ୍ରଦେଶରେ 4ଜି ସେବାର 254 ମୋବାଇଲ ଟାୱାର ଉଦ୍ଘାଟନୀ ଉତ୍ସବରେ ଯେତେବେଳେ ତାଙ୍କୁ କଲେଜିୟମର  ସୁପାରିଶ ଉପରେ ପଚରା ଯାଇଥିଲା ସେ ଏପରି ଟିପ୍ପଣୀ ଦେଇଥିଲେ।

    ସୂଚନାଯୋଗ୍ୟ, ପୂର୍ବରୁ ଯେତେବେଳେ ମୌକା ମିଳିଛି ଆଇନ ମନ୍ତ୍ରୀ କିରଣ ରିଜିଜୁ କଲେଜିୟମ ସିଷ୍ଟକୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡା କରି ନାହାନ୍ତି। ସୁପ୍ରିମ କୋର୍ଟର ବିଚାରପତି ନିଯୁକ୍ତିରେ କେନ୍ଦ୍ର ଓ ସର୍ବୋଚ୍ଚ ନ୍ୟାୟାଳୟ ଭିତରେ ଜାରି ରହିଛି ଟଣା ଓଟରା। ତାକୁ ନେଇ ଘନ ଘନ ବୟାନ ବାଜି କରିଥାନ୍ତି ଆଇନ ମନ୍ତ୍ରୀ। ଏମିତିକି କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନର ବହିର୍ଗତ ସିଷ୍ଟମ କହିବା ସହ ଏଲିୟନ ମଧ୍ୟ କହିବାକୁ ପଛାଇ ନାହାନ୍ତି।  ସୁପ୍ରିମ କୋର୍ଟ କଲେଜିୟମକୁ ବଳବତ୍ତର ରଖିବାକୁ ଚାହୁଁଥିବା ବେଳେ ସରକାର କଲେଜିୟମକୁ ବନ୍ଦ କରିବାକୁ ଚାହୁଁଛନ୍ତି।  ଯାହାକୁ ନେଇ ସମ୍ବିଧାନର ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ଜାରି ରହିଛି ବିବାଦ।

    ଏକ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ରିଜିଜୁ କହିଛନ୍ତି, ବିଚାରପତି ନିଯୁକ୍ତିକୁ ନେଇ ସେପର୍ଯ୍ୟନ୍ତ ବିବାଦ ରହିବ, ଯେପର୍ଯ୍ୟନ୍ତ କଲେଜିୟମ ସିଷ୍ଟମ ରହିବ।  ଯେବେଠାରୁ କଲେଜିୟମ ଆସିଛି, ହାଇକୋର୍ଟର ତିନି ବରିଷ୍ଠ ବିଚାରପତି ସ୍ଥିରକରୁଛନ୍ତି ପରବର୍ତ୍ତୀ ବିଚାରପତି। ତେବେ ଏହି ପ୍ରସଙ୍ଗରେ ମୁଁ ଆଉ କିଛି କହିବା ନାହିଁ। ଏବେ ଦେଖିବାକୁ ରହିଲା, କେତେଦିନ କଲେଜିୟମକୁ ନେଇ ଚୁପ ରହିପାରୁଛନ୍ତି ଆଇନ ମନ୍ତ୍ରୀ।

  • ଅର୍ଶଦୀପ ଭାଙ୍ଗିଲେ ଦୁଇଟି ଷ୍ଟମ୍ପ, ଆଇପିଏଲରେ ହେଲା 48 ଲକ୍ଷ ଟଙ୍କା କ୍ଷତି

    ଅର୍ଶଦୀପ ଭାଙ୍ଗିଲେ ଦୁଇଟି ଷ୍ଟମ୍ପ, ଆଇପିଏଲରେ ହେଲା 48 ଲକ୍ଷ ଟଙ୍କା କ୍ଷତି

    ଗତକାଲି ଆଇପିଏଲ ମ୍ୟାଚର ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଛି । ପଞ୍ଜାବ କିଙ୍ଗସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ମୁମ୍ବାଇ 13 ରନରେ ପରାସ୍ତ ହୋଇଛି । ଏଥିସହିତ ଆଇପିଏଲର ସବୁଠୁ ଦାମୀ ଖଳାଳୀ ଯାହାଙ୍କୁ 18.5 କୋଟିରେ ପଞ୍ଜାବ କିଙ୍ଗସ କିଣିଛି, ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।

