ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ

ଡାକ୍ତରଖାନାରେ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ୱାମୀ । ଶନିବାର ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଡାକ୍ତରଖାନାରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ଏଚ୍‌ଡି କୁମାରସ୍ୱାମୀ ଗତକାଲି ସନ୍ଧ୍ୟାରେ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରିବା ସହ ତାଙ୍କୁ ଜ୍ୱର ହୋଇଥିବା ଅନୁଭବ ହୋଇଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଆବଶ୍ୟକୀୟ ସମସ୍ତ ଟେଷ୍ଟ କରାଯିବା ସହ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଢାକ୍ତର କହିଛନ୍ତି ।

Leave a Reply

Your email address will not be published. Required fields are marked *