ସେନାର ହସ୍ତକ୍ଷେପ ପରେ ମଣିପୁରରେ ଫେରୁଛି ଶାନ୍ତି

ମଣିପୁର ହିଂସା ଧିରେ ଧିରେ କମିବାରେ ଲାଗିଛି । ଆଦିବାସୀଙ୍କ ଆନ୍ଦୋଳନ ପାଇଁ ସୃଷ୍ଟି ହୋଇଥିବା ହିଂସା ଏବେ ଶିଥିଳ ହେବାରେ ଲାଗଛି । ହିଂସା ଉଗ୍ର ରୂପ ନେବା ପରେ ସ୍ଥଳସେନ, ବାୟୁସେନା ଓ ଆସାମ ରାଇଫଲ୍ସକୁ ସେଠାରେ ମୁତୟନ କରାଯାଇଥିଲା । ମଣିପୁରର ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉଭୟ ସେନାଙ୍କ ମିଳିତ ପ୍ରୟାସରେ ଗତ ୪୮ ଘଣ୍ଟାର ଚେଷ୍ଟା ପରେ ମଣିପୁରରେ ଆଇନ ବ୍ୟବସ୍ଥା ସୁଧୁରିଛି । ଅଳ୍ପ କେତେକ ଅଞ୍ଚଳରୁ ଲୋକଙ୍କୁ ସୁକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ମେ ୩ ଓ ୪ ତାରିଖରେ ମଣିପୁରରେ ହୋଇଥିବା ହିଂସା ଯୋଗୁଁ ପରିସ୍ଥିତି ଗମ୍ଭୀର ହେବାରୁ ସେନା ଓ ଆସାମ ରାଇଫଲ୍ସର ସହାୟତା ଲୋଡିଥିଲେ ମଣିପୁର ସରକାର । ଏହାପରେ ଚୁରାଚାନ୍ଦୁପା, କେପିଆଇ, ମୋରେହ ଓ କାକିଙ୍ଗ ଆଦି ଜିଲ୍ଲାରେ ଧିରେ ଧିରେ ଶାନ୍ତି ଫେରିଛି । ଅନେକ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଅଞ୍ଚଳରୁ ପାଖାପାଖି ୧୩,୦୦୦ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *