ହାର ମାନିଲା ଦିଲ୍ଲୀ ପୋଲିସ, ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଫାଇଲ୍ ହେଲା କୁସ୍ତିଯୋଦ୍ଧାଙ୍କ କେସ

ଶେଷରେ ହାର ମାନିଲା ଦିଲ୍ଲୀ ପୋଲିସ । ସୁପ୍ରିମକୋର୍ଟରୁ ଆସିଲା ନିର୍ଦ୍ଦେଶ ଆଉ ଫାଇଲ୍ ହେଲା ଏଫଆଇଆର । ଆପଣ ଜାଣିଛନ୍ତି, ଦିଲ୍ଲୀରେ ଜନ୍ତରମନ୍ତର ଠାରେ କିଛିଦିନ ହେବ ରେସଲର ମାନେ ଆନ୍ଦୋଳନରେ ବସିଛନ୍ତି । ସେମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମେଡାଲ ଜିତି ଦେଶର ସମ୍ମାନକୁ ବଢାଇଥିବା କୁସ୍ତିଯୋଦ୍ଧା ମାନେ ଏତେବଡ ଅଭିଯୋଗ କରିଥଲେ ସୁଦ୍ଧା ଏହାକୁ କେହି କର୍ଣ୍ଣପାତ କରୁନଥିଲେ । ଏପରିକି ଦିଲ୍ଲୀ ପୋଲିସ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ନେବାକୁ ମଧ୍ୟ ପଛଘୁଞ୍ଚା ଦେଉଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ନାଁରେ ୨ଟି ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌ ।

ଦୀର୍ଘ ଦିନର ଛକାପଞ୍ଝା ପରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହେଲା ମାମଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡ଼ନ ରୁଜୁ କରିଛି ଦିଲ୍ଲୀ ପୁଲିସ୍‌। କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗତକାଲି ରୁଜୁ ହୋଇଥିବା ୨ଟି ମାମଲା ମଧ୍ୟରୁ ଗୋଟିଏ ଜଣେ ନାବାଳିକା ରେସଲର କରିଥିବା ବେଳେ ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧା କରିଛନ୍ତି ।

ମାମଲାକୁ ରୁଜୁ ହେବା ପରେ ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, ପୂର୍ବରୁ ଯେଉ କମିଟି ଗଠିତ ହୋଇଥିଲା ତାର ରିପୋର୍ଟକୁ ଅପେକ୍ଷା କରିବାର ଥିଲା । ନ୍ୟାୟପାଳିକାର ନିଷ୍ପତ୍ତିକୁ ମୁଁ ସ୍ବିକାର କରୁଛି, ଯାଞ୍ଚରେ ଦିଲ୍ଲୀ ପୋଲିସକୁ ଯଥା ସମ୍ଭବ ସହାୟତା କରିବି । କାରଣ ମୁଁ ସୁପ୍ରିମକୋର୍ଟ ଉପରେ ନୁହେଁ ।

ସୋପଟେ ରେସଲର ମାନେ ଆନ୍ଦୋଳନରୁ ନଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମନେ କହିଛନ୍ତି, ଆମେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ସମ୍ମାନ କରୁଛୁ କିନ୍ତୁ, ଦିଲ୍ଲୀ ପୋଲିସ ଉପରେ ଆମର ଭରଷା ନାହିଁ । ସାଂସଦଙ୍କ ଉପରେ କୋହଳ ଦଫା ଲଗାଇ ପାରନ୍ତି । କାରଣ ବ୍ରିଜ ଭୂଷଣ ନିଜ ପଦର ଦୁରପଯୋଗ କରିବାର ଆଶଙ୍କା ରହିଛି । ସ୍ପୋର୍ଟସକୁ ବଞ୍ଚାଇବା ପାଇଁ ଆମକୁ ଏକାଠି ଲଢିବାକୁ ପଡିବ ଆଉ ବ୍ରିଜ ଭୂଷଣକୁ ସବୁ ପଦରୁ ବରଖାସ୍ତ କରି ଜେଲ୍‌ ପଠାଯିବା ଆବଶ୍ୟକ ।

କୁସ୍ତିଯୋଦ୍ଧା ମାନେ ବିରୋଧିଙ୍କ ସହାୟତା ଲୋଡିଥିବାରୁ ଆଜି ସକାଳେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଜନ୍ତରମନ୍ତର ଠାରେ ପହଞ୍ଚି ଆନ୍ଦୋଳନରତ ରେସଲରମାନଙ୍କ ସହ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *