ଅର୍ଚ୍ଚନା ନାଗ ନିର୍ଦ୍ଦୋଷ, ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣପତ୍ର ନାହିଁ: ଓକିଲ

ଅର୍ଚ୍ଚନା ନାଗ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଠୋସ୍ କିଛି ପ୍ରମାଣପତ୍ର ନାହିଁ । ତେଣୁ ED ତାଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇପାରିବ ନାହିଁ । ଏଭଳି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ । EDକୁ ସବୁ ପ୍ରକାର ସହଯୋଗ କରାଯାଉଛି କିନ୍ତୁ ଅର୍ଚ୍ଚନାଙ୍କ ବିରୁଦ୍ଧରେ ED କୌଣସି ପ୍ରମାଣପତ୍ର ଯୋଗାଡ଼ କରିପାରିନି ।

ବହୁ ଚର୍ଚ୍ଚିତ ବ୍ଲାକମେଲିଙ୍ଗ ଘଟଣାରେ ଅର୍ଚ୍ଚନା ମୁଖ୍ୟ ଅଭିଯୁକ୍ତ ବୋଲି ଇଡି ଦାବି କରି ଆସୁଛି । ପୂର୍ବରୁ ୨୨୪୧ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଏବଂ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଚାର୍ଜସିଟ ପ୍ରସ୍ତୁତ କରିସାରିଛି । ଏଥିସହ ପୂର୍ବରୁ କମିଶନରେଟ ପୋଲିସ ନିକଟରେ ହୋଇଥିବା ମାମଲା ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବୟାନ ଆଧାରରେ ପ୍ରସ୍ତୁତ ହୋଇଥିବା ୫୦୧ ପୃଷ୍ଠାର ଚାର୍ଜସିଟକୁ କମିଶନରେଟ ପୋଲିସ ଜେଏମଏଫସି କୋର୍ଟରେ ପୂର୍ବରୁ ଦାଖଲ କରିସାରିଥିଲା । ଉକ୍ତ ଚାର୍ଜସିଟରେ ଅର୍ଚ୍ଚନାଙ୍କ ବିରୁଦ୍ଧରେ ଅନେକ ତଥ୍ୟ ପ୍ରମାଣ ରହିଥିବା ଦାବି କରିଥିଲା ED । ଅଡିଓ ଭିଡିଓ ରେକର୍ଡ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା ।

ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଆଲିସାନ ବଙ୍ଗଳାରେ ତନାଘନା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘରଟିର ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ । ଅର୍ଥ ହେରଫେର, ବ୍ଲାକମେଲିଂ ପରି ଅନେକ ଅଭିଯୋଗ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନାଁରେ ରହିଛି । ଅର୍ଚ୍ଚନାଙ୍କ ସହ ଅନେକ ନେତା, ଅଧିକାରୀଙ୍କ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ଧରିଛି ।

Leave a Reply

Your email address will not be published. Required fields are marked *