IPL: ଆଜି କେକେଆର୍-ଗୁଜରାଟ, ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ

ଫଟାଫଟ୍ କ୍ରିକେଟ୍ IPLରେ ଅଧାରୁ ଅଧିକ ମ୍ୟାଚ୍ ଶେଷ ହେଲାଣି । ମୈଦାନରେ ନିଜର ଦମ୍ ଦେଖାଉଛନ୍ତି ଖେଳାଳି । ରାଜସ୍ଥାନ, ଲକ୍ଷ୍ନୌ, ଗୁଜରାଟ ଏବଂ ଚେନ୍ନାଇ ସମସ୍ତେ ୧୦ ପଏଣ୍ଟ ଲେଖାଏଁ ପାଇ ଟେବୁଲର ଟପ୍ ୪ଟି ସ୍ଥାନରେ ଅଛନ୍ତି । ଆଜି ଆଇପିଏଲରେ ୨ଟି ମ୍ୟାଚ୍ ଖେଳାଯିବ ।

ଅପରାହ୍ଣ ସାଢ଼େ ୩ଟାରେ ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ । ୧୦ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି ଗୁଜରାଟ ଟିମ୍ । ଖେଳାଳିମାନେ ପୁରା ଫର୍ମରେ ଥିବାବେଳେ ଆଜି ବିଜୟୀ ହେବାକୁ ଆଶାବାଦୀ । ସେପଟେ, ମାତ୍ର ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହେଲାଣି ଦଳ । ତେବେ ଗତ ମ୍ୟାଚରେ କମବ୍ୟାକ୍ କରିଥିବାରୁ ଆଜି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବା ଆଶା କରାଯାଉଛି ।

ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ପଏଣ୍ଟ ଟେବୁଲର ଶେଷରେ ଅଛି ଦିଲ୍ଲୀ । ୭ଟି ମ୍ୟାଚରୁ କେବଳ ୨ଟି ମ୍ୟାଚ୍ ଜିତିଛି ଟିମ୍ । ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଖେଳାଳି । ଆଉଟ୍ ଫର୍ମ ଯୋଗୁଁ ଦଳ ମ୍ୟାଚ୍ ଜିତିପାରୁନି । ଅନ୍ୟପଟେ ହାଇଦ୍ରାବାଦର ମଧ୍ୟ ସମଦଶା । ପ୍ରତି ଡିପାର୍ଟମେଣ୍ଟରେ ଖେଳାଳିମାନେ ଫେଲ୍ ମାରୁଛନ୍ତି । ମ୍ୟାଚ୍ ଜିତିବା ସେମାନଙ୍କ ପକ୍ଷେ କଷ୍ଟକର ହେଲାଣି । ଆଉଟ୍ ଅଫ୍ ଫର୍ମରେ ଚାଲିଥିବା ଦୁଇ ଟିମ୍ ମଧ୍ୟରେ ଆଜି କିଏ ବାଜି ମାରିବ ତାକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *