Tag: #Odisha

  • ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ, ହକ୍ ମାଗିବେ ନବୀନ

    ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ବୈଠକ, ହକ୍ ମାଗିବେ ନବୀନ

    ଆଜି ନୀତି ଆୟୋଗ ବୈଠକ । ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଆଜି ଅନୁଷ୍ଠିତ ଏହି ବୈଠକରେ ନିଜର ହକ୍ ମାଗିବ ଓଡ଼ିଶା ।

    ଓଡ଼ିଶାର ବିକାଶ ପାଇଁ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବିକାଶରେ ଏକ ପ୍ରକାର ବାଧକ ସାଜିଛି କେନ୍ଦ୍ର । କେନ୍ଦ୍ର ବିଜେପି ସରକାରଙ୍କ ଅସହଯୋଗ ଯୋଗୁଁ ରାଜ୍ୟ ବିକାଶ ଆଡ଼କୁ ଯାଇପାରୁନାହିଁ । ଏଯାଏ ପୂରଣ ହେଉନାହିଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି । ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ୟାକେଜ ବି ମିଳୁନି । ବ୍ୟାଙ୍କିଙ୍ଗ, ରେଳବାଇ, ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ବିଶେଷ ଦୃଷ୍ଟି ଦେଉନାହାଁନ୍ତି କେନ୍ଦ୍ର ସରକାର । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ।

    ବନ୍ୟା,ବାତ୍ୟା,ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ଭୁଷୁଡ଼ିପଡ଼ିଛି । ତଥାପି କେନ୍ଦ୍ର ସହାୟତା ପ୍ରଦାନ ଦିଗରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । କେନ୍ଦ୍ର ବିଜେପି ସରକାର ଲଗାତାର ୨ ଥର ଶାସନରେ ବସିଛି । କିନ୍ତୁ ରାଜ୍ୟର ହକ୍ ପ୍ରଦାନ କ୍ଷେତ୍ରରେ ଅବହେଳା କରୁଛି । ଓଡ଼ିଶାର ଏହି ହକକୁ ଅଣଦେଖା କରି ଚାଲିଛି । ରାଜ୍ୟବାସୀଙ୍କ ଏସବୁ ଦାବି ନୀତି ଆୟୋଗ ବୈଠକରେ ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏସବୁ ଉଠାଇବେ ।

  • ଗାଇସିଲଟ ଥାନାଧିକାରୀଙ୍କ ଅଫିସ ସହ ୪ ସ୍ଥାନରେ ଭିଜିଲାନ୍ସ ରେଡ

    ଗାଇସିଲଟ ଥାନାଧିକାରୀଙ୍କ ଅଫିସ ସହ ୪ ସ୍ଥାନରେ ଭିଜିଲାନ୍ସ ରେଡ

    ବରଗଡ ଜିଲ୍ଲା ଗାଇସିଲଟ ଥାନାରେ ଭିଜିଲାନ୍ସ ଟିମ। ଥାନାଧିକାରୀଙ୍କ ଦୁର୍ନୀତିରେ ଲିପ୍ତ ଅଭିଯୋଗ ଆଧାରରେ ଭିଜିଲାନ୍ସ ଗାଇସିଲଟ ଥାନାରେ ପହଞ୍ଚି ଛାନଭିନ କରିବା ସହ ଥାନାଧିକାରୀଙ୍କ ବାସ ଭବନ ପରି ୪ଟି ସ୍ଥାନରେ ମଧ୍ୟ ରେଡ କରୁଛି। ଗାଇସିଲଟ ଥାନାର ଇନଚାର୍ଜ ବୀରବର ଭଗତ ଏବେ ଅଡୁଆରେ। ସମ୍ବଲପୁର ଭିଜିଲାନ୍ସ କୋର୍ଟର ସ୍ପେସାଲ ଜଜଙ୍କ ଦ୍ୱାରା ଜାରି ୱାରେଣ୍ଟ ଆଧାରରେ ଏହି ସର୍ଚ୍ଚ ଚାଲିଥିବା ରାଜ୍ୟ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

    ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ବହି ଅଭିଯୋଗ ହେଇଥିଲା ଭିଜିଲାନ୍ସ ନିକଟରେ। ଏହି ଅଭିଯୋଗ ଆଧାରରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଆଜି ବଡି ଭୋରୁ ଭଗତଙ୍କ କାର୍ଯ୍ୟାଳୟ ସହ ଗାଇସିଲଟରେ ଥିବା ଘର ସହ ଅତାବିରାର ଟାଙ୍ଗରପାଲି ତଥା ସମ୍ବଲପୁରରେ ଥିବା ଘର ଉପରେ ଚଢାଉ କରିଛି। ଏହି ଚଢାଉରେ ସମ୍ୱଲପୁର, ବରଗଡ ଓ ସୋନପୁରର ଭିଜିସାନ୍ସ ଟିମ ନିୟୋଜିତ ଥିବା ବେଳେ ଟିମରେ ୨ ଡିଏସପି, ୭ ଇନସ୍ପେକ୍ଟର, ୨ ଏଏସଆଇ ଓ ଅନ୍ୟ କର୍ମଚାରୀ ରହିଛନ୍ତି।  

    ଏଠାରେ କହି ରଖୁ କି ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଆକ୍ଚିଭ ରହିଛି। ଗତକାଲି ଏହି କ୍ରମରେ ବୀରମହାରାଜପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କନିଷ୍ଠ ସହକାରୀ ଗୋଲକ ବିହାରୀ ପୋଢଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ। ସେହିପରି ଗତ ୧୮ ତାରିଖରେ ଭୁବନେଶ୍ୱର  ଖାଦ୍ୟ ସୁରକ୍ଷା କମିଶନର ବିଭାଗୀୟ ଅଧିକାରୀ ଗିରିଜା ଶଙ୍କର ଦାସ ଏକ ଔଷଧ ଦୋକାନର ଫାର୍ମାସିଷ୍ଟଙ୍କ ନାମ ପରିବର୍ତ୍ତନ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସେହିଦିନ ଭଞ୍ଜନଗର ଆଡିସିନାଲ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ  ସାହୁଙ୍କୁ ଏକ ଡିଏ କେଶରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

    ମେ ୧୭ରେ ଅରୁଣ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ , ବେଗୁନିଆପଡା ବ୍ଲକ , ଗଞ୍ଜାମ ଜଣେ ଅଭିଯୋଗକାରୀଙ୍କଠାରୁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ପାଇଁ ତାଙ୍କର ତଥା ଅନ୍ୟାନ୍ୟ ଯୋଗ୍ୟ ଆବେଦନକାରୀଙ୍କ ସପକ୍ଷରେ ଅନୁସନ୍ଧାନ ରିପୋର୍ଟ ଦେବା ନିମନ୍ତେ ₹୬,୦୦୦ ଟଙ୍କା ଲାଞ୍ଚନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରିଥିଲା।

  • ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ଆହୁରି କିଛି ଦିନ ଯାଏ ଗ୍ରୀଷ୍ମଲହରୀ, ପଶ୍ଚିମରେ ଅଧିକ ତାତି

    ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ଲୋକଙ୍କ ପାଇଁ ଟେନସନର କାରଣ ପାଲଟିଛି । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଲୋକେ ଘରୁ ବାହାରିବା ପାଇଁ ଆଉ ମନ ବଳାଉନାହାଁନ୍ତି । ପୁଣି ଅଘୋଷିତ ବିଦ୍ୟୁତ୍ କାଟ୍ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଉଛି । ଗୁଳୁଗୁଳି ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କ ଟେନସନକୁ ଦ୍ୱିଗୁଣିତ କରିଛି ।

    ପଶ୍ଚିମରେ ତାତି ବଢୁଥିବା ବେଳେ ଉପକୂଳରେ କିନ୍ତୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ଘଟୁଛି । ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ତେଣୁ ସକାଳୁ ଗରମ ସହିତ ଅପରାହ୍ମରେ ସାମାନ୍ୟ ଆଶ୍ବସ୍ତି ମିଳୁଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଖରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ତାପମାତ୍ରା କିନ୍ତୁ ଅଧିକ ରହିବ । କେତେକ ସ୍ଥାନର ତାତି ୪୫ ଡିଗ୍ରୀ ଛୁଇଁବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେତେକ ସହରର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।
    ଖରା ସହିତ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରୁଛି ।

    କୌଣସି ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସକ୍ରିୟ ରହିଛି । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ମଧ୍ୟ ହେଉଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଆସନ୍ତା କିଛି ଦିନ ଯାଏ ତାପମାତ୍ରା ବଢ଼ିବ, ଗୁଳୁଗୁଳି ହେବ । ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

  • ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଜୋରଦାର ପ୍ରସ୍ତୁତ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅବପାତ ଏବଂ ସାମୁଦ୍ରିକ ଝଡ଼ ରୂପ ନେଇପାରେ ।

    ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ । ଓଡ଼ିଶା ଉପରେ ପ୍ରଭାବ ରହିବ କି ନାହିଁ ସେ ନେଇ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ସାଧାରଣତଃ ଖରାଦିନ ଅର୍ଥାତ୍ ମେ’ରେ ଟିକେ ଟେନସନ୍ ବଢ଼ିଥାଏ ।

    ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ମଧ୍ୟ ବାତ୍ୟା ହୋଇଥାଏ । ପୂର୍ବରୁ ଏହି ବାତ୍ୟା ଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ତେବେ ସବୁଥର ପ୍ରଭାବ ପଡ଼ିବ ବୋଲି ସେମିତି କିଛି କହିପାରିବା ନାହିଁ । ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଆକଳନ କରିହେବ । ଏବେଠୁ ଆକଳନ କରାଯାଇପାରିବ ନାହିଁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

  • ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୋଟିଆରେ ବିରୋଧ

    ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୋଟିଆରେ ବିରୋଧ

    କୋରାପୁଟ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବିଡ଼ିକା ରାଜନଙ୍କ ଅନଧିକାର ପ୍ରବେଶ ଯୋଜନାକୁ ଜୋରଦାର ବିରୋଧ ହୋଇଛି । ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ଥିଲା । ତେବେ ସେ ଆସିବା ପୂର୍ବରୁ ହିଁ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

    ଅଧିକାଂଶ ସମୟରେ ଆନ୍ଧ୍ର ଅଧିକାରୀ, ନେତା କୋଟିଆରେ ପ୍ରବେଶ କରୁଛନ୍ତି । ସେମାନେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ପୂର୍ବରୁ ସେମାନଙ୍କ ଗସ୍ତକୁ ଅନେକଥର ବିରୋଧ କରାଯାଇଛି । ଏବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡ଼କର ବ୍ରିଜ୍‌ ନିକଟ ରାସ୍ତାରେ ମାଟି ପକାଯାଇଛି । ପୂର୍ବରୁ ଆନ୍ଧ୍ରର କିଛି କର୍ମଚାରୀ ଘର ଘର ବୁଲି ନାମ ଫଳକ ଲଗାଇଥିଲେ । ଏହାକୁ ରାଜ୍ୟ ପୋଲିସ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ବିରୋଧ କରିଥିଲା । ଏବେ ସ୍ଥିତି ଉପରେ ନଜର ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ ।…

  • ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ପ୍ରବାହ ଗ୍ରୀଷ୍ମପ୍ରବାହ ଭିତରେ ଏବେ ପୁଣି ଲଘୁଚାପ ଚିନ୍ତା । ସପ୍ତାହକ ପରେ ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ହେଲେ, ରାଜ୍ୟ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।

    ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ସେପଟେ ଅବପାତ ବାତ୍ୟା ରୂପ ହେବା ନେଇ ସ୍ପଷ୍ଟ ସୂଚନା ନଥିବା କହିଛନ୍ତି IMD DG । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହାର ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ଏଭଳି ଆଶଙ୍କାକୁ ନେଇ ଲୋକେ ଭୟଭୀତ ହେବାର ନାହିଁ କିନ୍ତୁ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ହେବ ବୋଲି ଡିଜି କହିଛନ୍ତି ।

  • ରାଜ୍ୟରେ ୫୦୦ ଛୁଇଁଲା, ଦେଶରେ ୧୦୧୧୨ ଚିହ୍ନଟ

    ରାଜ୍ୟରେ ୫୦୦ ଛୁଇଁଲା, ଦେଶରେ ୧୦୧୧୨ ଚିହ୍ନଟ

    ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ ହଜାର ୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୫୦୨ ପଜିଟିଭ୍ ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୯୨୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୨୭୩ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

    ଶନିବାର ରିପୋର୍ଟ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ଶନିବାର ରିପୋର୍ଟରେ ୧୨,୧୯୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା । ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୮୦୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯,୮୩୩ ଜଣ ସୁସ୍ଥ ହୋଇଛନ୍ତି । ୮ଟି ରାଜ୍ୟରେ କୋରୋନା ପିଜିଟିଭିଟି ହାର ୧୦% ଉପରେ ରହୁଛି । ସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

  • ଡରାଉଛି କୋରୋନା…ରାଜ୍ୟ ସମେତ ଦେଶକୁ ପୁଣି କୋରୋନା ଟେନସନ୍

    ଡରାଉଛି କୋରୋନା…ରାଜ୍ୟ ସମେତ ଦେଶକୁ ପୁଣି କୋରୋନା ଟେନସନ୍

    COVID-19

    ରାଜ୍ୟ ସମେତ ସାରା ଦେଶକୁ ଏବେ କୋରୋନା ଚିନ୍ତା । ଗତ ୨୪ ଘଣ୍ଟାରେ ଦେଶରେ ୫,୩୩୫ଟି କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କୋରୋନା ସଂକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୫,୫୮୭କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୧୬କୁ ବୃଦ୍ଧି ପାଇଛି ।

    ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ସଂକ୍ରମଣର ୩୮% ପାଇଁ ଭାଇରସ ଦାୟୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । INSACOG ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ NITI ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ ହୋଇଛି । ଏବେ ଓମିକ୍ରନ୍ ଏବଂ ଏହାର ପ୍ରକାରଗୁଡ଼ିକ ଦେଶରେ ଆରମ୍ଭ ହୋଇଥିବାରୁ ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମାଂଶରେ ସଂକ୍ରମଣ ହାରରେ ବ୍ୟାପକ ବୃଦ୍ଧି ଘଟିଛି । ଦେଶର ଅନେକ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା INSACOG ପକ୍ଷରୁ କୁହାଯାଇଛି । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇନଥିବା ବେଳେ ଅଧିକାଂଶ ସ୍ଥାନରେ ଲୋକଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି । ସମସ୍ତଙ୍କୁ ହୋମ୍ ଆଇସୋଲେସନ ରହିବାକୁ ପରାମର୍ଶ ଦିଆଯାଉଛି ।

    ସେପଟେ ରାଜ୍ୟରେ ୨୪ ଘଣ୍ଟାରେ ୯୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • ଓଡ଼ିଶାରେ ବିଶାଳ ଇସ୍ପାତ କାରଖାନା !…ନବୀନଙ୍କୁ ଆଶା ଦେଖାଇଲା ‘ନିପନ୍’

    ଓଡ଼ିଶାରେ ବିଶାଳ ଇସ୍ପାତ କାରଖାନା !…ନବୀନଙ୍କୁ ଆଶା ଦେଖାଇଲା ‘ନିପନ୍’

    CM DISCUSSED WITH ‘NIPPON’ CHAIRMAN

    ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିପନ (Nippon)ଷ୍ଟିଲ କର୍ପୋରେସନ ଅଧ୍ୟକ୍ଷ ଇଜି ହାସିମୋଟୋଙ୍କ ସହ ସାକ୍ଷାତ କରିଛନ୍ତି । ରାଜ୍ୟରେ ୩୦ ନିୟୁତ ଟନ୍ ଇସ୍ପାତ କାରଖାନା ସ୍ଥାପନ (set up)କରିବାକୁ କମ୍ପାନୀ ଯୋଜନା ରଖିଥିବା ନେଇ ଆଲୋଚନା ହୋଇଛି ।

    ରାଜ୍ୟରେ ନିପନ୍ ଷ୍ଟିଲ୍ କମ୍ପାନୀ ପକ୍ଷରୁ ମେଗା ପ୍ଲାଣ୍ଟ ପ୍ରତିଷ୍ଠା ହେଲେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝରରେ ହଜାର ହଜାର ନିଯୁକ୍ତି (jobs)ସୃଷ୍ଟି ହେବ । ସ୍ଥାନୀୟ ଲୋକ ସମେତ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି (financial condition)ସୁଦୃଢ଼ ହେବ । ଏଥିସହ ରାଜ୍ୟ ବିକାଶ ଦିଗକୁ ବଢ଼ିବ । ଏଭଳି ମେଗା ପ୍ଲାଣ୍ଟ ପାଇଁ ସମସ୍ତ ପ୍ରକାର ସୁବିଧା (facilities)ଯୋଗାଇଦେବେ ବୋଲି ନିପନ ଷ୍ଟିଲ୍ ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ହାସିମୋଟୋ ଏବଂ ତାଙ୍କ ଟିମକୁ ଓଡ଼ିଶା ଭ୍ରମଣରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି ନବୀନ ।

    ଗୁରୁବାର ନିପନ ଷ୍ଟିଲ କର୍ପୋରେସନର କିମିସୁ ୱାର୍କସ ଓ ଆରଆଣ୍ଡଡି କେନ୍ଦ୍ର ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଉଭୟ ପକ୍ଷ ମଧ୍ୟରେ କ୍ୟୋଟା ସହରରେ ଏକ ରାଉଣ୍ଡ ଟେବୁଲ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

  • ଜାପାନରେ ନବୀନଙ୍କୁ ଭବ୍ୟ ସ୍ୱାଗତ…ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ CM

    ଜାପାନରେ ନବୀନଙ୍କୁ ଭବ୍ୟ ସ୍ୱାଗତ…ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ CM

    () ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ(cm) ନବୀନ ପଟ୍ଟନାୟକଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ(Indian Ambassador) ସିବି ଜର୍ଜ ଏବଂ ଦୂତାବାସ କର୍ମଚାରୀମାନେ ନବୀନ ଏବଂ ତାଙ୍କ ଟିମକୁ ସ୍ୱାଗତ (warmly welcomed)କରିଛନ୍ତି ।

    ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ । ୯ ତାରିଖ ଯାଏ ଜାପାନରେ ବିଭିନ୍ନ କାର୍ଯ୍ୟକ୍ରମ (various programs)ରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଟୋକିଓ, କ୍ୟୁଟାରେ ପୁଞ୍ଜି ନିବେଶକ(investors)ଙ୍କୁ ଭେଟିବେ ନବୀନ । ନିବେଶକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିବେଶକାରୀଙ୍କୁ ନିମନ୍ତ୍ରଣ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ କଲେ କି ପ୍ରକାରର ଫାଇଦା (benefits)ମିଳିବ ସେ ନେଇ ନିବେଶକାରୀଙ୍କୁ ଭେଟିବେ । ଏଥିସହ ଶିଳ୍ପ,ପର୍ଯ୍ୟଟନ ଏବଂ କ୍ରୀଡ଼ା ସମ୍ପର୍କରେ ଆଲୋଚନା ମଧ୍ୟ କରିବେ । ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।