Month: May 2023

  • ‘ମୁଁ ବାପା ହେବାକୁ ଚାହେଁ’ କହି ପୁଣି ଚର୍ଚ୍ଚାକୁ ଆସିଲେ ଦୌଡ଼ରାଣୀ

    ‘ମୁଁ ବାପା ହେବାକୁ ଚାହେଁ’ କହି ପୁଣି ଚର୍ଚ୍ଚାକୁ ଆସିଲେ ଦୌଡ଼ରାଣୀ

    ପୁଣି ଥରେ ଚର୍ଚ୍ଚାରେ ଦୌଡ଼ରାଣୀ ଦୂତି ଚାନ୍ଦ । ସେ ବାପା ହେବାକୁ ଚାହୁଁଥିବା କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏକ ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଦୂତି । ସେ କହିଛନ୍ତି ବିବାହ ପରେ ଆମେ ସ୍ୱାମୀ ଓ ସ୍ତ୍ରୀ ହୋଇ ରହିବୁ । କେବେ ସନ୍ତାନ ଜନ୍ମ ହେଲା ତାହାହେଲେ ମୁଁ ବାପା ହେବି । ଆଉ ସେ ମା’ ହେବେ । ଛୁଆକୁ ତାର ବାପାର ପରିଚୟ ମିଳିବ । ତେଣୁ ମୁଁ ବାପାର କର୍ତ୍ତବ୍ୟ କରିବି । ପିଲାର ଲାଳନପାଳନ ମଧ୍ୟ କରିବି ବୋଲି କହିଛନ୍ତି ଦୂତି ।

    ନିଜର ସମଲିଙ୍ଗି ସମ୍ପର୍କକୁ ନେଇ ମନକଥା କହିଛନ୍ତି ଦୂତି । ବହୁ ସଂଘର୍ଷ ପରେ ପରିବାର ଠାରୁ ସ୍ୱୀକୃତି ମିଳିଥିଲା । ଏଥିପାଇଁ ତାଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଛି । ପରିବାର ଲୋକେ ଏ ଦିଗରେ କୌଣସି ସହଯୋଗ କରୁନଥିଲେ । କାରଣ ସେତେବେଳେ ସମଲିଙ୍ଗି ବିବାହ ସମ୍ପର୍କରେ ଏତେଟା ଜାଣିନଥିଲେ ପରିବାର ଲୋକେ । ପରିବାର କଳଙ୍କିତ ହେବ ଏବଂ ସାନ ଦୁଇ ଭଉଣୀ ବାହା ହେବାରେ ସମସ୍ୟା ଦେଖାଦେବ । ତେଣୁ ଆରମ୍ଭରୁ ହିଁ ପରିବାର ଲୋକେ ଏହାକୁ ବିରୋଧ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ବାପା ଓ ମା’ଙ୍କୁ ବୁଝାଇଲି ଏବଂ ସେମାନେ ବୁଝିଥିଲେ ବୋଲି ଦୂତି କହିଛନ୍ତି ।

    ଆମେରିକା,ଅଷ୍ଟ୍ରେଲିଆ,କାନାଡ଼ା ପରି ଦେଶରେ ସମଲିଙ୍ଗି ବିବାହକୁ ସ୍ୱୀକୃତି ମିଳିଛି । କିନ୍ତୁ ଆମ ଦେଶରେ ସମଲିଙ୍ଗି ବିବାହକୁ ଆଜି ପର୍ଯ୍ୟନ୍ତ ଆଇନ୍‌ଗତ ମାନ୍ୟତା ମିଳିନି । ଖୁବଶୀଘ୍ର ଆଇନ୍‌ଗତ ମାନ୍ୟତା ମିଳିଯିବ ବୋଲି ଦୂତିଙ୍କ ବିଶ୍ୱାସ ରହିଛି । ଯେଉଁମାନେ ପରମ୍ପରା ଓ ସଂସ୍କୃତି କଥା କହୁଛନ୍ତି, ସେମାନେ ବୋଧେ ଜାଣିନାହାଁନ୍ତି ଭାରତ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ର। ଏଠି ସବୁ ଧର୍ମ ଓ ସଂସ୍କୃତିର ଲୋକ ବାସ କରନ୍ତି । ତେଣୁ ସମସ୍ତଙ୍କ ବଞ୍ଚିବାର ଅଧିକାର ଅଛି, ସମସ୍ତେ ଉପଭୋଗ କରିବେ, ଖୁସି ମନାଇପାରିବେ ବୋଲି ଦୂତି କହିଛନ୍ତି ।

    ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି । ବାଦବିବାଦ ଭିତରେ ଛନ୍ଦି ହୋଇଯାଇଥିଲେ ଦୂତି । ଧୀରେ ଧୀରେ ସେ ସମସ୍ୟାର ସମାଧାନ କଲେ ଏବଂ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଏବେ ଦେଶର ଆଇନ୍ ଉପରେ ଭରସା ରହିଥିବା କହିଛନ୍ତି ଦୂତି ।

  • Мостбет: игровые слоты и ставки возьмите авиаспорт диалоговый

    В достаточном количестве показаны веселия, приключающиеся из воплощенными дилерами. Особое внимание большинства клиентов вращается на раздел, приобщенный игровым автоматам. Они акцентируются своими тематиками, могут относиться для различным жанрам. Осведомиться с ней нужна, абы подтвердить родную индивидуум. Замечательным гостинцем для новых заказчиков станет предоставляемая вероятие извлечения бонуса за удачливое дефлятирование процедуры сосредоточивания. (more…)

  • ଛାତ୍ରଛାତ୍ରୀ ଶୁଣିଲେନି ‘ମନ୍ କି ବାତ୍’, କାର୍ଯ୍ୟାନୁଷ୍ଠାନ ନେଲା କଲେଜ

    ଛାତ୍ରଛାତ୍ରୀ ଶୁଣିଲେନି ‘ମନ୍ କି ବାତ୍’, କାର୍ଯ୍ୟାନୁଷ୍ଠାନ ନେଲା କଲେଜ

    ‘ମନ୍ କି ବାତ୍’ ନ ଶୁଣିବାରୁ ଦଣ୍ଡ ! ୩୬ ଜଣ ଛାତ୍ରଛାତ୍ରୀଙ୍କୁ ନିଜ ହଷ୍ଟେଲରେ ସପ୍ତାହେ କାଳ ରହିବାକୁ ପଡ଼ିଛି । ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛିଲା । ପଞ୍ଜାବର Post Graduate Institute of Medical Education and Research ବା PGIMERର ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଏହାକୁ ନେଇ ସମାଲଚୋନା ଆରମ୍ଭ ହୋଇଥିବା ବେଳେ ନିଜ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ ।

    ଗତ ୩୦ ତାରିଖରେ ‘ମନ୍ କି ବାତ୍’ର ଶହେତମ ସଂସ୍କରଣ ପ୍ରସାରିତ ହୋଇଥିଲା । ଏହାକୁ ଶୁଣିବା ପାଇଁ କଲେଜ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପସ୍ଥିତ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ମେଲ୍‌ ପଠାଯାଇଥିଲା । ଏହାସତ୍ତ୍ୱେ ତୃତୀୟ ବର୍ଷର ୨୮ ଜଣ ନର୍ସିଂ ଛାତ୍ରଛାତ୍ରୀ ଏବଂ ପ୍ରଥମ ବର୍ଷର ୮ ଜଣ ଛାତ୍ରଛାତ୍ରୀ ଏହା କାର୍ଯ୍ୟକ୍ରମରେ ସାମିଲ ହୋଇନଥିବାରୁ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏ ସଂକ୍ରାନ୍ତରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏକ ସପ୍ତାହ ଯାଏ ହଷ୍ଟେଲରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ସେପଟେ,ଏଭଳି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର । PGIMER କଲେଜ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସେ କଡ଼ା ସମାଲୋଚନା କରିଛନ୍ତି । ସେ କେବେ ବି ‘ମନ୍ କି ବାତ୍’କାର୍ଯ୍ୟକ୍ରମ ଶୁଣନ୍ତୁ ନାହିଁ ସେଥିପାଇଁ କ’ଣ ଦଣ୍ଡିତ ହେବା ଆବଶ୍ୟକ ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଘଟଣା ଖୁବ୍‌ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଟିଏମସି ସାଂସଦ ।

    ବିଭିନ୍ନ ମହଲରୁ ସମାଲଚୋନା ପରେ କଲେଜ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ‘ମନ୍ କି ବାତ୍’କାର୍ଯ୍ୟକ୍ରମର ୯୯ ନମ୍ବର ଅଧ୍ୟାୟରେ PGIMER କଲେଜରେ ହୋଇଥିବା ଏକ ଅଙ୍ଗ ଦାନ ସମ୍ପର୍କରେ ମୋଦି ଉଲ୍ଲେଖ କରିଥିଲେ । ଏପରିକି ଅଙ୍ଗ ଦାନ କରୁଥିବା ପରିବାର ବିଷୟରେ ବି ଆଲୋଚନା କରିଥିଲେ । ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ । ଏହା କଲେଜ ପାଇଁ ବେଶ୍‌ ଗର୍ବର ବିଷୟ ଥିଲା । ତେଣୁ ୧୦୦ତମ ସଂସ୍କରଣରେ ମୋଦିଙ୍କ ଭାଷଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ଶୁଣି ତାହା ଉପରେ ଅନୁଶୀଳନ କରିବାକୁ ଛାତ୍ରମାନଙ୍କୁ କୁହାଯାଇଥିଲା । ତଥାପି କିଛି ଛାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବାବେଳେ ସ୍ପଷ୍ଟ କାରଣ ବି କହି ପାରିନଥିଲେ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ଆକ୍ସନ ନିଆଯାଇଥିବା କଲେଜ ପକ୍ଷରୁ କୁହାଯାଇଛି ।

  • ଦ କେରଳ ଷ୍ଟୋରୀକୁ ନେଇ ଦିଦିଙ୍କୁ ସିଜେଆଇଙ୍କ ପ୍ରଶ୍ନ

    ଦ କେରଳ ଷ୍ଟୋରୀକୁ ନେଇ ଦିଦିଙ୍କୁ ସିଜେଆଇଙ୍କ ପ୍ରଶ୍ନ

    ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀକୁ ପଶ୍ଚିମ ବଙ୍ଗରେ ନିଷିଦ୍ଧ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟ ରାଜ୍ୟ ସବୁରେ ଏହି ଚଳଚ୍ଚିତ୍ର ଶାନ୍ତିରେ ଚାଲୁଥିବା ବେଳେ ପଶ୍ଚିମବଙ୍ଗରେ ନିଷିଦ୍ଧ କରିବାର କାରଣ ପଚାରିଛନ୍ତି ସର୍ବୋଚ୍ଚ କୋର୍ଟ। ଶୁକ୍ରବାର ଶୁଣାଣି କାଳରେ ରାଜ୍ୟ ସରକାରକୁ ପ୍ରଶ୍ନ କରିଛନ୍ତି କୋର୍ଟ। ଏଥିସହ ପ୍ରତିବନ୍ଧକ ଲଗାଇଥିବା ପଶ୍ଚିମ ବଙ୍ଗ ଓ ତାମିଲନାଡୁକୁ ନୋଟିସ କରିଛନ୍ତି କୋର୍ଟ।

    ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ  ଓ ତାମିଲନାଡୁରେ ଅଘୋଷିତ କଟକଣା ବିରୋଧରେ ଫିଲ୍ମର ନିର୍ମାତା ବିପୁଲ ଶାହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ କି, ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମ ଚାଲିଛି। ପଶ୍ଚିମବଙ୍ଗ ମଧ୍ୟ ଦେଶର ଏକ ଅଂଶ। ସେଠାରେ କାହିଁକି ଫିଲ୍ମ ଉପରେ କଟକଣା ଜାରି କରାଯାଇଛି?

    ଯଦି ଫିଲ୍ମ ଅନ୍ୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିପାରିବ ତେବେ ପଶ୍ଚିମବଙ୍ଗରେ କାହିଁକି? ଯଦି ଲୋକମାନେ ଏହାକୁ ଦେଖିବାକୁ ଚାହୁଁନାହାଁନ୍ତି, ତେବେ ଏହା ସେମାନଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ପଶ୍ଚିମବଙ୍ଗ ସରକାର କାହିଁକି ଏହାକୁ ନିଷିଦ୍ଧ କରିଛନ୍ତି? ଆସନ୍ତା ବୁଧବାରଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

    ସେପଟେ ସୋମବାର ଦିନ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ଓ ଘୃଣା ସୃଷ୍ଟିକରୁଥିବା ଘଟଣାରୁ ବର୍ତ୍ତିବା ପାଇଁ ରାଜ୍ୟରେ ବିବାଦସ୍ପଦ ଫିଲ୍ମ ଦ କେରଳ ଷ୍ଟୋରୀର ପ୍ରଦର୍ଶନ ଉପରେ ତତ୍କାଳ ପ୍ରତିବନ୍ଧ ଲଗାଇବାକୁ ଆଦେଶ ଦେଇଥିଲେ। ନିର୍ମାତା କୋର୍ଟଙ୍କୁ ଆହୁରି ଅବଗତ କରିଥିଲେ କି ତାମିଲନାଡୁ ମଧ୍ୟ ଡିଫେକ୍ଟୋ ବ୍ୟାନ ଲଗାଇଛି। ଏହା ପରେ ଅନ୍ୟ କିଛି ରାଜ୍ୟ ମଧ୍ୟ ଫିଲ୍ମକୁ ବ୍ୟାନ କରିବାକୁ ଧମକ ଦେଉଛନ୍ତି।  ନିର୍ମାତାଙ୍କୁ କ୍ଷତି ସହିବାକୁ ପଡୁଛି।

    କୋର୍ଟରେ ନିର୍ମାତାଙ୍କ ପକ୍ଷରୁ ହରୁସ ସାଲଭେ ଜଣାଇଥିଲେ କି, ୫ ମେରେ ଫିଲ୍ମ ରିଲିଜ ହୋଇଥିଲା। ପଶ୍ଟିମ ବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ ଫିଲ୍ମରୁ ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ବିପଦ ରହିଛି। ସେହିପରି ତାମିଲନାଡୁରେ ଡିଫେକ୍ଟୋ ବ୍ୟାନ କରାଯାଇଛି। ପ୍ରଥମେ ଫିଲ୍ମ ରିଲିଜ ହୋଇଥିଲା। କିନ୍ତୁ ପରେ ଧମକ ମିଳିବାରୁ ଫିଲ୍ମକୁ ଚାଲିବାକୁ ଦିଆଗଲା ନାହିଁ। ଏଥିନେଇ ସାଲଭି କୋର୍ଟଙ୍କ ନିକଟରେ ଫିଲ୍ମକୁ ସୁଚାରୁ ରୂପେ ଚାଲିବାକୁ ଦେବାକୁ ନିର୍ଦ୍ଦେଶ ହେବାକୁ ଅନୁରୋଧ କରିଛନ୍ତି।ତେଣୁ କୋର୍ଟ ଏହି ମାମଲାରେ ନୋଟିସ ଜାରି କରିବେ ବୋଲି କହିଛନ୍ତି।

    ଆନ୍ୟପଟେ ଅନେକ ରାଜ୍ୟରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି, ଯାହ୍ ବକ୍ସ ଅଫିସ କଲେକ୍ସନରୁ ପ୍ରମାଣିତ ହେଉଛି। ଦ କେରଳ ଷ୍ଟୋରୀ ରିଲିଜର ସପ୍ତମ ଦିନରେ ୧୨ କୋଟି ଆୟ କରି ସାରିଛି। ପୁରା ସପ୍ତାହର ଆୟ ପହଞ୍ଚିଛି ୮୦.୮୬ କୋଟିରେ। ଆଉ ମାତ୍ର ୨୦ କୋଟି ଆୟରେ ଫିଲ୍ମ ୧୦୦ କ୍ଲବରେ ସାମିଲ ହୋଇଯିବ। ଫିଲ୍ମଟି ରିଲିଜର ପ୍ରଥମ ଦିନରେ ୮.୦୩ କୋଟିରୁ ଓପନିଂ ଆରମ୍ଭ କରି ଦ୍ୱିତୀୟ ଦିନରେ ୧୧.୨୨ କୋଟି, ତୃତୀୟ ଦିନରେ ୧୬.୪ କୋଟି, ଚତୁର୍ଥ ଦିନରେ ୧୦.୭, ପଞ୍ଚମ ଦିନରେ ୧୧.୧୪ କୋଟି ଓ ଷଷ୍ଠ ଦିନରେ ୧୨ କୋଟି ଆୟ କରିବାରେ ସକ୍ଷମ ହୋଇଛି।

  • ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଝାରସୁଗୁଡ଼ା ଭୋଟ୍ ଗଣନା

    ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଝାରସୁଗୁଡ଼ା ଭୋଟ୍ ଗଣନା

    ଝାରସୁଗୁଡ଼ା ଆସନ କିଏ ହାତେଇବ । କାହା ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଆସନ୍ତାକାଲି ଫଳାଫଳ ଆସିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ସକାଳୁ କାଉଣ୍ଟିଂ ଆରମ୍ଭ ହେବ । ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି ।

    ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି ହେବ । ଝାରସୁଗୁଡ଼ା ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ । ବ୍ୟାଟଲ ସରିଛି ହେଲେ ଫଳାଫଳ କାହା ଭାଗ୍ୟରେ ଯିବ, କିଏ ଏହି ନିର୍ବାଚନମଣ୍ଡଳୀର ବିଜେତା ହେବ ସେ ନେଇ ଅଙ୍କକଷା ବି ଜୋର ଧରିଛି । ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥିନୀ ଦୀପାଳି, ରେସର ସବୁଠାରୁ ଆଗରେ ଅଛନ୍ତି । ବିଜେଡି ସୁପ୍ରିମୋ ନବୀନଙ୍କ ଲୋକପ୍ରିୟତା, ଭାବମୂର୍ତ୍ତି ହିଁ ତାଙ୍କୁ ଜିତାଇବ । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ଦୀପାଳି । ତେଣୁ ସେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି ଦଳୀୟ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

    ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କଥା କହି ଭୋଟ୍ ହାତେଇବାକୁ ପ୍ରଚାର ଜୋରଦାର କରିଥିଲା ବିଜେପି । ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ରାଜ୍ୟ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀ । ହେଲେ, ରାଜ୍ୟବାସୀ ତାଙ୍କୁ କେତେ ପସନ୍ଦ କରୁଛନ୍ତି ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କେନ୍ଦ୍ରରେ ଯେମିତି ରାଜ୍ୟରେ ମଧ୍ୟ ଅନୁରୂପ ଦଶା ଭୋଗୁଛି କଂଗ୍ରେସ । ବର୍ତ୍ତମାନ ସ୍ଥିତି ହରାଇବାକୁ ବସିଲାଣି । ହେଲେ ଝାରସୁଗୁଡ଼ାରେ କିଛିଟା ଚମତ୍କାର କରିବା ପାଇଁ ଆଶା ରଖିଛି ଦଳ । ତରୁଣ ପାଣ୍ଡେ ଏଥର ଲୋକଙ୍କ ସମର୍ଥନ ପାଇବେ ବୋଲି କହିଛି କଂଗ୍ରେସ ।

