ଯାଜପୁରରେ ମହମଦ ମୋକିମଙ୍କ ଗସ୍ତ: ରାଜନୈତିକ ସନ୍ଦେଶ ଓ ନ୍ୟାୟ ଦାବି ଚର୍ଚ୍ଚାରେ

ମୋହମ୍ମଦ ମୋକିମ ନେତୃତ୍ୱରେ ଓଡିଶା ଜନତା କଂଗ୍ରେସର ପକ୍ଷରୁ ରଜ ଉପଲକ୍ଷେ ଯାଜପୁର ଜିଲ୍ଲାରେ ଏକ ସକ୍ରିୟ ରାଜନୈତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ସେ ବ୍ରହ୍ମାବରଦା ଓ ବ୍ୟାସନଗରର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବ୍ୟାସନଗରର ନହକା ବାଇପାସ ଠାରେ ମାନବ ସମ୍ବଳ ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋଜ ଜେନା ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଓ ସାମାଜିକ ବିଷୟରେ ଦୁହେଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ସେ ଦାନଗଦି ଅଞ୍ଚଳରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ସେ ଦଳୀୟ ସଂଗଠନକୁ ମଜବୁତ କରିବା ଓ ଜନସମ୍ପର୍କ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହା ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝାଙ୍କ ଉପରେ ହୋଇଥିବା ଅଭିଯୋଗ ଓ ଅତ୍ୟାଚାର ଘଟଣାକୁ ସେ ଦୃଢ଼ ଭାବେ ନିନ୍ଦା କରିଥିଲେ। ସେ ଏହି ଘଟଣାରେ ତୁରନ୍ତ ଓ ନିଷ୍ପକ୍ଷ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ।ଏହି ସମ୍ପର୍କରେ ମନୋଜ ଜେନା ମଧ୍ୟ HRC ଅଧ୍ୟକ୍ଷ ଭାବେ ଏନଏଚଆରସି (NHRC) ନିକଟକୁ ଯିବା ସହ ଘଟଣା ସମ୍ପର୍କରେ ତାଙ୍କର ମତାମତ ରଖିଥିଲେ ବୋଲି ଜଣାପଡ଼ିଛି।ସମଗ୍ର ଗସ୍ତ ଅବଧିରେ ରାଜନୈତିକ ସକ୍ରିୟତା, କର୍ମୀ ସଂଗଠନ ଓ ସାମାଜିକ ନ୍ୟାୟ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ପ୍ରମୁଖ ଭାବେ ଉଠିଥିଲା।