ଗାଁରେ ହାତୀ ବୁଲୁଥିବାରୁ ଲୋକେ ଭୟଭୀତ, ଘଉଡ଼ାଇବା ପାଇଁ ଦାବି

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ହାତୀ ଆତଙ୍କ । ଶୋଷ କାନପୁର ଅଞ୍ଚଳରେ ଲୋକେ ଭୟଭୀତ । ବିଶେଷକରି ଖରାଦିନରେ ଆମ୍ବ, ପଣସ ପାଚିବା ସମୟରେ ହାତୀଙ୍କ ଯାଆସ ଲାଗି ରହିଥାଏ । ଗତ କିଛି ବର୍ଷ ହେଲା ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ଶୋଷ,ବାଘୁଆ ଅଞ୍ଚଳ ଆସୁଛନ୍ତି ହାତୀପଲ । ଏଠାରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏପରି କି ଦୁଇ ବର୍ଷ ହେଲା ଅନେକ ଲୋକଙ୍କୁ ଆକ୍ରମଣ କରିବା ସହ ଫସଲ ନଷ୍ଟ କରୁଛନ୍ତି ।

ଏବେ କିଛି ଦିନ ହେଲା ଗୋଟେ ଦନ୍ତା ହାତୀ ଶୋଷ, ବାଘୁଆ, ବିଦ୍ୟାଧରପୁର ଅଞ୍ଚଳରେ ଚଳପ୍ରଚଳ କରୁଛି । ଦିନରେ ଆମ୍ବ, ପଣସ ତୋଟାରେ ଶୋଉଥିବା ବେଳେ ରାତିରେ ବିଭିନ୍ନ ସ୍ଥାନ ବୁଲାବୁଲି କରୁଛନ୍ତି । ଅଞ୍ଚଳରେ ଫସଲ ନଷ୍ଟ ମଧ୍ୟ କରୁଛନ୍ତି । ଗତକାଲି ଦିନ ଦ୍ୱିପ୍ରହରେ ବାଘୁଆ ଗାଁରେ ହାତୀ ପଶି ଥିବାବେଳେ ଲୋକେ ଭୟଭୀତ ହୋଇଥିଲେ । ଲୋକମାନେ ବାହାରକୁ ବାହାରି ପାରୁନାହାଁନ୍ତି । ତେଣୁ ବନ ବିଭାଗ ତୁରନ୍ତ ହାତୀକୁ ଘଉଡ଼ାଇବା ଲାଗି ପଦକ୍ଷେପ ନେବାକୁ ଗାଁ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *