ରତଲାମରୁ ଇନ୍ଦୋର ଯାଉଥିବା ମେମୁ ଟ୍ରେନର 2 କୋଚରେ ଲାଗିଲା ନିଆଁ

ମଧ୍ୟପ୍ରଦେଶର ରତଲାମରୁ ଇନ୍ଦୋର ବାହାରିଥିବା ମେମୁ ଟ୍ରେନର 2ଟି କୋଚରେ ରବିବାର ସକାଳୁ ସକାଳୁ ନିଆଁ ଲାଗିଯାଇଥିଲା। ଟ୍ରେନ  ପ୍ରିତମ ନଗର ଷ୍ଟସନରେ ପହଞ୍ଚିବା ମାତ୍ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ବଗିରୁ ବାହାରି ଆସିବାରେ ହୋଇଥିଲେ ସକ୍ଷମ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  କେଉଁ କାରଣରୁ ନିଆଁ ଲାଗିଲା, ତାହା ଜଣା ପଡିନାହିଁ।  

ରେଳବାଇର ଜଣେ ଅଧିକାରୀ କହିଛନ୍ତି କି, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନର ଡ୍ରାଇଭିଂ କୋଚରେ ଲାଗିଥିଲା, ଯାହା ତାର ନିକଟବର୍ତ୍ତୀ ବଗିକୁ ମଧ୍ୟ ବ୍ୟାପିଯାଇଥିଲା। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ନିଆଁ ଉପରେ ନିୟନ୍ତ୍ରଣ ମିଳିଛି। ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବା ପାଇଁ ରେଳବାଇ ପକ୍ଷରୁ ବନ୍ଦୋବସ୍ତ ହୋଇପାରି ନ ଥିବାରୁ ଯାତ୍ରୀଙ୍କୁ ଚାଲି ଚାଲି 6 କିମି ଯାଏଁ ପରବର୍ତ୍ତୀ ରତ୍ତାଗିରି ଫୋରଲେନ ଯାଇ ସେଠାରୁ ନିଜ ନିଜ ଯାତ୍ରା ପଇଁ ସାଧନ ଜୁଟାଇଥିଲେ।

Leave a Reply

Your email address will not be published. Required fields are marked *