KarnatakaViralAudioClip: ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଲା କଂଗ୍ରେସ

ପାଖେଇ ଆସୁଛି କର୍ଣ୍ଣାଟଟକ ନିର୍ବାଚନ । ମେ 10 ତାରିଖରେ ମତଦାନ ଥିବା ବେଳେ 13 ତାରିଖ ଦିନ ଭୋଟ ଗଣତି । ତେଣୁ, ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ସବୁ ରାଜନୈତିକ ଦଳ ଭିତରେ ଉଗ୍ରତା ଦେଖିବାକୁ ମିଳୁଛି । ନେତାଙ୍କ ବଚଚନରେ କୌଣସି ପ୍ରତିବନ୍ଧକ ନଥିଲା ପରି ମନେ ହେଉଛି । ଏହାରି ଭିତରେ କଂଗ୍ରେସ, ବିଜେପି ବିରୁଦ୍ଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛି । ଦଳ କହିଛି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ପରିବାରକୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି । ବିଜେପି ନେତାମାନେ ଏହି ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ।

କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ବିଜେପି ନେତା ମାନେ ଷଡଯନ୍ତ୍ର କରୁଛନ୍ତି । ଚିତ୍ତାପୁରରୁ ବିଜେପି ପ୍ରାର୍ଥୀଙ୍କ ରେକର୍ଡିଂରୁ ଏହା ସ୍ପଷ୍ଟ ହୋଇଛି, ଯିଏ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ମଧ୍ୟ ପ୍ରିୟ । ସୁରଜେୱାଲା କହିଛନ୍ତି, ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ଏବଂ ବର୍ତ୍ତମାନ ବିରୋଧୀଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ମଧ୍ୟ ସାମ୍ନାକୁ ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକରେ ସମ୍ବିଧାନକୁ ପରିହାସ କରୁଛନ୍ତି। ବିଜେପି ଏତେ ତଳକୁ ଖସିଯାଇଛି ଯେ, ମଲ୍ଲିକାର୍ଜୁନ ଖଡଗେଙ୍କୁ ହତ୍ୟା କରିବାକୁ ଚାହୁଁଛି । କର୍ଣ୍ଣାଟକର ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତେଣୁ ସେମାନେ ବିଚଳିତ ହେଉଛନ୍ତି ବୋଲି ସୁରଜେୱାଲା କହିଛନ୍ତି।

ସୁରଜେୱାଲା ଆହୁରି କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ବିଜେପି ଜାଣିସାରିଲାଣି ଯେ ତାଙ୍କ ବିରୋଧରେ ମାହୋଲ ରହିଛି । ତେଣୁ ବର୍ତ୍ତମାନ ସେମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି । ସେ ଏକ ଅଡିଓ କ୍ଲିପ୍ ମଧ୍ୟ ଶୁଣାଇଛନ୍ତି, ଯାହା ଚିତ୍ତାପୁରର ବିଜେପି ପ୍ରାର୍ଥୀଙ୍କ ସ୍ୱର ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *