ସିବିଏସଇ ୧୦ମ ପରୀକ୍ଷା: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

 ସିବିଏସଇ ତାର ୧୦ମ ବୋର୍ଡ ପରୀକ୍ଷାର ଫଳ ମଧ୍ୟ ଆଜି ଘୋଷଣା କରିଛି। ଚଳିତ ସିବିଏସସି ୧୦ମର ରେଜଲ୍ଟ ୯୩.୧୨ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଚଳିତ ଥରର ପାଶହାର ୧.୨୮ ପ୍ରତିଶତ ହ୍ରାସ ପାଇଛି। ସେହିପରି ୧୦ମରେ ମଧ୍ୟ ବୋର୍ଡ ଅସ୍ୱସ୍ଥ୍ୟକର ପ୍ରତିଯୋଗିତାକୁ ଏଡାଇବାକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ଫଳ ପ୍ରକାଶ କରିନାହିଁ। ଯୁକ୍ତ ଦୁଇ ପରୀକ୍ଷାରେ ମଧ୍ୟ ସିବିଏସସି ସମାନ ପଦକ୍ଷେପ ନେଇଛି।

୧୦ମ ବୋର୍ଡ ପରୀକ୍ଷା ଗତ ଫେବୃଆରୀ ୧୫ରୁ ମାର୍ଟ୍ଟ ୨୧ ପର୍ଯ୍ୟନ୍ତ ଚାଲିଥିଲା। ମେଟ୍ରିକ ରେଜଲ୍ଟରେ ଦେଖିବାକୁ ମିଳିଛି କି, ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ମୋଟ ଛାତ୍ରୀଙ୍କ ପାଶହାର ୯୪.୨୫ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପ୍ରତିଶତ ରହିଛି ୯୨.୨୭। ତେବେ ୨୦୧୯ ତୁଳନାରେ ଏହା ଭଲ ରହିଛି। ୨୦୧୯ରେ ମେଟ୍ରିକ ପାଶହାର ୯୧.୧୦ ପ୍ରତିଶତ ଥିଲା।

ଯୁକ୍ତ ଦୁଇ ପରି ମେଟ୍ରିକରେ ମଧ୍ୟ ଡିଭିଜନ ସିଷ୍ଟମକୁ ଉଠାଇ ଦିଆଯାଇଛି। କେବଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା  ୦.୧ ପ୍ରତିଶତଙ୍କୁ ମେରିଟ ସାର୍ଟିଫିକେଟ ଦିଆଯିବ।  ଚଳିତ ବର୍ଷ ମୋଟ ୧୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *