ସେବାଶ୍ରମ ଛାତ୍ରୀଙ୍କ ସହ ଖାଇଲେ ବୌଦ୍ଧ ଜିଲ୍ଲାପାଳ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ଏଇ ଯେପରି ସ୍କୁଲ ରୂପାନ୍ତରୀକରଣ, ଛାତ୍ରବୃତ୍ତି ପ୍ରଦାନ, ମଧ୍ୟାହ୍ନ ଭୋଜନ ଭଳି କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । ପାଠପଢ଼ା କ୍ଷେତ୍ରରେ ପିଲାଙ୍କୁ ସବୁ ପ୍ରକାର ସୁବିଧାସୁଯୋଗ ପ୍ରଦାନ ପାଇଁ ସରକାର ସର୍ବଦା ଉଦ୍ୟମ କରିଥାନ୍ତି । ବେଳେବେଳେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ ଯାହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଏ । ଏବେ ଏମିତି କିଛି ଭିଜୁଆଲ୍ ଆସିଛି ଯାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ । ହରଭଙ୍ଗା ବ୍ଲକ୍ ବଡ଼ବନ୍ଧ ସେବାଶ୍ରମକୁ ଯାଇଥିଲେ । ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଙ୍କ ସହ ଗସ୍ତ କରିଥିଲେ । ଜିଲ୍ଲାପାଳ ଆସୁଛନ୍ତି ତେଣୁ ଖାଇବାର ବନ୍ଦୋବସ୍ତ କରାଯାଇଥିଲା । ସେବାଶ୍ରମରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା । ଅଧିକାରୀମାନଙ୍କ ପାଇଁ ବିଭିନ୍ନ ଆଇଟମ୍ ଖାଇବା ପରଷିଥିଲେ ସେବାଶ୍ରମ ଷ୍ଟାଫ୍ । ଆଜ୍ଞା, ଜାଣନ୍ତି ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀଙ୍କ ସହ ଲାଇନରେ ବସିଥିଲେ ଛାତ୍ରୀ । ଖାଇବାର ଏଭଳି ଭିଜୁଆଲ୍ ଏବେ ଭାଇରାଲ୍ ହେଉଛି । ଛାତ୍ରୀମାନଙ୍କ ପ୍ଲେଟରେ ବିଭିନ୍ନ ପ୍ରକାର ଆଇଟମ୍ ଥିଲା । ଏହାକୁ ଖାଇ ସମସ୍ତେ ଖୁସ୍ ।

ତେବେ, ଏଭଳି ଖାଦ୍ୟ ପରଷାକୁ ନେଇ କୁଆଡ଼େ ପ୍ରଶ୍ନ ଉଠିଛି । ଜିଲ୍ଲାପାଳଙ୍କ ଗସ୍ତ ପାଇଁ ଏଭଳି ଖାଇବା ପ୍ରସ୍ତୁତ କରାଯାଇଥିଲା ନା ପ୍ରତିଦିନ ଏମିତି ଖାଇବା ମିଳେ ।

Leave a Reply

Your email address will not be published. Required fields are marked *