ମନୋରଞ୍ଜନ ଓ ରାଜନୀତିର ହେବ ମିଳନ

ବଲିଉଡରୁ ବଡ ଖୁଲାସା। ରାଜନେତା ଓ ଅଭିନେତ୍ରୀଙ୍କ ହେବ ମିଳନ। କ୍ୟୁଟ ଗାର୍ଲ ପରିଣୀତି ଚୋପ୍ରା ଓ ଆପ୍‌ ସାଂସଦ ରାଘବ ଚଡ୍ଡା ବିବାହ କରିବେ। କଣ୍ଠଶିଳ୍ପୀ ତଥା ଅଭିନେତା ହାର୍ଡି ସାନ୍ଧୁ ଏହି ବଡ଼ ଖବର ଦେଇଛନ୍ତି।

ରାଘବ ଓ ପରିଣୀତିଙ୍କ ଡେଟିଂକୁ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବାକୁ ମିଳୁଛି। ଏହାରି ଭିତରେ ହାର୍ଡି ସାନ୍ଧୁ କରିଛନ୍ତି ବଡ଼ ଖୁଲାସା। ସାନ୍ଧୁଙ୍କ କଥାକୁ ଏଥିପାଇଁ ସତ ଗଣାଯାଉଛି, କାହିଁକି ନା, ଏହାପୂର୍ବରୁ ଆପ୍‌ ସାଂସଦ ସଞ୍ଜୀବ ଅରୋରା ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଯାହାକୁ ନେଇ ଉଭୟଙ୍କ ନିର୍ବନ୍ଧ ସାରିଥିବା ଚର୍ଚ୍ଚା ହୋଇଥିଲା । ହେଲେ ପରିଣୀତି ଓ ରାଘବ ସମସ୍ତ ଘଟଣାରେ ନିରବତା ରକ୍ଷା କରି ଆସୁଛନ୍ତି । ଅଭିନେତା ହାର୍ଡି ସାନ୍ଧୁ କହିଛନ୍ତି କି, “ମୁଁ ବହୁତ ଖୁସି ଯେ ରାଘବ ଓ ପରିଣୀତିଙ୍କ ବିବାହ ହେଉଛି। ମୁଁ ତା ପରିଣୀତିଙ୍କୁ ଶୁଭେଚ୍ଛା ଜଣାଇଛି।”

ପରିଣୀତି ଓ ସାନ୍ଧୁ “କୋଡ ନେମ:ତ୍ରିରଙ୍ଗା”ରେ କାମ କରୁଥିଲେ। ଶୁଟିଂ ସେଟରେ ପରିଣୀତି ଓ ସେ ବିବାହକୁ ନେଇ ଆଲୋଚନା କରୁଥିଲେ। ପରିଣୀତି କହିଥିଲେ ଯେ ଠିକ ଜୀବନ ସାଥୀ ମିଳିଲେ ହିଁ ସେ ବିବାହ କରିବେ। ଏବେ ତାଙ୍କୁ ତାଙ୍କ ସ୍ୱପ୍ନର ସାଥୀ ମିଳିଯାଇଛି। ସାନ୍ଧୁ ଆହୁରି କହିଛନ୍ତି କି, ସେ ଫୋନ୍ କରି ପରିଣୀତିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଗତ ମାସରେ ରାଘବ ଓ ପରିଣୀତିଙ୍କୁ ମୁମ୍ବାଇରେ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *