ବିବାହ ଏକ ପବିତ୍ର ବନ୍ଧନ, ସମଲିଙ୍ଗୀ ବିବାହକୁ ନା

ବିବାହ ଏକ ପବିତ୍ର ବନ୍ଧନ । ନାରୀ ଓ ପୁରୁଷ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାର ଗଢ଼ିଥାନ୍ତି । ପରସ୍ପରକୁ ଭଲ ପାଇ ପରିବାର ଗଠନ କରିଥାନ୍ତି । ହେଲେ ଆଜିକାଲି ବିବାହ ବିବାଦ ଘେରକୁ ଆସିଛି । ଏପରିକି ମାମଲା କୋର୍ଟରେ ପହଞ୍ଚିଛି ।

ସମଲିଙ୍ଗୀ ବିବାହ ପୌରାଣିକ, ସତ୍ୟ, ଦ୍ୱାପରେ ନଥିଲା । ଏପରିକି କଳିଯୁଗ ଆରମ୍ଭରେ ବି ସମଲିଙ୍ଗୀ ବିବାହର ପ୍ରଶ୍ନ ହିଁ ନଥିଲା । ତେବେ ଆଜିକାଲି ଇଣ୍ଟରନେଟ୍ ଯୁଗ ସବୁ କିଛି ବଦଳାଇ ଦେଇଛି । ଫେସବୁକ୍, ହ୍ୱାଟସଆପ୍ ମାଧ୍ୟମରେ ପରସ୍ପର ଚାଟିଂ, ପ୍ରେମାଳପ ଦ୍ୱାରା ମନରେ ବ୍ୟାପକ ପରିବର୍ତ୍ତନ ଆସିଛି । ପୁରୁଷ ହୁଅନ୍ତି ଅବା ମହିଳା ଧୀରେ ଧୀରେ ଏହା ଲୋକଙ୍କୁ ନିକଟତର କରୁଛି । ଯାହାଦ୍ୱାରା ସେମାନେ ସବୁଦିନ ପାଇଁ ଏକାଠି ରହିବାକୁ ମନ ବଳାଉଛନ୍ତି । ସେଥିପାଇଁ ତ ସମଲିଙ୍ଗୀ ବିବାହ ପ୍ରସଙ୍ଗ ଉଠିଛି ।

ସମାଜ ବିରୋଧୀ କାର୍ଯ୍ୟ ହୋଇଥିବାରୁ ଅଧିକାଂଶ ଲୋକ ସମଲିଙ୍ଗୀ ବିବାହକୁ ନା କରୁଛନ୍ତି । ଏହାକୁ ସ୍ୱୀକୃତି କେମିତି ପ୍ରଦାନ କରାଯିବ । କେନ୍ଦୁଝର ଜିଲ୍ଲାରେ ସଚେତନ ନାଗରିକ ମହିଳାମାନେ ଏହାର ଜୋରଦାର ବିରୋଧ କରିଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *