ସଂସଦ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

PARLIAMENT ADJOURNED

ପାର୍ଲିଆମେଣ୍ଟର ବଜେଟ ଅଧିବେଶନ ଗୁରୁବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଜାରି ହଙ୍ଗାମା ଭିତରେ ସ୍ୱାଭାବିକ ହୋଇପାରି ନଥିଲା ସଂସଦ । ବିରୋଧୀ ଆଦାନୀ ପ୍ରସଙ୍ଗରେ ସରକାରକୁ ଘେରିଥିବା ବେଳେ ଶାସକ ଦଳ ରାହୁଲ ଗାନ୍ଧିଙ୍କ ୟୁକେ ପ୍ରସଙ୍ଗକୁ ନେଇ ତମ୍ବିତୁଫାନ କରିଥିଲା । ଗୁରୁବାର ଆରମ୍ଭରୁ ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଂସଦକୁ କଳା ପୋଷାକ ପିନ୍ଧି ଆସିବା ସହ ଜେପିସି ତଦନ୍ତ ଦାବିରେ ଅଡି ବସିଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଚାଲି ପାରିନଥିଲା ଗୃହ । ଏହାକୁ ନେଇ ଲୋକସଭା ବାଚସ୍ପତି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଥିଲେ କି,ଲୋକସଭାର 11ତମ ଅଧିବେଶନ 31 ଜାନୁଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ ପ୍ରାୟ 45 ଘଣ୍ଟା 55 ମିନିଟ୍ କାମ ହୋଇଥିଲା ଯେଉଁଥିରେ 14 ଘଣ୍ଟା 45 ମିନିଟ୍ ଚର୍ଚ୍ଚା ହୋଇଥିଲା । ଅଧିବେଶନରେ 29 ତାରକା ପ୍ରଶ୍ନର ଉତ୍ତର ଦିଆଯାଇଥିବା ବେଳେ 133 ଲୋକ ମହତ୍ୱପୂର୍ଣ୍ଣ ମୁଦ୍ଦା ଉଠାଯାଇଥିଲା । ..

ସେହିପରି, ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ରହିଥିଲା । ତେଣୁ ଗୁରୁବାର 2ଟାରେ ଗୃହକୁ ସ୍ଥଗିତ ଘୋଷଣା କରାଗଲା । ଏହାପରେ ମଧ୍ୟ ଗୃହ ଚାଲିପାରି ନ ଥିଲା । ତେଣୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ସ୍ଥଗିତ ଘୋଷଣା କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ।

Leave a Reply

Your email address will not be published. Required fields are marked *