ରାଜସ୍ଥାନର ଏକ ଡାକ୍ତରଖାନାରେ ଲାଗିଲା ଭିଷଣ ନିଆଁ

ଗତକାଲି ବିଳିମ୍ବିତ ରାତିରେ ରାଜସ୍ଥାନର ଏକ ମେଡିକାଲ କଲେଜରେ ଭିଷଣ ଭାବେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ପରେ 12 ଜଣ ଶିଶୁଙ୍କୁ ନିରାପଦରେ ସେଠାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନିଯାୟୀ, ରାଜସ୍ଥାନ ଡୁଙ୍ଗରପୁର ମେଡିକାଲ୍‌ କଲେଜ୍‌ର ଏନ୍‌ଆଇସିୟୁ ବାଭାଗରେ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଏହାପରେ ମେଡିକାଲ୍‌ କଲେଜର ଅଧିକ୍ଷକ ଗଣମାଧ୍ୟମକୁ କହିଛନ୍ତି, ଗୁଙ୍ଗରପୁର ମେଡିକାଲ୍‌ କଲେଜର ‘ଏନ୍‌ଆଇସିୟୁ’ ୱାର୍ଡରେ ନିଆଁ ଲାଗିଥିବା ବେଳେ ଏହାକୁ ଦମକଳ ବାହିନୀ ସାହାଯ୍ୟରେ ଆୟତ୍ତ କରାଯାଇଛି । ଏଥିସହିତ ୧୨ ଜଣ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଘଟଣା ସ୍ଥଳରେ 3ଟି ଦମକଳ ଟିମ ପହଞ୍ଚିଥିବା ବେଳେ ଏକ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *