Author: suchanatv24x7

  • ୩୦୦ ମଦୁଆ ପୋଲିସଙ୍କୁ ମିଳିବ ଭିଆରଏସ

    ୩୦୦ ମଦୁଆ ପୋଲିସଙ୍କୁ ମିଳିବ ଭିଆରଏସ

    ମଦୁଆ ପୋଲିସ ବାଲାଙ୍କୁ ନାହିଁ ନିସ୍ତାର। ଚାକିରିରୁ ଖାଇବେ ତଡା। ମଦୁଆ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଆସାମ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏମିତି ଘୋଷଣା ପରେ ଭାଳେଣି ପଡ଼ିଲାଣି। ମେ’ ୧୦ରେ ବିଜେପି ସରକାରକୁ ଆସାମରେ ୨ ବର୍ଷ ପୂରିବାକୁ ଯାଉଛି। ଏହି ଅବସରରେ ରାଜ୍ୟ ପ୍ରଶାସନ ଓ ପୋଲିସ୍‌ ଫୋର୍ସକୁ ଅଧିକ ଶାଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

    ରବିବାର ମୁଖ୍ୟମନ୍ତ୍ରୀ ମଦୁଆ ପୁଲିସ୍‌ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସମ୍ପର୍କରେ ଘୋଷଣା କରିଥିଲେ। ସେ କହିଥିଲେ କି, ୩୦୦ ପୋଲିସ କର୍ମଚାରୀ ନିୟମିତ ମଦ ପିଅନ୍ତି। ତେଣୁ ସେମାନଙ୍କ ପାଇଁ ସରକାର ଭିଆରଏସର ବ୍ୟବସ୍ଥା କରିଛନ୍ତି। ବିଶ୍ୱଶର୍ମା ଆହୁରି କହିଛନ୍ତି କି, ଏହି  ବାଧ୍ୟତାମୂଳକ ଅବସର ବ୍ୟବସ୍ଥା ରହିଛି। ହେଲେ ଏହାକୁ ଲାଗୁ କରାଯାଉ ନାହିଁ। ପ୍ରଥମଥର ପାଇଁ କଡ଼ାକଡ଼ି ଭାବେ ଲାଗୁ କରାଯିବ ଓ ଖାଲି ପଦବୀକୁ ତୁରନ୍ତ ପୂରଣ କରାଯିବ।

    ଗୁରୁବାର ବିଶ୍ୱଶର୍ମା ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିସିରେ ବୈଠକ କରିଥିଲେ। ଏହି ସମୟରେ ମଧ୍ୟ ସେ ବିଶୃଙ୍ଖଳା କରୁଥିବା ପୁଲିସ୍‌ କର୍ମଚାରୀଙ୍କୁ ବିଦା କରିବା ପାଇଁ କହିଥିଲେ। ଏଥିସହ ଫିଟନେସ ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ଅଭ୍ୟାଦସଗତ ମଦୁଆ, ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଭିଆରଏସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

  • କୁକୁରର ବିଶ୍ୱସ୍ତତାର ତୁଳନା ନାହିଁ

    କୁକୁରର ବିଶ୍ୱସ୍ତତାର ତୁଳନା ନାହିଁ

    କୁହାଯାଏ କୁକୁର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ଏହି ଉକ୍ତିକୁ ପୁଣି ଥରେ ଉଦଜିବିତ କରିଛି କୁକୁର କୁପର। ନିଜର ନୂଆ ଘରେ ସମସ୍ତଙ୍କୁ ଚକମା ଦେଇ ପୁରୁଣା ମାଲିକଙ୍କ ପାଖକୁ ଧାଇଁ ଯାଇଛି ଓ ସହିଛି ବହୁ ଯାତନା। ୨୭ ଦିନ ଧରି ନିରବଚ୍ଛିନ୍ନ ଭାବେ ୬୪ କିମି ରାସ୍ତା ଦୌଡି ଦୌଡି ଶେଷରେ ନିଜ ପୁରୁଣା ମାଲିକଙ୍କ ପାଖରେ ପହଞ୍ଚି ଚମକାଇ ଦେଇଛି ସମସ୍ତଙ୍କୁ। ଏହି ଖବର ଏବେ ସବୁ ଗଣମାଧ୍ୟମର ଶିରୋନାମା ପାଲଟିଛି।

    ରିପୋର୍ଟ ଅନୁଯାୟୀ, ଗୋଲ୍ଡେନ ରିଟ୍ରାଇଭର ବ୍ରିଡ୍‌ର କୁକୁର କୁପର। କୁପରକୁ ଉତ୍ତର ଆୟର୍ଲ୍ୟାଣ୍ଡର ଟୟାରୋନ କାଉଣ୍ଟିକୁ ତାର ନୂଆ ମାଲିକ ଆଣିଥିଲେ। କିନ୍ତୁ ସେଠାରେ ପହଞ୍ଚିବାର ମାତ୍ର କିଛି ସମୟରେ ସେ ସେଠାରୁ ଖସି ଯାଇଥିଲା। ଏପ୍ରିଲ ୧ ତାରିଖରୁ ସେ ନିଖୋଜ ଥିବା ବେଳେ ୨୭ ଦିନ ପରେ ତା ବିଷୟରେ ଖବର ମିଳିଥିଲା ଓ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। କାରଣ ଏତେ ଦିନ ଧରି ପତ୍ତା ନଥିବା କୁପର ୬୪ କିମି ଅତିକ୍ରମ କରି ପହଞ୍ଚି ଯାଇଥିଲା ତା ପୁରୁଣା ମାଲିକଙ୍କ ଘରେ।

    କୁପର ମିଳିବା ପରେ ତାକୁ ଖୋଜୁଥିବା ନିଖୋଜ ପୋଷା ପଶୁପକ୍ଷୀଙ୍କ ଚାରିଟି ‘ଲଷ୍ଟ ପାୱସ ନି’ ପକ୍ଷରୁ କୁହାଯାଇଛି ଯେ ସଂସ୍ଥା ପକ୍ଷରୁ କୁପରକୁ ଖୋଜିବା କାମ ଆରମ୍ଭ ହୋଇଥିଲା, କିନ୍ତୁ କୌଣସି ଖବର ନ ଥିଲା। ହଠାତ୍ ଏପ୍ରିଲ ୨୨ରେ କୁପର ପଡ଼ିଆ ଓ ଲୋକଙ୍କ ଘର ପାଖରେ ବୁଲୁଥିବାର ଖବର ମିଳିଥିଲା। ପାଞ୍ଚ ଦିନ ପରେ ପୁଣି ଖବର ମିଳିଲା କି, କୁପର ତା ପୁରୁଣା ମାଲିକଙ୍କ ଘର ଆଡ଼େ ଯାଉଛି। ବିଶେଷ କରି ରାତି ବେଳା ସେ ତା’ର ଯାତ୍ରା ଜୋରଦାର କରୁଥିଲା। କାରଣ ଦିନରେ ଟ୍ରାଫିକ ଅଧିକ ଥାଏ।

    ତେବେ ବିନା ଖାଦ୍ୟ, ବିଶ୍ରାମରେ ଏତେ ବାଟ ଆସିବା ପୁଣି ପୁରୁଣା ମାଲିକଙ୍କ ନିକଟରେ ପହଞ୍ଚିଛି। ତେବେ ସେ ଅସୁସ୍ଥ ହୋଇପଡିଛି। ତେବେ ଧୀରେ ଧୀରେ ସେ ସୁସ୍ଥ ହେଉଥିବା ତାର ମାଲିକ ସୂଚନା ଦିଆଯାଇଛି। ତା’କୁ ଖୋଜିବାରେ ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

  • କେନ୍ଦୁଝରରେ କାସଭି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

    କେନ୍ଦୁଝରରେ କାସଭି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

    ବିଶ୍ୱ ଶ୍ରମିକ ଦିବସ ଅବସରରେ କେନ୍ଦୁଝର କାସଭି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ରାମଚନ୍ଦ୍ରପୁର,ଉକୁଚାନେଡ଼ା, ତୁଳସୀଚଉଁରା, ହରିଡ଼ାଗୋଠ ଗାଁରୁ ପ୍ରାୟ ୬୦୦ ଜଣ ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଏହି ଅବସରରେ ସମସ୍ତଙ୍କୁ ମାଗଣା ଔଷଧ ଏବଂ ଫଳ ପ୍ରଦାନ କରାଯାଇଥିଲା ।