    ମ୍ୟାଚରେ ସବୁଠୁ ଆଚମ୍ବିତ କଲା ଭଳି ଘଟଣା ଘଟିଥିଲା ଶେଷ ଓଭରରେ । ମୁମ୍ବଇକୁ ଶେଷ ଓଭରରେ 16 ରନ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ମାତ୍ର ଦୁଇ ରନ ଦେଇ ଦୁଇଟି ଓ୍ବିକେଟ ନେଇଥିଲେ । ଯେଉଁଥି ପାଇଁ ପଞ୍ଜାବ ମ୍ୟାଚଟିକୁ ସହଜରେ ଜିତି ନେଇଥିଲା । ଅନ୍ତିମ ଓଭରରେ ଅର୍ଶଦୀପ ତୃତୀୟ ଆଉ ଚତୁର୍ଥ ବଲରେ ତିଲକ ବର୍ମା ଆଉ ନେହାଲ ବଢେରାଙ୍କୁ କ୍ଲିନ ବୋଲ୍ଡ କରିଥିଲେ । ସବୁଠୁ ଆଶ୍ଚଯ୍ୟ କଲାଭଳି ଘଟଣା ହେଉଛି, ଏହି ଲଗାତାର ଦୁଇଟି ବୋଲ୍ଡରେ ଦୁଇ ଥର ମିଡିଲ ଷ୍ଟମ୍ପ ଭାଙ୍ଗିଥିଲା । ଯାହା ଦେଖଣାହାରୀଙ୍କୁ ଚକିତ କରିଥିଲା । ଏକ ରିପୋର୍ଟ ମୁତାବକ, ଏଲଇଡି ଷ୍ଟମ୍ପ ଓ ଜିଙ୍ଗ ୱେଲ୍ସର ଗୋଟିଏ ସେଟର ଦାମ୍ ପାଖାପାଖି 24 ଲକ୍ଷ ଟଙ୍କା । ସୂଚନା ମୁତାବକ ଗୋଟିଏ ଷ୍ଟମ୍ପ ଭଙ୍ଗିଗଲେ ବି ପୂରା ସେଟ ବେକାର ହୋଇଯାଏ । ଅର୍ଶଦୀପ ଲଗାତାର ଦୁଇ ଥର ମିଡିଲ ଷ୍ଟମ୍ପ ଭାଙ୍ଗିବା ଦ୍ବାରା ଦୁଇଟି ସେଟ ବେକାର ହୋଇଗଲା । ଏହି ହିସାହରେ 48 ଲକ୍ଷ ଟଙ୍କାର କ୍ଷତି ହୋଇଛି ଆଇପିଏଲକୁ ।

  • ରତଲାମରୁ ଇନ୍ଦୋର ଯାଉଥିବା ମେମୁ ଟ୍ରେନର 2 କୋଚରେ ଲାଗିଲା ନିଆଁ

    ରତଲାମରୁ ଇନ୍ଦୋର ଯାଉଥିବା ମେମୁ ଟ୍ରେନର 2 କୋଚରେ ଲାଗିଲା ନିଆଁ

    ମଧ୍ୟପ୍ରଦେଶର ରତଲାମରୁ ଇନ୍ଦୋର ବାହାରିଥିବା ମେମୁ ଟ୍ରେନର 2ଟି କୋଚରେ ରବିବାର ସକାଳୁ ସକାଳୁ ନିଆଁ ଲାଗିଯାଇଥିଲା। ଟ୍ରେନ  ପ୍ରିତମ ନଗର ଷ୍ଟସନରେ ପହଞ୍ଚିବା ମାତ୍ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ବଗିରୁ ବାହାରି ଆସିବାରେ ହୋଇଥିଲେ ସକ୍ଷମ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  କେଉଁ କାରଣରୁ ନିଆଁ ଲାଗିଲା, ତାହା ଜଣା ପଡିନାହିଁ।  

