
ଶୀତ ଆସିଲେ ଜମେ ବଣଭୋଜିର ଆସର। ଲୋକେ ବଣଭୋଜି ପାଇଁ ବାଛିଥାନ୍ତି ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ । ସେଥିପାଇଁ ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଚେରକଟାକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ। ଲୋକେ ବଣ ଭୋଜି ପାଇଁ ଶହ ଶହ ସଂଖ୍ଯାରେ ସେଠାକୁ ଧାଉଁଛନ୍ତି। ରନ୍ଧାବଢା କରି ଖାଇବା ସହ ଚେରକଟାରେ ଥିବା ଜଳପ୍ରପାତର ମଜା ନେଉଛନ୍ତି। ଚେରକଟାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି।
ପର୍ଯ୍ୟଟକଙ୍କ ଆଗମନରୁ ସ୍ଥାନୀୟ ଅଞ୍ଚଳର ଗରିବ ଅଧିବାସୀଙ୍କ ମଧ୍ୟରେ ମଧ୍ୟ ଖୁସି। କାରଣ ସେମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା କାଠକୁ ଭୋଜିପାଇଁ ପର୍ଯ୍ୟଟକ କିଣୁଛନ୍ତି, ଯାହା ତାଙ୍କୁ ଦୁଇ ପଇସା ରୋଜଗାର କରିବାରେ ସହାୟକ ହେଉଛି। ହେଲେ ଏହି ଜଳପ୍ରପାତ ଆଜି ମଧ୍ୟ ପ୍ରସିଦ୍ଧି ଲାଭ କରିପାରି ନାହିଁ। ତେଣୁ କେବଳ ରାୟଗଡା ଓ ଆଖପାଖ ଜିଲ୍ଲାର ଲୋକେ ଏଠାକୁ ଆସିଥାନ୍ତି।
ଏହା ବ୍ୟତୀତ, ଏଠାକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଏହା ବ୍ୟତୀତ, ସରକାରଙ୍କ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ସରକାର ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଡଷ୍ଟବିନଟିଏ ଯୋଗାଇ ଦିଆଯାଇ ନାହିଁ କି କୌଣସି ସଚେତନ କରାଯାଉ ନାହିଁ। ତେଣୁ ଲୋକେ ବଣଭୋଜି କରିବା ସହ ସେହି ସ୍ଥାନରେ ସେମାନଙ୍କ ବ୍ୟବହୃତ ସାମଗ୍ରୀ ସେଠାରେ ପକାଇ ଚାଲିଯାଉଛନ୍ତି। ଫଳରେ ସ୍ଥାନଟି ଅଳିଆ ଆବର୍ଜନାରେ ପୂରି ଯାଇଛି। ଏସବୁର ସୁ ପରିଚାଳନା ପାଇଁ ଏଠାକୁ ଆସୁଥିବା ଲୋକମାନେ ଦାବି କରୁଛନ୍ତି
ସରକାର ପର୍ଯ୍ୟଟନକୁ ଶିଳ୍ପର ଆଖ୍ୟା ଦେଇ ଏହାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ରାୟଗଡା ଜିଲ୍ଲାର ଏହି ପର୍ଯ୍ୟଟନସ୍ଥଳିର ବିକାଶ ଉପରେ ନାହିଁ ସରକାରଙ୍କ ନଜର। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ସରକାର ଦୃଷ୍ଟି ଦେଲେ ଆଗାମୀ ଦିନରେ ଏହି ପର୍ଯ୍ୟଟନସ୍ଥଳୀ ପ୍ରତି ଆହୁରି ଅଧିକ ଲୋକ ଆକୃଷ୍ଟ ହେବେ ବୋଲି ମତପ୍ରକାଶ ପାଉଛି।
Can you be more specific about the content of your article? After reading it, I still have some doubts. Hope you can help me.