Author: suchanatv24x7

  • ପାଣିରେ ଛୁଆ ହାତୀର ଖେଳିବାର ମଜା ଥିଲା ନିଆରା, ମା ସାଜିଥିଲା ସୁରକ୍ଷା କବଚ

    ପାଣିରେ ଛୁଆ ହାତୀର ଖେଳିବାର ମଜା ଥିଲା ନିଆରା, ମା ସାଜିଥିଲା ସୁରକ୍ଷା କବଚ

    ଅସହ୍ୟ ଗରମରେ ସାରା ଜଗତଟା ତ୍ରାହୀ ତ୍ରାହୀ ଡାକୁଛି । ମଣିଷଙ୍କ ଠାରୁ ଆରମ୍ଭ କରି ପଶୁ-ପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗରମରେ ଆଉଟପାଉଟୁ ହେଉଛନ୍ତି । ଝାଞ୍ଜିର ତାତୀରେ ସିଝିଯାଉଛି ଦେହ ଆଉ ଗୁଳୁଗୁଳିର ନିଆଁରେ ଗାଳି ହେଉଛି ଝାଳ । ଏମିତି ସ୍ଥିତିରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବାକୁ ଅତି ମନୋରମ ଲାଗୁଛି । ଗୋଟିଏ ହାତୀ ତା ଛୁଆ ସହିତ ଜଙ୍ଗଲରେ ଥିବା ଜଳାଶୟ ପାଖକୁ ଆସୁଛି ଆଉ ଭାରି ଆନନ୍ଦର ସହକାରେ ଖେଳୁଛି । ଜଙ୍ଗଲ ଭିରେ ଗରମରେ ସିଝିଯିବା ପରେ ସେମାନେ ପାଖରେ ଥିବା ଏକ ଜଳାଶୟକୁ ଆସି ଏମିତି ପାଣିର ମଜା ନଉଛନ୍ତି । ଯାହାର ଭିଡିଓ ସୁଟିଂ କରିଛନ୍ତି ସେଠାକୁ ଯାଇଥିବା ପର୍ଯ୍ୟଟକ ।

    ଏହି ଘଟଣାଟି ଏପ୍ରିଲ 13, 2023 ମସିହାର ଯାହା ଶ୍ରୀଲଙ୍କାରେ ଥିବା ୟାଲା ଓ୍ବଇଲ୍ଡ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ମା-ଛୁଆ ଦୁହେଁ ଜଳାଶୟ ପାଖକୁ ଆସି ପାଣିର ଖୁବ ମଜା ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏଠାରେ ଆଉ ଦୃଶ୍ୟ ମଧ୍ୟ ଦେଖଇବାକୁ ମିଳିଛି । ଛୁଆ ହାତୀର ସୁରକ୍ଷା କବଚ ହୋଇ ମା ହାତୀଟି ପାଖେ ପାଖେ ରହିଥିଲା । ଛୋଟ ହାତୀଟିର ପାଣିରେ ଖେଳିଥିବାର ଦୃଶ୍ୟ ଦଖିଲା ଭଳି ହୋଇଥିଲା ।

  • ରଜରେ ଆସୁଛି ପ୍ରଭାସଙ୍କ ଆଦିପୁରୁଷ

    ରଜରେ ଆସୁଛି ପ୍ରଭାସଙ୍କ ଆଦିପୁରୁଷ

    ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଖୁବ ଶୀଘ୍ର ଆସିବାକୁ ଯାଉଛି ସିନେ ପରଦାକୁ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଥିବା ବେଳେ ତାକୁ ଆହୁରି ତୀବ୍ର କରିଛି ଫିଲ୍ମର ୟୁନିଟ। ସୀତା ନବମୀର ପବିତ୍ର ଅବସରରେ ଆଦିପୁରୁଷର ଆଉ ଏକ ପୋଷ୍ଟର ଛଡାଯାଇ ଦର୍ଶକଙ୍କ କ୍ରେଜକୁ ଦ୍ୱିଗୁଣିତ କରି ଦେଇଛି। ପୋଷ୍ଟରରେ ମା’ ସୀତାଙ୍କ ଭୂମିକାରେ ଦେଖିବାକୁ ମିଳିଛି ଅଭିନେତ୍ରୀ କୃତି ସାନୋନଙ୍କୁ। ଅଭିନେତ୍ରୀଙ୍କ ପୁରାତନ ଭାରତୀୟ ନାରୀର ଛାପ ପୋଷ୍ଟରକୁ ଆହୁରି ଚିତାକର୍ଷଣ କରିଥିବା ବେଳେ ପୌରାଣିକ ଯୁଗ ଆଡକୁ ଟାଣି ନେଉଛି ଦର୍ଶକଙ୍କୁ।

    ରାମାୟଣ ବିଷୟ ବସ୍ତୁ ଉପରେ ପର୍ଯ୍ୟବେଷିତ ଆଦିପୁରୁଷର ନୂଆ ମୋସନ ପୋଷ୍ଟର ଅଭିନେତ୍ରୀ କୃତି ସାନୋନ ସୀତା ନବମୀ ଅବସରରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ପୋଷ୍ଟର ସହ କ୍ୟାପ୍ସନ ଦିଆଯାଇଛି- ସୀତା ରାମ ଚରିତ୍ର ଅତି ପବିତ୍ର।  ଫିଲ୍ମରେ ରାମଚନ୍ଦ୍ରଙ୍କ ପତ୍ନୀ ରୂପରେ ମାଙ୍କ ପବିତ୍ରତା, ଦିବ୍ୟତା, ସାହସକୁ ପ୍ରତିନିଧିତ୍ବ କରୁଛନ୍ତି ଅଭିନେତ୍ରୀ କୃତି। ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ କୃତି ମଧ୍ୟ ବିଶେଷ ଟ୍ରିଟ ଦେଇଛନ୍ତି ମୋସନ ପୋଷ୍ଟରରେ। ରାମ ସିଆ ରାମର ଧୂନ ରାଘୁବୀରଙ୍କ ପ୍ରତି ମା’ଙ୍କ ଅତୁଟ ପ୍ରେମ ଓ ବିଶ୍ୱାସକୁ ଉଦ୍ଜିବିତ କରୁଛି, ଯାହା ଦର୍ଶକଙ୍କୁ ନିଶ୍ଚିତ ରୂପେ ଏକ ପବିତ୍ର, ଭକ୍ତିପୂର୍ଣ୍ଣ ଓ ଆଧ୍ୟାତ୍ମିକ ଦୁନିଆକୁ ନେଇଯାଇଛି।

    ମା’ ଜାନକୀଙ୍କ ବେଶରେ କୃତିଙ୍କ ମୋସନ ପୋଷ୍ଟରେ ଭରି ରହିଛି ଭାରତୀୟ ନାରୀର ନିଛକ ଛାପ, ସ୍ୱମୀଙ୍କ ପାଇଁ ବିରହ, ସାହସ ଓ ପବିତ୍ରତା ନିଜ ସତୀତ୍ୱକୁ ନେଇ। ପୋଷ୍ଟରରେ ଅଭିନେତ୍ରୀଙ୍କ  ଶରୀରରେ ଘନ ଖଇରିଆ ଧଡି ସହ ଘିଅ କଲର ଶାଢୀ, ଗେରୁଆ ରଙ୍ଗର ଉତ୍ତରୀୟ ଆଚ୍ଛାଦିତ କରିଛି ମୁଣ୍ଡ ଓ ଶରୀରର ଉପର ଭାଗକୁ । କପାଳ ଓ ମଥାରେ ସଧବା ନାରୀର ପ୍ରତୀକ ହୋଇ ଝଟକୁଛି ସିନ୍ଦୁର। ଆଖି କୋଣରୁ ବହି ଯାଉଛି ଲୁହ, ଯାହା ଶ୍ରୀରାମଙ୍କ ବିରହ ଯନ୍ତ୍ରଣାକୁ  କରୁଛି ପ୍ରତିଫଳିତ। କୃତିଙ୍କ ଭିତରେ ସୀତା ମା’ଙ୍କ ଏପରି ଜୀବନ୍ତ ପବିତ୍ର ଅବତାରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି।  ଫ୍ୟାନ୍ସଙ୍କ ବିପୁଳ ପ୍ରେମ ମିଳୁଛି କୃତିଙ୍କ ଏହି ପୋଷ୍ଟରକୁ ।  

    ଏହି ଫିଲ୍ମଟୁ ଆସନ୍ତା ଜୁନ 16ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ। ଫିଲ୍ମରେ କୃତିଙ୍କ ସହ ବାହୁବଳୀର ଷ୍ଟାର ପ୍ରଭାସ, ସନୀ ସିଂଦ, ସୈଫ ଅଲି ଖାନଙ୍କୁ ଦେଖିବାକୁ ମିଳିବ। ପ୍ରଭାସ ରାମ ଚରିତ୍ରରେ ଅଭିନୟ କରୁଥିବା ବେଳେ ସୀତା ଚରିତ୍ରରେ ରହିଛନ୍ତି କୃତି, ଲକ୍ଷ୍ମଣ ଭାବେ ସନୀ ସିଂହ, ମହାବଳୀ ହନୁମାନ ଭାବେ ଦେବଦତ୍ତ ନାଗେ ଦୃଶ୍ୟମାନ ହେଉଥିବା ବେଳେ ସୈଫ ଅଲି ରାବଣ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିବ। ତେବେ ପୋଷ୍ଟରକୁ ନେଇ ଦର୍ଶକଙ୍କ କ୍ରେଜ ଦେଖି ଲାଗୁଛି ଫିଲ୍ମଟି ବକ୍ସ ଅଫିସରେ ପରଦା ଫାଡ ବିଜନେସ କରିବ।

  • ଜମିପଟ୍ଟାରେ ଥିବା ଭୁଲ୍ ଜାତି ସଂଶୋଧନ ଦାବି, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ

    ଜମିପଟ୍ଟାରେ ଥିବା ଭୁଲ୍ ଜାତି ସଂଶୋଧନ ଦାବି, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ

    କେନ୍ଦୁଝର,ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀଙ୍କ ସମସ୍ୟା ବଢୁଛି । ଲୁହା କାମ କରୁଥିବା ଲୋକମାନଙ୍କ ଜମିପଟ୍ଟାରେ ଭୁଲ୍ ତଥ୍ୟ ରହିଛି । ଜାତି ସ୍ତମ୍ଭରେ ଭୁଲ୍ ତଥ୍ୟ ଲେଖାଥିବାରୁ ଆଦିବାସୀମାନେ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି । ମାଧୁରୀ ପାଟିଲ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ସରଜମିନ ତଦନ୍ତ କରି ପ୍ରମାଣପତ୍ର ପ୍ରଦାନ କରିପାରିବେ ରାଜ୍ୟ ସରକାର । ହେଲେ ରାଜ୍ୟରେ ଏଯାଏ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

    ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ-୩୪(ଇ)ଅନୁସାରେ ସେଟେଲମେଣ୍ଟ ଜମିପଟ୍ଟାରେ ଥିବା ଭୁଲ୍ ତଥ୍ୟର ସଂଶୋଧନ କରିପାରିବେ ତହସିଲଦାର । ଜମିପଟ୍ଟାରେ ଥିବା ଭୁଲ୍ ଜାତି ସମ୍ପର୍କିତ ତଥ୍ୟର ତଦନ୍ତ କରି ତୁରନ୍ତ ଏହାର ସଂଶୋଧନ କରିବା ଆବଶ୍ୟକ ରହିଛି । ଓଡ଼ିଶା ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ । ଏହାକୁ କାର୍ଯ୍ୟକାରୀ କଲେ ଐତିହାସିକ ଭୁଲ୍ ସବୁଦିନ ପାଇଁ ସଂଶୋଧିତ ହୋଇପାରିବ । ଅନେକ ଲୋକ ଏଥିରେ ଉପକୃତ ହୋଇପାରିବେ ବୋଲି ଆଦିବାସୀ ଲୋକେ ଦାବି ଉଠାଇଛନ୍ତି ।

    ପୂର୍ବରୁ ଜାତୀୟ ମାନବାଧିକାର ଆୟୋଗ ଏକ ପ୍ରସ୍ତାବ ରଖିଥିଲେ । ତଦନ୍ତ ସହ ଭୁଲ୍ ଜାତି ସେଟେଲମେଣ୍ଟ ପାଇଁ ୨୦୧୪ରୁ ସଂଶୋଧନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହା ରାଜ୍ୟରେ ଏଯାଏ କାର୍ଯ୍ୟକାରୀ ହୋଇପାରିନି । ଏହା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଗରିବ ଆଦିବାସୀ । ଏହାର ପ୍ରତିବାଦରେ କେନ୍ଦୁଝରରେ ଆଦିବାସୀମାନେ ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

  • କାତାର ଜେଲରେ ଥିବା ଭାରତୀୟ ନୌସେନାର 8 ଜଣ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ହେବାର ସମ୍ଭାବନା

    କାତାର ଜେଲରେ ଥିବା ଭାରତୀୟ ନୌସେନାର 8 ଜଣ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ହେବାର ସମ୍ଭାବନା

    ଗୁପ୍ତଚର ଅଭିଯୋଗରେ 8 ମାସ ଧରି କାତାର ଜେଲରେ ରଖାଯାଇଥିବା ଭାରତୀୟ ନୌସେନାର 8 ଜଣ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ହେବାର ସମ୍ଭାବନା ରହିଛି । ଏକ ପାକିସ୍ତାନୀ ଗଣମାଧ୍ୟମରେ ଏହି ରିପୋର୍ଟ ଦିଆଯାଇଛି । ଏକ୍ସପ୍ରେସ ଟ୍ରିବୁନାଲ ରିପୋର୍ଟର ଦାବି ମୁତାବକ, ଅଧିକାରୀଙ୍କ ଉପରେ ଇସ୍ରାଏଲ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ ହୋଇଛି ।

    ରିପୋର୍ଟରେ କୁହାଯାଇଛି, ଅଭିଯୁକ୍ତଙ୍କ ପରିଚୟ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ବିଙ୍ଗର କାର୍ଯ୍ୟରତ ଅଧିକାରୀ ଭାବେ କରାଯାଇଛି । କଥିତ ଭାବେ କାତାରରେ ଗୁପ୍ତଚର ଗତିବିଧିକୁ ପରିଣାମ ଦେବା ବେଳେ ଧରାପଡିଛନ୍ତି ।

  • IPL: ଆଜି କେକେଆର୍-ଗୁଜରାଟ, ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ

    IPL: ଆଜି କେକେଆର୍-ଗୁଜରାଟ, ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ

    ଫଟାଫଟ୍ କ୍ରିକେଟ୍ IPLରେ ଅଧାରୁ ଅଧିକ ମ୍ୟାଚ୍ ଶେଷ ହେଲାଣି । ମୈଦାନରେ ନିଜର ଦମ୍ ଦେଖାଉଛନ୍ତି ଖେଳାଳି । ରାଜସ୍ଥାନ, ଲକ୍ଷ୍ନୌ, ଗୁଜରାଟ ଏବଂ ଚେନ୍ନାଇ ସମସ୍ତେ ୧୦ ପଏଣ୍ଟ ଲେଖାଏଁ ପାଇ ଟେବୁଲର ଟପ୍ ୪ଟି ସ୍ଥାନରେ ଅଛନ୍ତି । ଆଜି ଆଇପିଏଲରେ ୨ଟି ମ୍ୟାଚ୍ ଖେଳାଯିବ ।

    ଅପରାହ୍ଣ ସାଢ଼େ ୩ଟାରେ ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ । ୧୦ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି ଗୁଜରାଟ ଟିମ୍ । ଖେଳାଳିମାନେ ପୁରା ଫର୍ମରେ ଥିବାବେଳେ ଆଜି ବିଜୟୀ ହେବାକୁ ଆଶାବାଦୀ । ସେପଟେ, ମାତ୍ର ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହେଲାଣି ଦଳ । ତେବେ ଗତ ମ୍ୟାଚରେ କମବ୍ୟାକ୍ କରିଥିବାରୁ ଆଜି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବା ଆଶା କରାଯାଉଛି ।

    ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ପଏଣ୍ଟ ଟେବୁଲର ଶେଷରେ ଅଛି ଦିଲ୍ଲୀ । ୭ଟି ମ୍ୟାଚରୁ କେବଳ ୨ଟି ମ୍ୟାଚ୍ ଜିତିଛି ଟିମ୍ । ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଖେଳାଳି । ଆଉଟ୍ ଫର୍ମ ଯୋଗୁଁ ଦଳ ମ୍ୟାଚ୍ ଜିତିପାରୁନି । ଅନ୍ୟପଟେ ହାଇଦ୍ରାବାଦର ମଧ୍ୟ ସମଦଶା । ପ୍ରତି ଡିପାର୍ଟମେଣ୍ଟରେ ଖେଳାଳିମାନେ ଫେଲ୍ ମାରୁଛନ୍ତି । ମ୍ୟାଚ୍ ଜିତିବା ସେମାନଙ୍କ ପକ୍ଷେ କଷ୍ଟକର ହେଲାଣି । ଆଉଟ୍ ଅଫ୍ ଫର୍ମରେ ଚାଲିଥିବା ଦୁଇ ଟିମ୍ ମଧ୍ୟରେ ଆଜି କିଏ ବାଜି ମାରିବ ତାକୁ ଅପେକ୍ଷା ।

  • କମାଲ କଲେ ଆଉ ଜଣେ ଓଡିଆ, ଏଲଆଇସିର ନୂତନ ଅଧ୍ୟକ୍ଷ ହେଲେ ସିଦ୍ଧାର୍ଥ ମହାନ୍ତି

    କମାଲ କଲେ ଆଉ ଜଣେ ଓଡିଆ, ଏଲଆଇସିର ନୂତନ ଅଧ୍ୟକ୍ଷ ହେଲେ ସିଦ୍ଧାର୍ଥ ମହାନ୍ତି

    ଜାତୀୟ ସ୍ତରରେ ଆଉ ଜଣେ ଓଡିଆ କମାଲ ଦେଖାଇଛନ୍ତି । ଏଲଆସିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହଇଛନ୍ତି ସିଦ୍ଧାର୍ଥ ମହାନ୍ତି । ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଆସୁଥିଲେ । ହେଲେ ଆଜି ତାଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଆପଣ ଜାଣିଛନ୍ତି, ଦେଶର ସବୁଠୁ ବଡ ରାଷ୍ଟ୍ରାୟାତ୍ତ ବୀମା କମ୍ପାନୀ ଏଲଆଇସି ଜଣାଶୁଣା । ଆଉ ଏଭଳି ଏକ ସଂସ୍ଥାରେ ଜଣେ ଓଡିଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ନିଶ୍ଚିତି ଭାବେ ଗର୍ବର ବିଷୟ ।