    ସେପଟେ, ଭୋଟିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ପାଇଁ ଜୋରଦାର ଉଦ୍ୟମ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ୍ ଗଣନା ଓ ପରେ ଫଳାଫଳ ଘୋଷଣା ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ସିଇଓ । ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ସକାଳ ୮ଟାରୁ ଭୋଟ୍ କାଉଣ୍ଟିଂ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ । ପରେ ପରେ ଅର୍ଥାତ୍ ସକାଳ ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ । ଏଥିପାଇଁ ୧୪ଟି କାଉଣ୍ଟିଂ ଟେବୁଲର ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ ଟେବୁଲରେ ପୋଷ୍ଟାଲ ବାଲାଟ୍ ଗଣତି ହେବ ।

  • ୧୦୦ କଲେଜରେ ହେବ ମାନସିକ ସଚେତନତା କାର୍ଯ୍ୟ

    ୧୦୦ କଲେଜରେ ହେବ ମାନସିକ ସଚେତନତା କାର୍ଯ୍ୟ

    ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖା ମଧ୍ୟରେ ଶୁକ୍ରବାର ଏମଓୟୁ ସ୍ଵାକ୍ଷର ହୋଇଛି। ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କର  ମାନସିକ ସ୍ୱାସ୍ଥ୍ୟ ତଥା ଏହାର  ସଚେତନତାର  ବିକାଶ କରାଯିବ। କଲେଜ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେଭଳି ଚାପଗ୍ରସ୍ତ ନହୋଇ ଶିକ୍ଷା ଗ୍ରହଣ କରିବେ ସେ ଉପରେ ପିଲାଙ୍କୁ ମାନସିକ ସ୍ତରରେ ପ୍ରଶିକ୍ଷଣ ଦିଆଯିବ। ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟର ଅମ୍ରିତ ପାଟ୍ଟଯୋଶୀ ଏହି ଏମଓୟୁ ସ୍ଵାକ୍ଷର କରିଛନ୍ତି।

    ଏହି ଅବସରରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଲେ,” ବର୍ତ୍ତମାନର ଛାତ୍ରଛାତ୍ରୀମାନେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ନିଜକୁ ସମାଜରେ ସୁ-ପ୍ରତିଷ୍ଠିତ କରିବାର ଚାପରେ ସେମାନେ ପଡୁଛନ୍ତି। କିନ୍ତୁ ଆକାଂକ୍ଷା ଯେତେବେଳେ ପୂରଣ ହୁଏ ନାହିଁ,  ସେତେବେଳେ ଯୁବ ସମାଜ ଆତ୍ମହତ୍ୟା ପରି ଭୁଲ ରାସ୍ତାକୁ ବାଛି ନିଅନ୍ତି। ତେଣୁକରି ବର୍ତ୍ତମାନ ସମୟରେ ସମାଜରେ ମାନସିକ ସଚେତନତା ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ତେଣୁ ଏହି ମାନସିକ ସଚେତନତାର କାର୍ଯ୍ୟକ୍ରମ ପ୍ରାୟ ୧୦୦ଟି କଲେଜରେ ଅନୁଷ୍ଠିତ ହେବ | ଅନ୍ୟପକ୍ଷରେ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟର ଅମ୍ରିତ ପାଟ୍ଟଯୋଶୀ  କହିଲେ ” ମଣିଷ ଜୀବନ  ଇଶ୍ଵରଙ୍କର  ଏକ ବରଦାନ। ଯୁବପିଢ଼ି ବା  ଛାତ୍ରଛାତ୍ରୀମାନେ  କିପରି ଭାବରେ ନିଜ ନିଜର ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେବେ ତାହା ହେଉଛି ଏହି ଏମଓୟୁର ମୂଳ ଲକ୍ଷ। ସେମାନଙ୍କୁ ସହଜ ଭାବରେ ସଚେତନ କରେଇବା ତଥା ସେମାନଙ୍କ ବିଭିନ୍ନ ମାନସିକ ଦୁଃଶ୍ଚିନ୍ତାର ଠିକ ଉତ୍ତର ଦେବା ଆମ ଦାୟିତ୍ୱ”|