    ଏହି କାର୍ଯ୍ୟକ୍ରମରେ କମ୍ପାନୀ ମ୍ୟାନେଜିଂ ଡାଇରେକ୍ଟର ଇଂ.ଦେବବ୍ରତ ବେହେରାଙ୍କ ପିତା ଚନ୍ଦ୍ରଶେଖର ବେହେରା, ଡାଇରେକ୍ଟର ସୁସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଶୁଭାରମ୍ଭ କରିଥିଲେ । କମ୍ପାନୀ ସିଇଓ ଜେ.କେ.ଦେଉରା, ଡାଇରେକ୍ଟର ଶତ୍ରୁଜିତ ସାହୁ, ବିଭୋର ମହାନ୍ତି ଏବଂ ସୁବ୍ରତ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାସଭି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଜେନେରାଲ୍ ମ୍ୟାନେଜର ଦୀପକ ବିଶ୍ୱାଳ, ପର୍ସନାଲ ମ୍ୟାନେଜର ସଞ୍ଜୟ ଦାସ, ସିନିୟର ମ୍ୟାନେଜର ତାପସ ଦେଉରା, ଜ୍ଞାନରଞ୍ଜନ ପ୍ରଧାନ, ସନ୍ତୋଷୀ ସାହୁ, ନନ୍ଦନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

  • ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୋଟିଆରେ ବିରୋଧ

    ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୋଟିଆରେ ବିରୋଧ

    କୋରାପୁଟ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବିଡ଼ିକା ରାଜନଙ୍କ ଅନଧିକାର ପ୍ରବେଶ ଯୋଜନାକୁ ଜୋରଦାର ବିରୋଧ ହୋଇଛି । ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ଥିଲା । ତେବେ ସେ ଆସିବା ପୂର୍ବରୁ ହିଁ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

    ଅଧିକାଂଶ ସମୟରେ ଆନ୍ଧ୍ର ଅଧିକାରୀ, ନେତା କୋଟିଆରେ ପ୍ରବେଶ କରୁଛନ୍ତି । ସେମାନେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ପୂର୍ବରୁ ସେମାନଙ୍କ ଗସ୍ତକୁ ଅନେକଥର ବିରୋଧ କରାଯାଇଛି । ଏବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡ଼କର ବ୍ରିଜ୍‌ ନିକଟ ରାସ୍ତାରେ ମାଟି ପକାଯାଇଛି । ପୂର୍ବରୁ ଆନ୍ଧ୍ରର କିଛି କର୍ମଚାରୀ ଘର ଘର ବୁଲି ନାମ ଫଳକ ଲଗାଇଥିଲେ । ଏହାକୁ ରାଜ୍ୟ ପୋଲିସ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ବିରୋଧ କରିଥିଲା । ଏବେ ସ୍ଥିତି ଉପରେ ନଜର ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ ।…

  • ବଡ଼ବିଲରେ ଦୁର୍ବୃତ୍ତଙ୍କ ଗୁଳିରେ ଗଲା ଜଣଙ୍କ ଜୀବନ

    ବଡ଼ବିଲରେ ଦୁର୍ବୃତ୍ତଙ୍କ ଗୁଳିରେ ଗଲା ଜଣଙ୍କ ଜୀବନ

    କେନ୍ଦୁଝର ବଡ଼ବିଲରେ ଗୁଳିକାଣ୍ଡ । ଭୋରୁ ଭୋରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି ।

    ଆଜି ସକାଳ ପାଖାପାଖି ୮.୩୦ରେ ବଡ଼ବିଲ ପୌରାଞ୍ଚଳର ୬ ନମ୍ବର ୱାର୍ଡ ମୋନି ଟାୱାର ନିକଟରେ ଗୁଳି ଶବ୍ଦ ଶୁଭିଥିଲା । ଦୁର୍ବୃତ୍ତଙ୍କ ଗୁଳିରେ ବଡ଼ବିଲ ଡାକ୍ତରଖାନା ନିକଟ ଭୋଲା ସିନ୍ହା ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ମୁଣ୍ଡକୁ ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ସେଠାରେ ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର୍ ଅଛି ଦୁର୍ବୃତ୍ତ । କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

  • ସମ୍ପର୍କ ପୂର୍ବବତ୍ତ ହେବାର ସମ୍ଭାବନା ନଥିବା ସ୍ଥଳେ ଛାଡପତ୍ର ଜରୁରୀ: ସୁପ୍ରିମ କୋର୍ଟ

    ସମ୍ପର୍କ ପୂର୍ବବତ୍ତ ହେବାର ସମ୍ଭାବନା ନଥିବା ସ୍ଥଳେ ଛାଡପତ୍ର ଜରୁରୀ: ସୁପ୍ରିମ କୋର୍ଟ

    ପାରସ୍ପରିକ ବୁଝାମଣାରେ ବିବାହ ବିଚ୍ଛେଦ ଉପରେ ସୁପ୍ରିମ କୋର୍ଟ ଦେଇଛନ୍ତି ବଡ ରାୟ। ଛାଡପତ୍ରକୁ ନେଇ ଦାୟର ଯାଚିକା ଉପରେ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ କହିଛନ୍ତି କି, ଯଦି ସମ୍ବନ୍ଧ ଯୋଡିବା ସମ୍ଭବ ନ ହୁଏ, ତେବେ କୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନ୍ତର୍ଗତ ବିଶେଷ ଅଧିକାର ଜରିଆରେ ହସ୍ତକ୍ଷେପ କରିପାରିବେ। ଏଥିସହ, ପରସ୍ପର ବୁଝାମଣାରେ ଛାଡପତ୍ର ପାଇଁ ଲାଗୁଥିବା୬ ମାସ ଅପେକ୍ଷା କରିବା ନିୟମରେ ବାଧ୍ୟବାଧକତା ରହିବ ନାହିଁ। କୋର୍ଟ ଦ୍ୱାରା ଜାରି ଗାଇଡଲାଇନରେ ପ୍ରତିପୋଷଣ ଭତ୍ତା ପରି ଅନ୍ୟ ପ୍ରସଙ୍ଗର ମଧ୍ୟ ଉଲ୍ଳେଖ କରାଯାଇଛି।

     କୋର୍ଟ କହିଛନ୍ତି, ପତି ପତ୍ନୀ ଭିତରେ ଯେତେବେଳେ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡି ଯାଏ ଓ ଆଉ ପୂର୍ବପରି ହେବାର ସମ୍ଭାବନା ନ ରହେ,  ସେପରି ସ୍ଥିତିରେ ବିଚ୍ଛେଦ କରିବା ସମ୍ଭବ। ଏହା ସାର୍ବଜନୀନ ନୀତିର ବିଶେଷତା ବା ମୌଳିକ ସିଦ୍ଧାନ୍ତର ଉଲ୍ଲଙ୍ଘନ କରୁନାହିଁ। ଏପରି କ୍ଷେତ୍ରରେ ପୂର୍ଣ୍ଣ ନ୍ୟାୟ କରିବାକୁ ଛାଡପତ୍ର ଦେଇ ପାରିବେ ଓ ସମ୍ବିଧନାର ଧାରା ୧୪୨ ଅନ୍ତର୍ଗତ ବିଶେଷ କ୍ଷମତାର ପ୍ରୟୋଗ ମଧ୍ୟ କରି ପାରିବେ। କିନ୍ତୁ ଏହି ଧାରାର ପ୍ରୟୋଗ ବେଳେ ବିଶେଷ ସଞ୍ଜମତା ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି କୋର୍ଟ। ଏହା ଉପରେ କୋର୍ଟ ରାୟ ଦେଇଛନ୍ତି କି, ଏପରି ସ୍ଥିତିରେ ପତି ପତ୍ନୀଙ୍କୁ ଫାମିଲି କୋର୍ଟକୁ ଯିବାକୁ ଦିଆଯିବ ନାହିଁ, ଯେଉଁଠାରେ ସେମାନଙ୍କୁ ୬ରୁ ୧୮ ମାସ ଅପେକ୍ଷା କରିବାକୁ ହୋଇଥାଏ।

    ନିଷ୍ପତ୍ତି ଶୁଣାଉଥିବା ସମ୍ବିଧାନିକ ପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୟ ଖନ୍ନା, ଏ ଏସ ଓକା, ବିକ୍ରମ ନାଥ, ଜେକେ ମାହେଶ୍ବରୀ  ସାମିଲ ଥିଲେ। ସମ୍ବିଧାନିକ ପୀଠ ନିକଟକୁ ପଠା ଯାଇଥିବା ମାମଲାରେ ମୁଦ୍ଦା ଥିଲା କି, କଣ ହିନ୍ଦୁ ବିବାହ ଅଧିନିୟମର ଧାରା ୧୩-ବି ଅନୁଯାୟୀ ପରସ୍ପର ବୁଝାମଣାରେ ଛାଡପତ୍ର ପାଇଁ ଥିବା ଅପେକ୍ଷା ଅବଧିକୁ ଶେଷ କରାଯାଇପାରିବ?

    ଏହି ମାମଲାରେ୨0୨୨ ସେପ୍ଟମ୍ବରରେ ଖଣ୍ଡପୀଠ ନିଜ ରାୟ ସଂରକ୍ଷିତ ରଖିଥିଲେ। ସେତେବେଳେ କୋର୍ଟ କହିଥିଲେ, ସାମାଜିକ ପରିବର୍ତ୍ତନରେ କିଛି ସମୟ ଲାଗିଥାଏ ଓ  କେବେ କେବେ ଆଇନ ଆଣିବା ସହଜ ହୋଇଥାଏ। କିନ୍ତୁ ସମାଜକୁ ଏଥି ସହ ରାଜି କରିବା କଷ୍ଟକର ହୋଇଥାଏ। କୋର୍ଟ ଶୁଣାଣି ସମୟରେ ପରିବାରର ଭୂମିକାକୁ ମଧ୍ୟ ସ୍ୱୀକାର କରିଥିଲେ।

  • ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା, ଯେଉଁଥିରେ ISIS ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ ନିହତ

    ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା, ଯେଉଁଥିରେ ISIS ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ ନିହତ

    ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା । ଯେଉଁଥିରେ ନିପାତ ହୋଇଛି ଆଇଏସଆଇଏସର ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ । ତୁର୍କୀ ରାଷ୍ଟ୍ରପତି ଏଦ୍ରୋଗାନ ସୂଚନା ଦେଇ କହିଛନ୍ତି, ଅବୁ ହୁସେନ ଉପରେ କୁର୍କୀର ଗୁଇନ୍ଦା ବିଭାଗ ଦୀର୍ଘ ଦିନ ଧରି ନଜର ରଖିଆସୁଥିଲା । ସୁଯୋଗ ମିଳିବା ମାତ୍ରେ ସ୍ପେଶାଲ ଅପରେସନ କରାଯାଇଥିଲା, ଯେଉଁଥିରେ ହୁସେନର ମୃତ୍ୟୁ ହୋଇଛି ।

    ଉତ୍ତର ସିରିଆର ଜନ୍ଦାରୀ ସହରରେ ଅପରେସନ ହୋଇଥିଲା, ଯେଉଁଠି ତୁର୍କୀ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀର ପ୍ରଭାବ ରହିଛି । ଶନିବାର ଓ ରବିବାରର ରାତିରେ ଅବୁ ହୁସେନକୁ ମାରିବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ଏହାପରେ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ । ମଝିରେ ମଝିରେ ଜୋରଦାର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ତୁର୍କୀ ସେନା ସିରଆର ଜନ୍ଦାରୀ ସହରର ପୂରା ଅଞ୍ଚଳକୁ ଘେରି ଯାଇଥିଲେ । ଶେଷରେ ଏହି ମିଶନରେ ସେମାନେ ସଫଳ ହୋଇଥିଲେ ।

    ଏଠାରେ ଜଣାଇ ଦେଉଛୁ, ଅବୁ ହୁସେନ ଗତ ନଭେମ୍ବର ମାସରେ ଆଇଏସଆଇଏସର ଦାୟିତ୍ବ ନେଇଥିଲେ । ଦାୟିତ୍ୱ ନେବାର ମାତ୍ର ୬ ମାସ ଭିତରେ ତାକୁ ନିପାତ କରିଛ ତୁର୍କୀ ସେନା । ଆଉ ଏହାକୁ ନେଇ ତୁର୍କୀରେ ସେଲିବ୍ରେସନ ଚାଲିଛି ।

  • ୫ ହଜାର ତଳକୁ ଖସିଲା ପଜିଟିଭ୍, ୧୪ ଜଣଙ୍କ ଜୀବନ ନେଲା କୋରୋନା

    ୫ ହଜାର ତଳକୁ ଖସିଲା ପଜିଟିଭ୍, ୧୪ ଜଣଙ୍କ ଜୀବନ ନେଲା କୋରୋନା

    ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି ମାନେ ୫,୦୦୦ ତଳକୁ ଖସି ଆସିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ତଳକୁ ଖସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୪ ଘଣ୍ଟାରେ ୪,୨୮୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

    ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୯,୪୯,୬୭୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ‌ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୫୪୭କୁ ବୃଦ୍ଧି ପାଇଛି ।

    ଦେଶରେ ମୋଟ ସୁସ୍ଥ ହୋଇଛନ୍ତି ୪,୪୩,୭୦,୮୭୮ । ଦେଶରେ ସୁସ୍ଥତା ହାର ୯୮.୭୧% ରହିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୨୪୬କୁ ହ୍ରାସ ପାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।