    ସିଦ୍ଧାର୍ଥ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସେ ଆଇନ ଓ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ସେ ଏଲଆଇସିରେ 1985ରେ ଯୋଗ ଦେଇଥିବା ବେଳେ ତାଙ୍କୁ ୨୦୨୧ ମହିହା ଫେବୃଆରୀରେ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ଦକ୍ଷତା ଆଧାରରେ ସେ ଖୁବଶୀଘ୍ର ବଡ ପଦର ଅଧିକାରୀ ହୋଇପାରିଥିଲେ । ସେ ଏଲଆଇସିରେ ଦୀର୍ଘ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ମହାନ୍ତିଙ୍କର ମାର୍କେଟିଂ, ଏଚ୍‌ଆର, ଇନଭେଷ୍ଟମେଣ୍ଟ ଓ ଆଇନ କ୍ଷେତ୍ରରେ ବେଶ ଦବଦବା ରହିଛି । ଏଫଏସଆଇବି ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିସ କରାଯିବା ପରେ ଭାରତ ସରକାର ଏହାକୁ ସ୍ବୀକୃତି ଦେଇଛନ୍ତି ।

  • ହାର ମାନିଲା ଦିଲ୍ଲୀ ପୋଲିସ, ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଫାଇଲ୍ ହେଲା କୁସ୍ତିଯୋଦ୍ଧାଙ୍କ କେସ

    ହାର ମାନିଲା ଦିଲ୍ଲୀ ପୋଲିସ, ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଫାଇଲ୍ ହେଲା କୁସ୍ତିଯୋଦ୍ଧାଙ୍କ କେସ

    ଶେଷରେ ହାର ମାନିଲା ଦିଲ୍ଲୀ ପୋଲିସ । ସୁପ୍ରିମକୋର୍ଟରୁ ଆସିଲା ନିର୍ଦ୍ଦେଶ ଆଉ ଫାଇଲ୍ ହେଲା ଏଫଆଇଆର । ଆପଣ ଜାଣିଛନ୍ତି, ଦିଲ୍ଲୀରେ ଜନ୍ତରମନ୍ତର ଠାରେ କିଛିଦିନ ହେବ ରେସଲର ମାନେ ଆନ୍ଦୋଳନରେ ବସିଛନ୍ତି । ସେମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମେଡାଲ ଜିତି ଦେଶର ସମ୍ମାନକୁ ବଢାଇଥିବା କୁସ୍ତିଯୋଦ୍ଧା ମାନେ ଏତେବଡ ଅଭିଯୋଗ କରିଥଲେ ସୁଦ୍ଧା ଏହାକୁ କେହି କର୍ଣ୍ଣପାତ କରୁନଥିଲେ । ଏପରିକି ଦିଲ୍ଲୀ ପୋଲିସ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ନେବାକୁ ମଧ୍ୟ ପଛଘୁଞ୍ଚା ଦେଉଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ନାଁରେ ୨ଟି ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌ ।

    ଦୀର୍ଘ ଦିନର ଛକାପଞ୍ଝା ପରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହେଲା ମାମଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡ଼ନ ରୁଜୁ କରିଛି ଦିଲ୍ଲୀ ପୁଲିସ୍‌। କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗତକାଲି ରୁଜୁ ହୋଇଥିବା ୨ଟି ମାମଲା ମଧ୍ୟରୁ ଗୋଟିଏ ଜଣେ ନାବାଳିକା ରେସଲର କରିଥିବା ବେଳେ ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧା କରିଛନ୍ତି ।

    ମାମଲାକୁ ରୁଜୁ ହେବା ପରେ ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, ପୂର୍ବରୁ ଯେଉ କମିଟି ଗଠିତ ହୋଇଥିଲା ତାର ରିପୋର୍ଟକୁ ଅପେକ୍ଷା କରିବାର ଥିଲା । ନ୍ୟାୟପାଳିକାର ନିଷ୍ପତ୍ତିକୁ ମୁଁ ସ୍ବିକାର କରୁଛି, ଯାଞ୍ଚରେ ଦିଲ୍ଲୀ ପୋଲିସକୁ ଯଥା ସମ୍ଭବ ସହାୟତା କରିବି । କାରଣ ମୁଁ ସୁପ୍ରିମକୋର୍ଟ ଉପରେ ନୁହେଁ ।

    ସୋପଟେ ରେସଲର ମାନେ ଆନ୍ଦୋଳନରୁ ନଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମନେ କହିଛନ୍ତି, ଆମେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ସମ୍ମାନ କରୁଛୁ କିନ୍ତୁ, ଦିଲ୍ଲୀ ପୋଲିସ ଉପରେ ଆମର ଭରଷା ନାହିଁ । ସାଂସଦଙ୍କ ଉପରେ କୋହଳ ଦଫା ଲଗାଇ ପାରନ୍ତି । କାରଣ ବ୍ରିଜ ଭୂଷଣ ନିଜ ପଦର ଦୁରପଯୋଗ କରିବାର ଆଶଙ୍କା ରହିଛି । ସ୍ପୋର୍ଟସକୁ ବଞ୍ଚାଇବା ପାଇଁ ଆମକୁ ଏକାଠି ଲଢିବାକୁ ପଡିବ ଆଉ ବ୍ରିଜ ଭୂଷଣକୁ ସବୁ ପଦରୁ ବରଖାସ୍ତ କରି ଜେଲ୍‌ ପଠାଯିବା ଆବଶ୍ୟକ ।

    କୁସ୍ତିଯୋଦ୍ଧା ମାନେ ବିରୋଧିଙ୍କ ସହାୟତା ଲୋଡିଥିବାରୁ ଆଜି ସକାଳେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଜନ୍ତରମନ୍ତର ଠାରେ ପହଞ୍ଚି ଆନ୍ଦୋଳନରତ ରେସଲରମାନଙ୍କ ସହ ଆଲୋଚନା କରିଛନ୍ତି।

  • ସକାରାତ୍ମକ ପ୍ରଭାବ ପକାଏ ନୃତ୍ୟ, ବିଶ୍ୱରେ ଓଡ଼ିଶାର ଅବଦାନ ପ୍ରଶଂସନୀୟ

    ସକାରାତ୍ମକ ପ୍ରଭାବ ପକାଏ ନୃତ୍ୟ, ବିଶ୍ୱରେ ଓଡ଼ିଶାର ଅବଦାନ ପ୍ରଶଂସନୀୟ

    ଆଜି ଆନ୍ତର୍ଜାତିକ ନୃତ୍ୟ ଦିବସ । ମଣିଷ ଜୀବନକୁ ନୃତ୍ୟ କିପରି ସକାରାତ୍ମକ ଭାବେ ପ୍ରଭାବିତ କରେ,ତାହାକୁ ଉତଥାପନ କରିବା ଲାଗି ଆଜିର ଦିନଟିକୁ ପାଳନ କରାଯାଉଛି ।

    ବିଶେଷକରି ଭାଷା ଅପେକ୍ଷା ନୃତ୍ୟ ଭାବନାକୁ ଅଧିକ ତଥା ଗଭୀର ଭାବେ ପ୍ରସାର କରିବାର କ୍ଷମତା ପ୍ରଦାନ କରିଥାଏ । ଜଣେ ନାଚିଲା ବେଳେ ସଚ୍ଚୋଟତାର ପ୍ରତିଟି ମୁହୂର୍ତ୍ତ ଝଲକି ଆସିଥାଏ । ନୃତ୍ୟ ଇତିହାସକୁ ଉଜ୍ଜୀବିତ ରଖିବା, ସଂସ୍କୃତିରେ ନୃତ୍ୟର ସ୍ମାରକୀୟ ସ୍ଥାନଗୁଡ଼ିକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ନୃତ୍ୟ ଦିବସ ପାଳନ କରାଯାଉଛି ।

