ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା, ଯେଉଁଥିରେ ISIS ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ ନିହତ

ସିରିଆ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଛି ତୁର୍କୀ ସେନା । ଯେଉଁଥିରେ ନିପାତ ହୋଇଛି ଆଇଏସଆଇଏସର ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ । ତୁର୍କୀ ରାଷ୍ଟ୍ରପତି ଏଦ୍ରୋଗାନ ସୂଚନା ଦେଇ କହିଛନ୍ତି, ଅବୁ ହୁସେନ ଉପରେ କୁର୍କୀର ଗୁଇନ୍ଦା ବିଭାଗ ଦୀର୍ଘ ଦିନ ଧରି ନଜର ରଖିଆସୁଥିଲା । ସୁଯୋଗ ମିଳିବା ମାତ୍ରେ ସ୍ପେଶାଲ ଅପରେସନ କରାଯାଇଥିଲା, ଯେଉଁଥିରେ ହୁସେନର ମୃତ୍ୟୁ ହୋଇଛି ।

ଉତ୍ତର ସିରିଆର ଜନ୍ଦାରୀ ସହରରେ ଅପରେସନ ହୋଇଥିଲା, ଯେଉଁଠି ତୁର୍କୀ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀର ପ୍ରଭାବ ରହିଛି । ଶନିବାର ଓ ରବିବାରର ରାତିରେ ଅବୁ ହୁସେନକୁ ମାରିବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ଏହାପରେ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ । ମଝିରେ ମଝିରେ ଜୋରଦାର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ତୁର୍କୀ ସେନା ସିରଆର ଜନ୍ଦାରୀ ସହରର ପୂରା ଅଞ୍ଚଳକୁ ଘେରି ଯାଇଥିଲେ । ଶେଷରେ ଏହି ମିଶନରେ ସେମାନେ ସଫଳ ହୋଇଥିଲେ ।

ଏଠାରେ ଜଣାଇ ଦେଉଛୁ, ଅବୁ ହୁସେନ ଗତ ନଭେମ୍ବର ମାସରେ ଆଇଏସଆଇଏସର ଦାୟିତ୍ବ ନେଇଥିଲେ । ଦାୟିତ୍ୱ ନେବାର ମାତ୍ର ୬ ମାସ ଭିତରେ ତାକୁ ନିପାତ କରିଛ ତୁର୍କୀ ସେନା । ଆଉ ଏହାକୁ ନେଇ ତୁର୍କୀରେ ସେଲିବ୍ରେସନ ଚାଲିଛି ।

Leave a Reply

Your email address will not be published. Required fields are marked *