    ରେଳବାଇର ଜଣେ ଅଧିକାରୀ କହିଛନ୍ତି କି, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନର ଡ୍ରାଇଭିଂ କୋଚରେ ଲାଗିଥିଲା, ଯାହା ତାର ନିକଟବର୍ତ୍ତୀ ବଗିକୁ ମଧ୍ୟ ବ୍ୟାପିଯାଇଥିଲା। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ନିଆଁ ଉପରେ ନିୟନ୍ତ୍ରଣ ମିଳିଛି। ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବା ପାଇଁ ରେଳବାଇ ପକ୍ଷରୁ ବନ୍ଦୋବସ୍ତ ହୋଇପାରି ନ ଥିବାରୁ ଯାତ୍ରୀଙ୍କୁ ଚାଲି ଚାଲି 6 କିମି ଯାଏଁ ପରବର୍ତ୍ତୀ ରତ୍ତାଗିରି ଫୋରଲେନ ଯାଇ ସେଠାରୁ ନିଜ ନିଜ ଯାତ୍ରା ପଇଁ ସାଧନ ଜୁଟାଇଥିଲେ।

  • ବଞ୍ଚିବା ପାଇଁ ୮୦ ବର୍ଷ ବୟସରେ ବୃଦ୍ଧାଙ୍କ ସଂଘର୍ଷ

    ବଞ୍ଚିବା ପାଇଁ ୮୦ ବର୍ଷ ବୟସରେ ବୃଦ୍ଧାଙ୍କ ସଂଘର୍ଷ

    କୁହାଯାଏ ପେଟ ପାଇଁ ନାଟ । ବଞ୍ଚିବା ପାଇଁ ମଣିଷ ସଂଘର୍ଷ କରେ । ପିଲାଠାରୁ ବୁଢ଼ା ଯାଏ ସମସ୍ତେ କିଛି ନା କିଛି କାମ କରିଥାନ୍ତି । କିନ୍ତୁ ଯେତେବେଳେ ଆପଣ ଚାଲିବାକୁ ଅକ୍ଷମ, ଦେହରେ ବଳ ନଥାଏ ତଥାପି ପରିସ୍ଥିତି ବାଧ୍ୟ କରେ ତାହେଲେ ଆପଣ କ’ଣ କରିବେ, କାହାର ଭରସାରେ ବଞ୍ଚିବେ …ଏଭଳି ଏକ ଚିତ୍ର ନିହାତି ଅନେକ ପ୍ରଶ୍ନ ସୃଷ୍ଟି କରେ ..।

    କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପାଞ୍ଜିଆଗୁଡ଼ା ଗାଁ । ଦୁଃଖକଷ୍ଟର ଜୀବନ ବିତାନ୍ତି ଗୌରୀ ପରିଜା । ବୟସ ୮୦ ଡେଇଁଲାଣି । ହାଡ଼କଙ୍କାଳ ଦେଖାଯାଉଛି କିନ୍ତୁ ବଞ୍ଚିବେ କିପରି । ସେଥିପାଇଁ ତାଙ୍କୁ ଅହରହ ସଂଘର୍ଷ କରିବାକୁ ପଡୁଛି । ପେଟରେ ଦାନା ଟିକେ ପଡ଼ିଲେ ତ ବଞ୍ଚି ରହିବେ ।