    ଆନ୍ତର୍ଜାତିକ ନୃତ୍ୟରେ ଓଡ଼ିଶାର ବି ବେଶ୍ ଅବଦାନ ରହିଛି । ଲୋକକଳା ହେଉ ଅବା ଶାସ୍ତ୍ରୀୟ କଳା ସବୁଥିରେ ରାଜ୍ୟକୁ ମିଳୁଛି ପ୍ରଶଂସା । ଦଣ୍ଡନାଚ, ଗୋଟିପୁଅ, ପାଲା, ଛଉନୃତ୍ୟ ଭଳି ଲୋକକଳା ସହ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି ।

  • ବିବାହ ଏକ ପବିତ୍ର ବନ୍ଧନ, ସମଲିଙ୍ଗୀ ବିବାହକୁ ନା

    ବିବାହ ଏକ ପବିତ୍ର ବନ୍ଧନ, ସମଲିଙ୍ଗୀ ବିବାହକୁ ନା

    ବିବାହ ଏକ ପବିତ୍ର ବନ୍ଧନ । ନାରୀ ଓ ପୁରୁଷ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାର ଗଢ଼ିଥାନ୍ତି । ପରସ୍ପରକୁ ଭଲ ପାଇ ପରିବାର ଗଠନ କରିଥାନ୍ତି । ହେଲେ ଆଜିକାଲି ବିବାହ ବିବାଦ ଘେରକୁ ଆସିଛି । ଏପରିକି ମାମଲା କୋର୍ଟରେ ପହଞ୍ଚିଛି ।

    ସମଲିଙ୍ଗୀ ବିବାହ ପୌରାଣିକ, ସତ୍ୟ, ଦ୍ୱାପରେ ନଥିଲା । ଏପରିକି କଳିଯୁଗ ଆରମ୍ଭରେ ବି ସମଲିଙ୍ଗୀ ବିବାହର ପ୍ରଶ୍ନ ହିଁ ନଥିଲା । ତେବେ ଆଜିକାଲି ଇଣ୍ଟରନେଟ୍ ଯୁଗ ସବୁ କିଛି ବଦଳାଇ ଦେଇଛି । ଫେସବୁକ୍, ହ୍ୱାଟସଆପ୍ ମାଧ୍ୟମରେ ପରସ୍ପର ଚାଟିଂ, ପ୍ରେମାଳପ ଦ୍ୱାରା ମନରେ ବ୍ୟାପକ ପରିବର୍ତ୍ତନ ଆସିଛି । ପୁରୁଷ ହୁଅନ୍ତି ଅବା ମହିଳା ଧୀରେ ଧୀରେ ଏହା ଲୋକଙ୍କୁ ନିକଟତର କରୁଛି । ଯାହାଦ୍ୱାରା ସେମାନେ ସବୁଦିନ ପାଇଁ ଏକାଠି ରହିବାକୁ ମନ ବଳାଉଛନ୍ତି । ସେଥିପାଇଁ ତ ସମଲିଙ୍ଗୀ ବିବାହ ପ୍ରସଙ୍ଗ ଉଠିଛି ।

    ସମାଜ ବିରୋଧୀ କାର୍ଯ୍ୟ ହୋଇଥିବାରୁ ଅଧିକାଂଶ ଲୋକ ସମଲିଙ୍ଗୀ ବିବାହକୁ ନା କରୁଛନ୍ତି । ଏହାକୁ ସ୍ୱୀକୃତି କେମିତି ପ୍ରଦାନ କରାଯିବ । କେନ୍ଦୁଝର ଜିଲ୍ଲାରେ ସଚେତନ ନାଗରିକ ମହିଳାମାନେ ଏହାର ଜୋରଦାର ବିରୋଧ କରିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।