    ଏହି ଏମଓୟୁ ଅନୁସାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମାନସିକ ଚାପ କିଭଳି ଦୂର ହେବ। ସେମାନେ ପାଠପଢ଼ା ଓ ଚାକିରିକୁ ନେଇ ଯେମିତି ଅଧିକ ଚାପରେ ରହିବେ ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯିବ। ପିଲାମାନେ ନିଜ ମନ ଓ ମସ୍ତିଷ୍କକୁ ଦୃଢ଼ ରଖି ପ୍ରତିଟି ପରିସ୍ଥିତିର ଯେଭଳି ସାମ୍ନା କରିପାରିବେ ସେ କ୍ଷେତ୍ରରେ ମାନସିକ ବିଶେଷଜ୍ଞମାନେ ପିଲାଙ୍କୁ ଦିଗଦର୍ଶନ ଦେବେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମାଜରେ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିପାରିବେ। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ମେମ୍ବର ଡ଼କ୍ଟର ପ୍ରଫେସର ଶୁଭେନ୍ଦୁ ମିଶ୍ର ଓ ମୋ କଲେଜ ପକ୍ଷରୁ ଶ୍ରୀ ଆଦିତ୍ୟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ|

  • ସିବିଏସଇ ୧୦ମ ପରୀକ୍ଷା: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

    ସିବିଏସଇ ୧୦ମ ପରୀକ୍ଷା: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

     ସିବିଏସଇ ତାର ୧୦ମ ବୋର୍ଡ ପରୀକ୍ଷାର ଫଳ ମଧ୍ୟ ଆଜି ଘୋଷଣା କରିଛି। ଚଳିତ ସିବିଏସସି ୧୦ମର ରେଜଲ୍ଟ ୯୩.୧୨ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଚଳିତ ଥରର ପାଶହାର ୧.୨୮ ପ୍ରତିଶତ ହ୍ରାସ ପାଇଛି। ସେହିପରି ୧୦ମରେ ମଧ୍ୟ ବୋର୍ଡ ଅସ୍ୱସ୍ଥ୍ୟକର ପ୍ରତିଯୋଗିତାକୁ ଏଡାଇବାକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ଫଳ ପ୍ରକାଶ କରିନାହିଁ। ଯୁକ୍ତ ଦୁଇ ପରୀକ୍ଷାରେ ମଧ୍ୟ ସିବିଏସସି ସମାନ ପଦକ୍ଷେପ ନେଇଛି।

    ୧୦ମ ବୋର୍ଡ ପରୀକ୍ଷା ଗତ ଫେବୃଆରୀ ୧୫ରୁ ମାର୍ଟ୍ଟ ୨୧ ପର୍ଯ୍ୟନ୍ତ ଚାଲିଥିଲା। ମେଟ୍ରିକ ରେଜଲ୍ଟରେ ଦେଖିବାକୁ ମିଳିଛି କି, ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ମୋଟ ଛାତ୍ରୀଙ୍କ ପାଶହାର ୯୪.୨୫ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପ୍ରତିଶତ ରହିଛି ୯୨.୨୭। ତେବେ ୨୦୧୯ ତୁଳନାରେ ଏହା ଭଲ ରହିଛି। ୨୦୧୯ରେ ମେଟ୍ରିକ ପାଶହାର ୯୧.୧୦ ପ୍ରତିଶତ ଥିଲା।

    ଯୁକ୍ତ ଦୁଇ ପରି ମେଟ୍ରିକରେ ମଧ୍ୟ ଡିଭିଜନ ସିଷ୍ଟମକୁ ଉଠାଇ ଦିଆଯାଇଛି। କେବଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା  ୦.୧ ପ୍ରତିଶତଙ୍କୁ ମେରିଟ ସାର୍ଟିଫିକେଟ ଦିଆଯିବ।  ଚଳିତ ବର୍ଷ ମୋଟ ୧୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

  • ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

    ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

    ପ୍ରବଳ ଗ୍ରୀଷ୍ମ ଯୋଗୁଁ ପୋଖରୀ, ଗାଡ଼ିଆ, କୂଅ ପାଣି ଶୁଖିଗଲାଣି । ବଣ,ଜଙ୍ଗଲରେ ଆମ୍ବ,ପଣସ, ଅନ୍ୟାନ୍ୟ ଫଳମୂଳର ଅଭାବ ଦେଖାଦେଲାଣି । ତେଣୁ ବନ୍ୟଜନ୍ତୁଙ୍କ ପାଇଁ ଏବେ ଖାଇବା ଚିନ୍ତା ବଢ଼ିଛି । ସେମାନେ ଗାଁ, ସହର ମୁହାଁ ହେବା ସ୍ୱାଭାବିକ । ପାଣି ପିଇବା ପାଇଁ ଗାଁ ମୁହାଁ ହୋଇଥାନ୍ତି ତ ଖାଇବା ପାଇଁ ଫସଲ ବି ନଷ୍ଟ କରନ୍ତି । କିଛିଦିନ ପୂର୍ବେ ଖାଦ୍ୟ ଅନ୍ୱେଷଣରେ ଯାଇ ଗାଁରେ ପଶିଥିଲା ହାତୀ । ଏବେ ପେଟର ଭୋକ ମେଣ୍ଟାଇବା ପାଇଁ ଦିନରେ ବି ଗାଁ, ସହରରେ ପଶିଛି ଭାଲୁ ।

    କେନ୍ଦୁଝର ସଦର ବ୍ଲକ୍ ସଦରରେଞ୍ଜ ଅନ୍ତର୍ଗତ ପଦ୍ମପୁର ବଜାରରେ ଭାଲୁ ଆତଙ୍କ । ଦିନରେ ଅଞ୍ଚଳରେ ବୁଲୁଛି ଭାଲୁ । ସୂଚନା ଅନୁସାରେ ଗତକାଲି ଗୋବର୍ଦ୍ଧନ ଅଞ୍ଚଳରେ ଦୁଇଟି ଭାଲୁ ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିଲେ । ଖାଇବା ଖୋଜୁଖୋଜୁ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏକ ଭାଲୁ ପଦ୍ମପୁର ସହର ଭିତରେ ପଶିବାରୁ ଲୋକେ ଭୟଭୀତ ହୋଇଥିଲେ । ଗୋବର୍ଦ୍ଧନ କାଜୁ ଜଙ୍ଗଲରୁ ଯୋଗୀମଠ ବିଲ ଦେଇ ବନାଜାଡ଼ି ଛକ ନିକଟ ନର୍ସରୀରେ ପ୍ରବେଶ କରିଥିଲା ଭାଲୁ । ତାକୁ ଦେଖିଵାକୁ ପଦ୍ମପୁର ଆଖପାଖ ଅଞ୍ଚଳର ବହୁ ଲୋକ ଭିଡ଼ ଜମାଇଥିଲେ । ମାତ୍ର ଭାଲୁ ଭୟରେ ଯୋଗୀମଠ ନର୍ସରୀ ଭିତରେ ଥିବା ଲଟାବୁଦାରେ ଲୁଚି ରହିଥିଲା ।

    ଭାଲୁ ଦୌଡ଼ାଥିବା ଦୃଶ୍ୟ ସମସ୍ତଙ୍କ ମୋବାଇଲ୍ କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ବୁଲୁଛି । ଭାଲୁ ବୁଲୁଥିବା ଖବର କେନ୍ଦୁଝର ବନବିଭାଗକୁ ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବନ କର୍ମଚାରୀ । ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସତର୍କ କରାଇଥିଲେ । ଏଥିସହ ଭାଲୁକୁ ଘେଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ।