କମାଲ କଲେ ଆଉ ଜଣେ ଓଡିଆ, ଏଲଆଇସିର ନୂତନ ଅଧ୍ୟକ୍ଷ ହେଲେ ସିଦ୍ଧାର୍ଥ ମହାନ୍ତି

ଜାତୀୟ ସ୍ତରରେ ଆଉ ଜଣେ ଓଡିଆ କମାଲ ଦେଖାଇଛନ୍ତି । ଏଲଆସିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହଇଛନ୍ତି ସିଦ୍ଧାର୍ଥ ମହାନ୍ତି । ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଆସୁଥିଲେ । ହେଲେ ଆଜି ତାଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଆପଣ ଜାଣିଛନ୍ତି, ଦେଶର ସବୁଠୁ ବଡ ରାଷ୍ଟ୍ରାୟାତ୍ତ ବୀମା କମ୍ପାନୀ ଏଲଆଇସି ଜଣାଶୁଣା । ଆଉ ଏଭଳି ଏକ ସଂସ୍ଥାରେ ଜଣେ ଓଡିଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ନିଶ୍ଚିତି ଭାବେ ଗର୍ବର ବିଷୟ ।

ସିଦ୍ଧାର୍ଥ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ସେ ଆଇନ ଓ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ସେ ଏଲଆଇସିରେ 1985ରେ ଯୋଗ ଦେଇଥିବା ବେଳେ ତାଙ୍କୁ ୨୦୨୧ ମହିହା ଫେବୃଆରୀରେ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ଦକ୍ଷତା ଆଧାରରେ ସେ ଖୁବଶୀଘ୍ର ବଡ ପଦର ଅଧିକାରୀ ହୋଇପାରିଥିଲେ । ସେ ଏଲଆଇସିରେ ଦୀର୍ଘ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ମହାନ୍ତିଙ୍କର ମାର୍କେଟିଂ, ଏଚ୍‌ଆର, ଇନଭେଷ୍ଟମେଣ୍ଟ ଓ ଆଇନ କ୍ଷେତ୍ରରେ ବେଶ ଦବଦବା ରହିଛି । ଏଫଏସଆଇବି ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିସ କରାଯିବା ପରେ ଭାରତ ସରକାର ଏହାକୁ ସ୍ବୀକୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *