ଯାଜପୁରରେ ଚନ୍ଦନ ଜୁଏଲାର୍ସ ପକ୍ଷରୁ ‘ମୁଁ ରଜ କୁଇନ୍’ ଅଡିସନ୍: ୫ ଲକ୍ଷ ଟଙ୍କାର ପୁରସ୍କାର ବଣ୍ଟନ

ଯାଜପୁର ରୋଡ଼ସ୍ଥିତ ଚନ୍ଦନ ଜୁଏଲାର୍ସ ପକ୍ଷରୁ ଆୟୋଜିତ “ମୁଁ ରଜ କୁଇନ୍ ଅଡିସନ୍ ସିଜନ୍-୨” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଷ୍ଟୋର ପରିସରରେ ଆୟୋଜିତ ଏହି ମେଗା ଅଡିସନ୍‌ରେ ୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ “ମୁଁ ରଜ କୁଇନ୍” ଭାବେ ବିବେଚିତ କରାଯାଇଥିବା ଚନ୍ଦନ ଜୁଏଲାର୍ସର ପ୍ରୋପ୍ରାଇଟର ଚନ୍ଦନ କୁମାର କର୍ମକାର ସୂଚନା ଦେଇଛନ୍ତି।

ପ୍ରଥମ ସ୍ଥାନ ଅଧିକାର କରିଥିବା ରଜ କୁଇନ୍ ବିଜେତାଙ୍କୁ ୧୦ ହଜାର ଟଙ୍କା ନଗଦ ପୁରସ୍କାର, ୪୯ ହଜାର ଟଙ୍କାର ପର୍ଚେଜ୍ କୁପନ୍, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ୫ ହଜାର ଟଙ୍କା ନଗଦ ପୁରସ୍କାର, ୩୫ ହଜାର ଟଙ୍କାର ପର୍ଚେଜ୍ କୁପନ୍, ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।ଏହାଛଡ଼ା ଅନ୍ୟ ୧୭ ଜଣ ପ୍ରତିଯୋଗୀଙ୍କୁ ମାନପତ୍ର ସହ ୨୧ ହଜାର ଟଙ୍କାର ପର୍ଚେଜ୍ କୁପନ୍ ପ୍ରଦାନ କରାଯାଇଥିଲା। ସର୍ବମୋଟ ପ୍ରାୟ ୫ ଲକ୍ଷ ଟଙ୍କାର ଉପହାର ରାଶି ବଣ୍ଟନ କରାଯାଇଥିବା ଅନୁଷ୍ଠାନର ସ୍ୱତ୍ୱାଧିକାରୀ ରଞ୍ଜନ କୁମାର କର୍ମକାର କହିଥିଲେ।

କୁନି କୁନି ଝିଅମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା ଓ ଅନ୍ତର୍ନିହିତ କଳାର ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଚନ୍ଦନ ଜୁଏଲାର୍ସ ପକ୍ଷରୁ ନିଆଯାଇଥିବା ଏହି ଅଭିନବ ପଦକ୍ଷେପକୁ ସହରବାସୀ ଓ ଗ୍ରାହକମାନେ ଭୁରିଭୁରି ପ୍ରଶଂସା କରିଥିଲେ। ଅନୁଷ୍ଠାନର ସଫଳ ଆୟୋଜନ ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଉପସ୍ଥିତ ଅତିଥି ଓ ଦର୍ଶକମାନେ ସାଧୁବାଦ ଜଣାଇଥିଲେ।