୫ ହଜାର ତଳକୁ ଖସିଲା ପଜିଟିଭ୍, ୧୪ ଜଣଙ୍କ ଜୀବନ ନେଲା କୋରୋନା

ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି ମାନେ ୫,୦୦୦ ତଳକୁ ଖସି ଆସିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ତଳକୁ ଖସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୪ ଘଣ୍ଟାରେ ୪,୨୮୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୯,୪୯,୬୭୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ‌ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୫୪୭କୁ ବୃଦ୍ଧି ପାଇଛି ।

ଦେଶରେ ମୋଟ ସୁସ୍ଥ ହୋଇଛନ୍ତି ୪,୪୩,୭୦,୮୭୮ । ଦେଶରେ ସୁସ୍ଥତା ହାର ୯୮.୭୧% ରହିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୨୪୬କୁ ହ୍ରାସ ପାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Leave a Reply

Your email address will not be published. Required fields are marked *