ସମ୍ପର୍କ ପୂର୍ବବତ୍ତ ହେବାର ସମ୍ଭାବନା ନଥିବା ସ୍ଥଳେ ଛାଡପତ୍ର ଜରୁରୀ: ସୁପ୍ରିମ କୋର୍ଟ

ପାରସ୍ପରିକ ବୁଝାମଣାରେ ବିବାହ ବିଚ୍ଛେଦ ଉପରେ ସୁପ୍ରିମ କୋର୍ଟ ଦେଇଛନ୍ତି ବଡ ରାୟ। ଛାଡପତ୍ରକୁ ନେଇ ଦାୟର ଯାଚିକା ଉପରେ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ କହିଛନ୍ତି କି, ଯଦି ସମ୍ବନ୍ଧ ଯୋଡିବା ସମ୍ଭବ ନ ହୁଏ, ତେବେ କୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନ୍ତର୍ଗତ ବିଶେଷ ଅଧିକାର ଜରିଆରେ ହସ୍ତକ୍ଷେପ କରିପାରିବେ। ଏଥିସହ, ପରସ୍ପର ବୁଝାମଣାରେ ଛାଡପତ୍ର ପାଇଁ ଲାଗୁଥିବା୬ ମାସ ଅପେକ୍ଷା କରିବା ନିୟମରେ ବାଧ୍ୟବାଧକତା ରହିବ ନାହିଁ। କୋର୍ଟ ଦ୍ୱାରା ଜାରି ଗାଇଡଲାଇନରେ ପ୍ରତିପୋଷଣ ଭତ୍ତା ପରି ଅନ୍ୟ ପ୍ରସଙ୍ଗର ମଧ୍ୟ ଉଲ୍ଳେଖ କରାଯାଇଛି।

 କୋର୍ଟ କହିଛନ୍ତି, ପତି ପତ୍ନୀ ଭିତରେ ଯେତେବେଳେ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡି ଯାଏ ଓ ଆଉ ପୂର୍ବପରି ହେବାର ସମ୍ଭାବନା ନ ରହେ,  ସେପରି ସ୍ଥିତିରେ ବିଚ୍ଛେଦ କରିବା ସମ୍ଭବ। ଏହା ସାର୍ବଜନୀନ ନୀତିର ବିଶେଷତା ବା ମୌଳିକ ସିଦ୍ଧାନ୍ତର ଉଲ୍ଲଙ୍ଘନ କରୁନାହିଁ। ଏପରି କ୍ଷେତ୍ରରେ ପୂର୍ଣ୍ଣ ନ୍ୟାୟ କରିବାକୁ ଛାଡପତ୍ର ଦେଇ ପାରିବେ ଓ ସମ୍ବିଧନାର ଧାରା ୧୪୨ ଅନ୍ତର୍ଗତ ବିଶେଷ କ୍ଷମତାର ପ୍ରୟୋଗ ମଧ୍ୟ କରି ପାରିବେ। କିନ୍ତୁ ଏହି ଧାରାର ପ୍ରୟୋଗ ବେଳେ ବିଶେଷ ସଞ୍ଜମତା ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି କୋର୍ଟ। ଏହା ଉପରେ କୋର୍ଟ ରାୟ ଦେଇଛନ୍ତି କି, ଏପରି ସ୍ଥିତିରେ ପତି ପତ୍ନୀଙ୍କୁ ଫାମିଲି କୋର୍ଟକୁ ଯିବାକୁ ଦିଆଯିବ ନାହିଁ, ଯେଉଁଠାରେ ସେମାନଙ୍କୁ ୬ରୁ ୧୮ ମାସ ଅପେକ୍ଷା କରିବାକୁ ହୋଇଥାଏ।

ନିଷ୍ପତ୍ତି ଶୁଣାଉଥିବା ସମ୍ବିଧାନିକ ପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୟ ଖନ୍ନା, ଏ ଏସ ଓକା, ବିକ୍ରମ ନାଥ, ଜେକେ ମାହେଶ୍ବରୀ  ସାମିଲ ଥିଲେ। ସମ୍ବିଧାନିକ ପୀଠ ନିକଟକୁ ପଠା ଯାଇଥିବା ମାମଲାରେ ମୁଦ୍ଦା ଥିଲା କି, କଣ ହିନ୍ଦୁ ବିବାହ ଅଧିନିୟମର ଧାରା ୧୩-ବି ଅନୁଯାୟୀ ପରସ୍ପର ବୁଝାମଣାରେ ଛାଡପତ୍ର ପାଇଁ ଥିବା ଅପେକ୍ଷା ଅବଧିକୁ ଶେଷ କରାଯାଇପାରିବ?

ଏହି ମାମଲାରେ୨0୨୨ ସେପ୍ଟମ୍ବରରେ ଖଣ୍ଡପୀଠ ନିଜ ରାୟ ସଂରକ୍ଷିତ ରଖିଥିଲେ। ସେତେବେଳେ କୋର୍ଟ କହିଥିଲେ, ସାମାଜିକ ପରିବର୍ତ୍ତନରେ କିଛି ସମୟ ଲାଗିଥାଏ ଓ  କେବେ କେବେ ଆଇନ ଆଣିବା ସହଜ ହୋଇଥାଏ। କିନ୍ତୁ ସମାଜକୁ ଏଥି ସହ ରାଜି କରିବା କଷ୍ଟକର ହୋଇଥାଏ। କୋର୍ଟ ଶୁଣାଣି ସମୟରେ ପରିବାରର ଭୂମିକାକୁ ମଧ୍ୟ ସ୍ୱୀକାର କରିଥିଲେ।

Leave a Reply

Your email address will not be published. Required fields are marked *