ଟେରର ଫଣ୍ଡିଂ ପ୍ରସଙ୍ଗ, କାଶ୍ମୀରର ବିଭିନ୍ନ ସ୍ଥାନରେ NIA ରେଡ୍

ଟେରର ଫଣ୍ଡିଂ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଦକ୍ଷିଣ କାଶ୍ମୀରର ସୋପିଆନ ଏବଂ ପୁଲୱାମା ଭଳି ଅଞ୍ଚଳରେ ଜୋରଦାର ଚଢ଼ାଉ ହୋଇଛି । ରାଜ୍ୟର ମୋଟ ୧୩ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଟେରର ଫଣ୍ଡିଂ ପ୍ରସଙ୍ଗରେ ଶ୍ରୀନଗର,ଅନନ୍ତନାଗ,ବଡ଼ଗାଓଁ,ସୋପିଆନ,ପୁଲୱାମା ଭଳି ଅଞ୍ଚଳରେ ରେଡ୍ ଚାଲିଛି । ଏହି ଅଞ୍ଚଳରେ ଛଦ୍ମବେଶୀ ଆତଙ୍କୀ ସଂଗଠନ କାର୍ଯ୍ୟ କରୁଛି । ପାକିସ୍ତାନ ଲିଙ୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ମେ’୧୧ ତାରିଖରେ ଏନଆଇଏ ବାରାମୁଲାରେ ରେଡ୍ କରିଥିଲା । ସୟଦ କରିମର ଜାଭିଦ ଅହମଦ ଧୋବି, ସାଙ୍ଗ୍ରୀ କଲୋନୀର ସୋଏବ ଅହମ୍ମଦ ଚୁର, କାଂଶୀପୁରାର ଅବଦ୍ଦୁଲ ଖଲିକଙ୍କ ଘରେ ଚଢ଼ାଉ କରିଥିଲା ଏନଆଇଏ ।

ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଏବଂ ହମଲା ଯୋଜନା କରିବା ଅଭିଯୋଗରେ ଏନଆଇଏ ଏହି ଚଢ଼ାଉ କରିଥିଲା । ପୁଞ୍ଚରେ ନିକଟରେ ୫ ଯବାନଙ୍କ ସହିଦ ପରେ ଆକ୍ସନ ମୋଡ଼କୁ ଆସିଛି ଏନଆଇଏ । NIA ଟିମ୍ ସହ SIA ଟିମ୍ ମଧ୍ୟ ରେଡରେ ସାମିଲ ହୋଇଛି ।

ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ହିଂସାକୁ ନଜରରେ ରଖି ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପ୍ରତି ସଜାଗ ରହିଛି ସେନା । ଟେରର ଫଣ୍ଡିଂ ପ୍ରସଙ୍ଗ ନେଇ ଏବେ ଜୋରଦାର ରେଡ୍ ଆରମ୍ଭ କରିଛି NIA ଟିମ୍ । ଦେଶରେ ହିଂସା ସୃଷ୍ଟି ପାଇଁ ଆତଙ୍କବାଦୀମାନେ ଉଦ୍ୟମ ଜାରି ରଖିଥିବା ବେଳେ ଏଥିରେ ରୋକ୍ ଲଗାଇବାକୁ NIA ଏବଂ SIA ଟିମ୍ ପକ୍ଷରୁ ରେଡ୍ କରାଯାଉଛି ।

Leave a Reply

Your email address will not be published. Required fields are marked *