    ଚିତ୍ରରେ ରହିଛି କରୁଣ ଦୃଶ୍ୟ । ଥରେ ଚିନ୍ତା କରିବେ ତ ଆଖିରୁ ଲୁହ ଝରିବ । ପରିଣତି ବୟସରେ, ପ୍ରବଳ ଗ୍ରୀଷ୍ମରେ, ରାସ୍ତାରେ ବୋହୁଛନ୍ତି କାଠ ଗୋଛା । ବଳ ନାହିଁ ସେଥିପାଇଁ ପୁରୁଣାକାଳିଆ ଟେକନିକରେ ପକ୍କା ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି । କାଠ ଚୁଲାରେ ରୋଷେଇ ହେବ ତ ଆଉ କିଛି ବିକ୍ରି ହେବ । ସେଥିପାଇଁ ସେ ବଣପାହାଡ଼ରୁ ଏଭଳି କାଠ ସଂଗ୍ରହ କରିଥାନ୍ତି । କାଠ ସଂଗ୍ରହ କରିବା ଏହି ଅଞ୍ଚଳର ଏକ ପରମ୍ପରା । ବୃଦ୍ଧା କାଠ ଘୋଷାଡ଼ି ଭଳି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହାକୁ ନେଇ ବେଶ୍ କିଛି ପ୍ରତିକ୍ରିୟା ମିଳିଛି । କିଛି ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏକ ଚେୟାରକୁ ସାହାରା କରି ରାସ୍ତାରେ ଚାଲିଚାଲି ଯାଉଥିଲେ ଯାହାର ଭିଜୁଆଲ୍ ଭାଇରାଲ୍ ହୋଇଥିଲା ।

  • ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ

    ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ

    ଡାକ୍ତରଖାନାରେ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ୱାମୀ । ଶନିବାର ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

    ଡାକ୍ତରଖାନାରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ଏଚ୍‌ଡି କୁମାରସ୍ୱାମୀ ଗତକାଲି ସନ୍ଧ୍ୟାରେ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରିବା ସହ ତାଙ୍କୁ ଜ୍ୱର ହୋଇଥିବା ଅନୁଭବ ହୋଇଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଆବଶ୍ୟକୀୟ ସମସ୍ତ ଟେଷ୍ଟ କରାଯିବା ସହ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଢାକ୍ତର କହିଛନ୍ତି ।

  • ନାବାଳିକା ଗଣଦୁଷ୍କର୍ମ ମାମଲା: ପୋଷ୍ଟମର୍ଟମରେ ବିଷକ୍ରିୟାରୁ ମୃତ୍ୟୁ

    ନାବାଳିକା ଗଣଦୁଷ୍କର୍ମ ମାମଲା: ପୋଷ୍ଟମର୍ଟମରେ ବିଷକ୍ରିୟାରୁ ମୃତ୍ୟୁ

    ପଶ୍ଚିମ ବଙ୍ଗରେ ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ, ନାବାଳିକାର ଶବ ବ୍ୟବଚ୍ଛଦ  ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି। ନାବାଳିକାର ମୃତ୍ୟୁ ବିଷକ୍ରିୟା କାରଣରୁ ହୋଇଥିବା ରିପୋର୍ଟରୁ ଜଣାପଡିଛି। ଏନେଇ ଉତ୍ତର ଦିନାଜପୁରର ଏସପି ସାନା ଅକ୍ତର ସୂଚନା ଦେଇଛନ୍ତି। ଗୁରୁବାର ଦିନ ପଶ୍ଚିମ ବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ନାବାଳିକାଟି ନିଖୋଜ ହୋଇଯାଇଥିବା ବେଳେ ଗୁରୁବାର ନାବାଳିକାର ମୃତଦେହ ସ୍ଥାନୀୟ ଲୋକଙ୍କୁ ମିଳିଥିଲା। ନାବାଳିକାକୁ  ନ୍ୟାୟ ଦେବାକୁ ଲୋକେ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଥିଲେ।

    ଦିନାଜପୁର ଏସପି ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି କି, ସ୍ଥାନୀୟ ଲୋକେ ଏକ ବାଳିକାର ମୃତଦେହ ପାଇବା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ବାଳିକାର ବାପାଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା। ପରିବାରର ଅଭିଯୋଗ ଆଧାରରେ ଏକ ମାମଲା ରେଜିଷ୍ଟର ହୋଇଥିଲା। ମାମଲାରେ ସମ୍ପୃକ୍ତି ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ 14 ଦିନିଆ କଷ୍ଟଡିକୁ ପଠାଇଦେଇଥିଲା।

    ଏସପି କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟରୁ ପୀଡିତାର ମୃତ୍ୟୁ  ବିଷ କ୍ରିୟାରୁ ହୋଇଥିବା ଜଣାପଡିଛି। ତେବେ ଶରୀରରେ କୌଣସି ଦୁଷ୍କର୍ମଜନିତ ଖଣ୍ଡିଆ ଅଛିକି ନାହିଁ ତାକୁ ସ୍ପଷ୍ଟ କରିବାକୁ କୁହାଯାଇଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ଥିତିକୁ ଦେଖି ଶନିବାର ଜାତୀୟ ମହିଳା କମିଶନର ତରଫରୁ ପୋଲିସକୁ ରିପୋର୍ଟ ତଲବ କରାଯାଇଛି।   

  • ଆତ୍ମସମର୍ପଣ ପରେ ଗିରଫ ହେଲା ଖଲିସ୍ତାନୀ ନେତା ଅମୃତପାଲ ସିଂହ

    ଆତ୍ମସମର୍ପଣ ପରେ ଗିରଫ ହେଲା ଖଲିସ୍ତାନୀ ନେତା ଅମୃତପାଲ ସିଂହ

    ପଞ୍ଜାବ, ହରିୟାଣା ଆଉ ଉତ୍ତରପ୍ରଦେଶ ପୋଲିସକୁ ଚକମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମୃତପା ସିଂହକୁ ଆଜି ଗିରଫ କରିଛି ପଞ୍ଜାବ ପୋଲିସ । ପ୍ରଥମେ ଅମ୍ରିତପାଲ ଆତ୍ମସମର୍ପଣ କରିଥିଲା, ଏହାପରେ ପଞ୍ଜାବର ମୋଗା ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ଆଉ ଏହି ଘଟଣାକୁ ଟ୍ବିଟ କରି ସୂଚନା ଦେବା ସହ ଶାନ୍ତି ବଜାୟ ରଖିବାକୁ ପଞ୍ଜାବ ପୁଲିସ ଅନୁରୋଧ କରିଛନ୍ତି ।

    ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଅମ୍ରିତପାଲ ମୋଗା ଜିଲ୍ଲାର ରୋଡେ ଗାଁରେ ଥିବା ଗୁରୁଦ୍ୱାରାରେ ପହଞ୍ଚିଥିଲା । ଆଉ ବିଳମ୍ବିତ ରାତିରେ ଏହା ସେ ନିଜେ ମୋଗା ପୁଲିସ୍‌କୁ ନିଜେ ଖବର ଦେବୀ ସହ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଥିଲା । ଏହା ପରେ ମୋଗା ପୁଲିସ୍ ଟିମ ସହିତ ଗୁରୁଦ୍ୱାରାରେ ପହଞ୍ଚିଥିଲା । ପରେ ଅମ୍ରିତପାଲ ସିଂହ ଆଜି ସକାଳେ ଆତ୍ମସମର୍ପଣ କରିଥିଲା। ହେଲେ ଆତ୍ମସମର୍ପଣ ପୂର୍ବରୁ ଗୁରୁଦ୍ୱାରରେ ସେ କିଛି ଲୋକଙ୍କୁ ସମ୍ବୋଧିତ କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଆପଣଙ୍କୁ ଏଠାରେ ଜଣାଇଦେଉଛୁ, ରୋଡୋ ହେଉଛି ଆତଙ୍କବାଦୀ ତଥା କଟର ଖଲିସ୍ତାନୀ ସମର୍ଥକ ଜରନୈଲ ସିଂହ ଭିଣ୍ଡରାନୱାଲେର ଜନ୍ମମାଟି । ଯାହାଙ୍କୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅପରେସନ ବ୍ଲ୍ୟୁ ଷ୍ଟାର ଜରିଆରେ ନିହତ କରିଥଲେ ।

    ଅମ୍ରିତପାଲ ସିଂହଙ୍କୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଅମ୍ରିତପାଲଙ୍କ ୮ ଜଣ ସହଯୋଗୀଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେମାନେ ଜେଲରେ ଅଛନ୍ତି। ସେମାନଙ୍କ ନାଁରେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମାମଲା ରଜୁ କରାଯାଇଛି ।

    ଅମ୍ରିତପାଲ ସିଂହ ଖଲିସ୍ତାନୀ ନେତା ଭିଣ୍ଡରେନଓ୍ବାଲେଙ୍କ କଟର ସମର୍ଥ ବୋଲି କହିଆସିଥିଲେ । ଖଲିସ୍ତାନୀ ସମର୍ଥକ ମାନେ ତାଙ୍କୁ ‘ଭିଣ୍ଡରାନଓ୍ବାଲେ 2.0’ ଭାବେ ସମ୍ବୋଧିତ କରୁଥିଲେ । ଦେଶ ତଥା ବିଶେଷ କରି ପଞ୍ଜାବରେ ଶାନ୍ତି ଭଙ୍ଗ କରିବା, ଖଲିସ୍ତାନୀ ଗତିବିଧିକୁ ବଢ଼ାଇବା, ହତ୍ୟା ଉଦ୍ୟମ ଓ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଅନେକ ଅପରାଧିକ ମାମଲା ରହିଛି ଅମ୍ରିତପାଲ ସିଂହ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ।

    ଏଥର ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ…
    ବାସ୍ତବରେ ଗତ ଫେବ୍ରୁଆରି ୨୩ ତାରିଖରେ ଚର୍ଚ୍ଚାକୁ ଆସିଥିଲା ଅମ୍ରିତପାଲ ସିଂହ । ‘ୱାରିସ ପଞ୍ଜାବ ଦେ’ ସଂଗଠନର ମଖ୍ୟ ହେଉଛନ୍ତି ଅମ୍ରିତପାଲ ସିଂହ । ସଂଗଠନର ଅନ୍ୟ ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍ ଗିରଫ କରିଥିଲା । ଆଉ ବଳପୂର୍ବକ ଥାନାରୁ ସେମାନଙ୍କୁ ଉଠାଇ ଆଣିବାକୁ ସେଠାରେ ପହଞ୍ଚିଥିଲେ । ସେତେବେଳେ ତାଙ୍କ ମର୍ଥକ ମାନେ ହାତରେ ଖଣ୍ଡା ଓ ବନ୍ଧୁକ ସହିତ ଥାନାକୁ ଯାଇଥିଲେ । ପୁଲିସ ବ୍ୟାରିକେଡ ଭାଙ୍ଗି ଅଜନାଲା ଥାନା ଭିତରେ ସେମାନେ ପଶିଯାଇଥିଲେ । ଏହାପରେ ଅପହରଣ ମାମଲାରେ ଫସିଥିବା ସହଯୋଗୀ ଲବପ୍ରୀତ ସିଂହକୁ ପୁଲିସ୍ ଛାଡ଼ି ଦେବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲେ । ଥାନାକୁ ଜୋରଜବରଦସ୍ତ ପ୍ରବେଶ କରିବା ବେଳେ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ଆଉ ଏହି ଘଟଣା ପୂରା ଦେଶରେ ସ୍ତବ୍ଧ କରିଥିଲା । ଏହା ପରେ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକାବନ୍ଦୀ କରିଥିଲା। ତେବେ ଅମ୍ରିତପାଲ ସେଠାରୁ ଖସିଯାଇଥିବା ବେଳେ ତାକୁ ଧରିବା ପାଇଁ ମାର୍ଚ୍ଚ ୧୮ ତାରିଖରୁ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ପୁଲିସ୍ ପ୍ରୟାସ କରିଥିଲେ । ହେଲେ ତାକୁ ଧରିବାରେ ସେମାନେ ସଫଳ ହୋଇପାରୁନଥିଲେ । ୩ ଦିନ ତଳେ ଅମ୍ରିତପାଲର ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରିଥିଲେ କଷ୍ଟମ ଅଧିକାରୀ। ସେ ଲଂଣ୍ଡନ ପଳାଇବାକୁ ଚାହୁଁଥିବା ବେଳେ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ଆଉ ଏହି ଘଟଣାକୁ ୩ ଦିନ ବିତିଯିବା ପରେ ଶଷରେ ଆତ୍ମସମର୍ପଣ କରିଛି ଅମ୍ରିତପାଲ ସିଂହ ।

  • ଅକ୍ଷୟ ତୃତୀୟା, କୃଷକଙ୍କ ପାଇଁ ଶୁଦ୍ଧିର ଦିନ

    ଅକ୍ଷୟ ତୃତୀୟା, କୃଷକଙ୍କ ପାଇଁ ଶୁଦ୍ଧିର ଦିନ

    ଆଜି ବୈଶାଖ ଶୁକ୍ଳ ତୃତୀୟା ତିଥି । ଅକ୍ଷୟ ତୃତୀୟା ଭାବେ ଆଜି ଦିନର ସ୍ୱତନ୍ତ୍ର ପରିଚୟ ରହିଛି । ସରକାରୀ ସ୍ତରରେ କୃଷକ ଦିବସ ଭାବେ ପାଳନ କରାଯାଏ । କୃଷକମାନଙ୍କ ପାଇଁ ଆଜି ଶୁଦ୍ଧିର ଦିନ ।

    ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ଚାଷୀ । ଆଜିଭଳି ଶୁଭଦିନରେ ଗୃହ ନିର୍ମାଣ, ନିର୍ବନ୍ଧ,ବିବାହ,ବ୍ରତୋପନୟନ ଭଳି ଶୁଭକାମ କରାଯାଇଥାଏ । ଚାଷୀ ନୂଆ ଗଉଣିରେ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନକୁ ଶଙ୍ଖ ହୁଳହୁଳି ଧ୍ବନିର ସହ ମୁଣ୍ଡରେ ଥୋଇଥାଏ । ଅନ୍ୟ ଏକ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ସେହି ନୈବେଦ୍ୟକୁ ପୋତି ହଳ ବୁଲାଏ । ଚାଷୀ ମୁଠା ମୁଠା ବିହନ କିଆରୀରେ ବୁଣିଥାଏ ଯାହାକୁ ଅଖି ମୁଠି କହନ୍ତି । ସେପଟେ, ସଧବାମାନେ ଏହି ଦିନ ଷଠିଦେବୀଙ୍କ ପୂଜା କରିଥାନ୍ତି ।

    ପବିତ୍ର ଅକ୍ଷୟ ତୃତୀୟାରେ ଶୁଭ ଅଖିମୁଠି ଅନୁକୂଳ କରି କୃଷି କ୍ଷେତ୍ରକୁ ଶସ୍ୟ ଶ୍ୟାମଳା କରିବା ପାଇଁ ମାଟି ମା’ଙ୍କୁ ପ୍ରାର୍ଥନା କରିଥାନ୍ତି ଚାଷୀ ।