ପାଣିରେ ଛୁଆ ହାତୀର ଖେଳିବାର ମଜା ଥିଲା ନିଆରା, ମା ସାଜିଥିଲା ସୁରକ୍ଷା କବଚ

ଅସହ୍ୟ ଗରମରେ ସାରା ଜଗତଟା ତ୍ରାହୀ ତ୍ରାହୀ ଡାକୁଛି । ମଣିଷଙ୍କ ଠାରୁ ଆରମ୍ଭ କରି ପଶୁ-ପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗରମରେ ଆଉଟପାଉଟୁ ହେଉଛନ୍ତି । ଝାଞ୍ଜିର ତାତୀରେ ସିଝିଯାଉଛି ଦେହ ଆଉ ଗୁଳୁଗୁଳିର ନିଆଁରେ ଗାଳି ହେଉଛି ଝାଳ । ଏମିତି ସ୍ଥିତିରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବାକୁ ଅତି ମନୋରମ ଲାଗୁଛି । ଗୋଟିଏ ହାତୀ ତା ଛୁଆ ସହିତ ଜଙ୍ଗଲରେ ଥିବା ଜଳାଶୟ ପାଖକୁ ଆସୁଛି ଆଉ ଭାରି ଆନନ୍ଦର ସହକାରେ ଖେଳୁଛି । ଜଙ୍ଗଲ ଭିରେ ଗରମରେ ସିଝିଯିବା ପରେ ସେମାନେ ପାଖରେ ଥିବା ଏକ ଜଳାଶୟକୁ ଆସି ଏମିତି ପାଣିର ମଜା ନଉଛନ୍ତି । ଯାହାର ଭିଡିଓ ସୁଟିଂ କରିଛନ୍ତି ସେଠାକୁ ଯାଇଥିବା ପର୍ଯ୍ୟଟକ ।

ଏହି ଘଟଣାଟି ଏପ୍ରିଲ 13, 2023 ମସିହାର ଯାହା ଶ୍ରୀଲଙ୍କାରେ ଥିବା ୟାଲା ଓ୍ବଇଲ୍ଡ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ମା-ଛୁଆ ଦୁହେଁ ଜଳାଶୟ ପାଖକୁ ଆସି ପାଣିର ଖୁବ ମଜା ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏଠାରେ ଆଉ ଦୃଶ୍ୟ ମଧ୍ୟ ଦେଖଇବାକୁ ମିଳିଛି । ଛୁଆ ହାତୀର ସୁରକ୍ଷା କବଚ ହୋଇ ମା ହାତୀଟି ପାଖେ ପାଖେ ରହିଥିଲା । ଛୋଟ ହାତୀଟିର ପାଣିରେ ଖେଳିଥିବାର ଦୃଶ୍ୟ ଦଖିଲା ଭଳି ହୋଇଥିଲା ।

Leave a Reply

Your email address will not be published. Required fields are marked *