ପଦ୍ମପୁର ରେ ଆୟୋଜିତ ପଞ୍ଚମ ପଦମପୁର ଶୀତଳ ଷଷ୍ଠୀ ମହୋତ୍ସବ ଏଥର ମହାଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଛି। ଆନୁଷ୍ଠାନିକ ଭାବେ ମହୋତ୍ସବର ଉଦଘାଟନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପଦମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପଦମପୁର ବ୍ଲକ୍ ଚେୟାରମେନ୍ ରଞ୍ଜିତ ସିଂ ବରିହା ଓ ଏନ୍.ଏ.ସି. ଚେୟାରମେନ୍ ଉପସ୍ଥିତ ଥିଲେ।
ଅତିଥିମାନେ ମିଶି ରାଜ ଦରବାର ଏବଂ ସେଲ୍ଫି ପଏଣ୍ଟର ଉଦଘାଟନ କରିଥିଲେ। ମହୋତ୍ସବ ଅବସରରେ ସ୍ଥାନୀୟ ସଂସ୍କୃତି, ପରମ୍ପରା ଓ ଉତ୍ସବମୂଳକ ପରିବେଶ ଦେଖିବାକୁ ମିଳିଥିଲା।ମହୋତ୍ସବରେ ଅଞ୍ଚଳବାସୀଙ୍କ ବିପୁଳ ଉପସ୍ଥିତି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା।