ଅର୍ଶଦୀପ ଭାଙ୍ଗିଲେ ଦୁଇଟି ଷ୍ଟମ୍ପ, ଆଇପିଏଲରେ ହେଲା 48 ଲକ୍ଷ ଟଙ୍କା କ୍ଷତି

ଗତକାଲି ଆଇପିଏଲ ମ୍ୟାଚର ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଛି । ପଞ୍ଜାବ କିଙ୍ଗସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ମୁମ୍ବାଇ 13 ରନରେ ପରାସ୍ତ ହୋଇଛି । ଏଥିସହିତ ଆଇପିଏଲର ସବୁଠୁ ଦାମୀ ଖଳାଳୀ ଯାହାଙ୍କୁ 18.5 କୋଟିରେ ପଞ୍ଜାବ କିଙ୍ଗସ କିଣିଛି, ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।

ମ୍ୟାଚରେ ସବୁଠୁ ଆଚମ୍ବିତ କଲା ଭଳି ଘଟଣା ଘଟିଥିଲା ଶେଷ ଓଭରରେ । ମୁମ୍ବଇକୁ ଶେଷ ଓଭରରେ 16 ରନ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ମାତ୍ର ଦୁଇ ରନ ଦେଇ ଦୁଇଟି ଓ୍ବିକେଟ ନେଇଥିଲେ । ଯେଉଁଥି ପାଇଁ ପଞ୍ଜାବ ମ୍ୟାଚଟିକୁ ସହଜରେ ଜିତି ନେଇଥିଲା । ଅନ୍ତିମ ଓଭରରେ ଅର୍ଶଦୀପ ତୃତୀୟ ଆଉ ଚତୁର୍ଥ ବଲରେ ତିଲକ ବର୍ମା ଆଉ ନେହାଲ ବଢେରାଙ୍କୁ କ୍ଲିନ ବୋଲ୍ଡ କରିଥିଲେ । ସବୁଠୁ ଆଶ୍ଚଯ୍ୟ କଲାଭଳି ଘଟଣା ହେଉଛି, ଏହି ଲଗାତାର ଦୁଇଟି ବୋଲ୍ଡରେ ଦୁଇ ଥର ମିଡିଲ ଷ୍ଟମ୍ପ ଭାଙ୍ଗିଥିଲା । ଯାହା ଦେଖଣାହାରୀଙ୍କୁ ଚକିତ କରିଥିଲା । ଏକ ରିପୋର୍ଟ ମୁତାବକ, ଏଲଇଡି ଷ୍ଟମ୍ପ ଓ ଜିଙ୍ଗ ୱେଲ୍ସର ଗୋଟିଏ ସେଟର ଦାମ୍ ପାଖାପାଖି 24 ଲକ୍ଷ ଟଙ୍କା । ସୂଚନା ମୁତାବକ ଗୋଟିଏ ଷ୍ଟମ୍ପ ଭଙ୍ଗିଗଲେ ବି ପୂରା ସେଟ ବେକାର ହୋଇଯାଏ । ଅର୍ଶଦୀପ ଲଗାତାର ଦୁଇ ଥର ମିଡିଲ ଷ୍ଟମ୍ପ ଭାଙ୍ଗିବା ଦ୍ବାରା ଦୁଇଟି ସେଟ ବେକାର ହୋଇଗଲା । ଏହି ହିସାହରେ 48 ଲକ୍ଷ ଟଙ୍କାର କ୍ଷତି ହୋଇଛି ଆଇପିଏଲକୁ ।

Leave a Reply

Your email address will not be published. Required fields are marked *