ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ମିଳୁଥିବା ଡାଲଚିନି କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏହା ଏକ ମହୌଷଧି। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍ଫ୍ଲାମେଶନ୍ ଏବଂ ଆଣ୍ଟି-ଡାଇବେଟିକ ଗୁଣ ଭରପୂର ରହିଛି। ନିୟମିତ ସକାଳେ ଖାଲି ପେଟରେ ଡାଲଚିନି ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ।

ଏହା ଶରୀରରେ ଇନସୁଲିନ୍ ସମ୍ବେଦନଶୀଳତାକୁ ବଢ଼ାଇଥାଏ। ବିଶେଷ କରି ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବେଶ୍ ଲାଭଦାୟକ।
ଡାଲଚିନି ପାଣି ମେଟାବଲିଜିମ୍ ବୃଦ୍ଧି କରି ଚର୍ବି କମାଇବାରେ ସାହାଯ୍ୟ କରେ। ଏହା ଭୋକକୁ ନିୟନ୍ତ୍ରଣ କରି ଅଦରକାରୀ ଖାଦ୍ୟ ଖାଇବାରୁ ରୋକିଥାଏ।
ଏହାର ପ୍ରାକୃତିକ ଗୁଣ ପାଚନ ପ୍ରକ୍ରିୟାକୁ ସୁଧାରେ। ଗ୍ୟାସ୍, ବଦହଜମୀ, ପେଟ ଫୁଲିବା ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୁଏ।
ଏହା କୋଲେଷ୍ଟ୍ରଲ୍ ସ୍ତର ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରି ହୃଦଘାତ ଓ ଷ୍ଟ୍ରୋକର ଆଶଙ୍କା କମାଇଥାଏ।
ଏହା ହରମୋନାଲ୍ ସମସ୍ୟା ଦୂର କରିବା ସହ ପିରିୟଡ୍ସକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ।
ଏହା ଶରୀରର ଇମ୍ୟୁନିଟି ବଢ଼ାଏ ଏବଂ ଥଣ୍ଡା, କାଶ ଓ ଗଳା ଯନ୍ତ୍ରଣାରୁ ଆରାମ ଦିଏ।
ଏକ ପ୍ୟାନରେ ପାଣି ଓ ଡାଲଚିନି ମିଶାଇ ୫-୧୦ ମିନିଟ୍ ଧିମା ଆଞ୍ଚରେ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ହାଲୁକା ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ। ସ୍ୱାଦ ପାଇଁ ଏଥିରେ ସାମାନ୍ୟ ଲେମ୍ବୁ ରସ କିମ୍ବା ମହୁ ମିଶାଇ ପାରିବେ।
ଏକ ଗ୍ଲାସ୍ ପାଣିରେ ଗୋଟିଏ ଡାଲଚିନି କାଠି ପକାଇ ରାତିସାରା ଛାଡ଼ି ଦିଅନ୍ତୁ। ପରଦିନ ସକାଳେ ଖାଲି ପେଟରେ ଏହି ପାଣିକୁ ଛାଣି ପିଅନ୍ତୁ।