ଝାରସୁଗୁଡ଼ା: ଉପନିର୍ବାଚନରେ କାହାର ହେବ ବାଜିମାତ୍, ରେଜଲ୍ଟକୁ ଅପେକ୍ଷା

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ଓ ବୟସାଧିକ ଭୋଟରଙ୍କ ମତଦାନକୁ ସହଜ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମ୍ମାନ ସ୍ୱରୂପ ଏହିପରି ସମସ୍ତ ଭୋଟରଙ୍କୁ ଏକ ଫୁଲ ଦିଆଯାଇଛି। ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ବେଶ୍ ପ୍ରଶଂସନୀୟ ରହିଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ତାଙ୍କ ଟିମ୍ ଦ୍ୱାରା ଝାରସୁଗୁଡ଼ର ପ୍ରତ୍ୟେକ ବୁଥରେ ଭୋଟ୍ ସହିତ ଜଡ଼ିତ କାର୍ଯ୍ୟକଳାପର ପ୍ରତ୍ୟକ୍ଷ ତଦାରଖ ଓ ନିୟନ୍ତ୍ରଣ କରାଯାଉଛି । କୌଣସି ପରିସ୍ଥିତିରେ ନିୟମ ଉଲ୍ଲଙ୍ଘନକୁ ବରଦାସ୍ତ କରାଯିବ ନାହିଁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି । ପୋଲିସ ଓ ପ୍ରଶାସନର ସମନ୍ୱୟରେ ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ଜାରି ରହିଛି ।

ସେପଟେ,କ୍ଲଷ୍ଟର ବୁଥରେ ଶାନ୍ତିଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଛି ‘ଡ୍ରୋନ୍’ । ଆଜି ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ଭୋଟିଂ ଥିବାବେଳେ ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି । ସେହିପରି ମଧ୍ୟାହ୍ନ ୧ଟା ସୁଦ୍ଧା ୪୧.୨୬% ଭୋଟିଂ ହୋଇଥିବା ସୂଚନା ମିଳିଛି । ନିଜ ନିଜର ମତ ସାବ୍ୟସ୍ତ କରି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଭୋଟର ।

Leave a Reply

Your email address will not be published. Required fields are marked *